ଘରୁ ନକାରାତ୍ମକ ଶକ୍ତି ଦୂର କରିବା ପାଇଁ ଆପଣାନ୍ତୁ ଏହି ଉପାୟ

ଘରର ବାସ୍ତୁଦୋଷ ପରିବାର ସଦସ୍ୟଙ୍କ ଉପରେ ଖରାପ ପ୍ରଭାବ ପକାଇଥାଏ । ଏହାଦ୍ୱାରା ଘରେ ନକାରାତ୍ମକ ଶକ୍ତି ବୃଦ୍ଧି ପାଇଥାଏ। ଘରେ ନକାରାତ୍ମକ ଶକ୍ତି ଦୂର କରିବା ପାଇଁ ଅନେକ ପ୍ରକାର ଉପାୟ ରହିଛି।

ଆସନ୍ତୁ ଜାଣିବା କେଉଁ ଉପାୟ ଦ୍ୱାରା ନକାରାତ୍ମକ ଶକ୍ତି ଦୂର କରିବା :

-ଘରୁ ନକାରାତ୍ମକ ଶକ୍ତି ଦୂର କରିବା ପାଇଁ ଘର ପୋଛିବା ସମୟରେ ପାଣିରେ କିଛି ଲୁଣ ମିଶାଇ ଦିଅନ୍ତୁ। ଏଥିପାଇଁ ଗୋଟା ଲୁଣ ସର୍ବୋତ୍ତମ ହୋଇଥାଏ।

Tips-ଘରେ ମଝିରେ ମଝିରେ ଗୋ ମୂତ୍ର ଛିଞ୍ଚିବା ଉଚିତ। ଏପରି କରିବା ଦ୍ୱାରା ସମସ୍ତ ଦେବାଦେବୀ ସନ୍ତୁଷ୍ଟ ହୋଇଥାନ୍ତି।  ଗୋ ମୂତ୍ରର ଗନ୍ଧ ଦ୍ୱାରା ଜୀବାଣୁ ମଧ୍ୟ ନଷ୍ଟ ହୋଇଯାଇଥାଏ। ଏହାଦ୍ୱାରା ସକାରାତ୍ମକ ଶକ୍ତି ବୃଦ୍ଧି ପାଇଥାଏ।

-ପ୍ରତିଦିନ ଘର ଭିତର ଓ ବାହାର ସ୍ଥାନକୁ ଭଲ ଭାବେ ସଫା କରିବା ଉଚିତ । ଏହାଦ୍ୱାରା ଧନର ଦେବୀ ମା ଲକ୍ଷ୍ମୀ ମଧ୍ୟ ଅତ୍ୟନ୍ତ ପ୍ରସନ୍ନ ହୋଇଥାନ୍ତି। ଘରେ ସୁଖ ଓ ସମୃଦ୍ଧି ବୃଦ୍ଧି ହୋଇଥାଏ।

-ପ୍ରତିଦିନ ଘର ବାହାରେ ମୁରୁଜ ପକାନ୍ତୁ। ଏହା କରିବା ଦ୍ୱାରା ବାହାରୁ କୌଣସି ନକାରାତ୍ମକ ଶକ୍ତି ଘର ଭିତରକୁ ପ୍ରବେଶ କରିପାରିବ ନାହିଁ।

puja– ଘରେ ପ୍ରତ୍ୟେକ ଦିନ ଝୁଣା ଧୂଆଁ ଦେବା ଉଚିତ। ଏହାଦ୍ୱାରା ଭଗବାନଙ୍କ କୃପା ଦୃଷ୍ଟି ଘରେ ପଡିବା ସହ ନକାରାତ୍ମକ ଶକ୍ତି କମି ଯାଇଥାଏ।

-ପୂଜା ସମୟରେ କର୍ପୂର ଆଳତୀ, ଝୁଣା, ଦେଶୀ ଘିଅର ଦୀପ ଓ ଚନ୍ଦନ ବ୍ୟବହାର କରନ୍ତୁ। ଏହି ପବିତ୍ର ପୂଜା ସାମଗ୍ରୀ ଦ୍ୱାରା ଘରେ ସର୍ବଦା ସକାରାତ୍ମକ ଶକ୍ତି ବୃଦ୍ଧି ପାଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.