Below header

ଆଜିଯାଏଁ ମଧ୍ୟ ଖୋଲିପାରିନି ଏହି ବିଭତ୍ସ ହତ୍ୟାକାଣ୍ଡର ରାଜ୍‌ ଯାହା ପାଇଁ ୫୦୦ ଲୋକ କରିଥିଲେ ଦୋଷ ସ୍ୱୀକାର

ଦୁନିଆରେ ଏମିତି କିଛି ହତ୍ୟା ମାମଲା ରହିଛି, ଯାହା ଏପର୍ଯ୍ୟନ୍ତ ରହସ୍ୟରେ ଭରି ରହିଛି। ଏପର୍ଯ୍ୟନ୍ତ ଏହି ହତ୍ୟାକାଣ୍ଡର ଦୋଷୀ ଧରାପଡିନାହାନ୍ତି। ଏମିତି ଏକ ମାମଲା ଆମେରିକାର ରହିଛି, ଯାହାକୁ ‘ ବ୍ଲାକ ଦାହିଲ ମର୍ଡର କେସ’ ନାମରେ ଜଣାଯାଏ। ୧୯୪୭ ମସିହାରେ ଏହି ହତ୍ୟାକାଣ୍ଡ ସଂପୂର୍ଣ୍ଣ ଆମେରିକାକୁ ଦୋହଲାଇ ଦେଇଥିଲା। ଏହି ମାମଲାକୁ ଲସ୍‌ ଏଞ୍ଜେଲସର ସବୁଠାରୁ ପୁରୁଣା ଏବଂ ପର୍ଦ୍ଦାଫାସ ହୋଇନଥିବା ହତ୍ୟା ଘଟଣା ମଧ୍ୟରେ ଅନ୍ୟତମ।

elizabrth

ଆମେରିକାର ବୋଷ୍ଟନରେ ରହୁଥିବା ଏଲିଜାବେଥ ସାର୍ଟ ବ୍ଲାକ ଦାହିଲା ନାମରେ ପରିଚିତ ଥିଲେ। ସେ ୯ ଜାନୁଆରୀ ୧୯୪୭ରେ ହଠାତ୍‌ କୁଆଡେ ଗାଏବ ହୋଇଯାଇଥିଲେ। ଗାଏବ ହେବାର ଠିକ୍‌ ୫ ଦିନ ପରେ ଅର୍ଥାତ୍‌ ୧୫ ଜାନୁଆରୀକୁ ତାଙ୍କ ମୃତଦେହ ମିଳିଥିଲା। ସବୁଠାରୁ ଆଶ୍ଚର୍ଯ୍ୟ କଥା ଯେ, ତାଙ୍କ ଶରୀର ଅଧାରୁ ଅର୍ଥାତ୍‌ ଅଣ୍ଟାରୁ କାଟିଦିଆଯାଇଥିଲା, ଏହାସହିତ ଶରୀରର ବିଭିନ୍ନ ଅଙ୍ଗରେ ଗଭୀର ଆଘାତ ମଧ୍ୟ ଲାଗିଥିଲା। ହତ୍ୟାକାରୀମାନେ ତାଙ୍କ ମୁହଁ ଓ କାନକୁ ମଧ୍ୟ କୌଣସି ଧାରୁଆ ଅସ୍ତ୍ରରେ ଚିରି ଦେଇଥିଲେ।

dahlia-dead

ସାଧାରଣତଃ ହତ୍ୟା ମାମଲାରେ ନିଜେ ହତ୍ୟାକାରୀ ଦୋଷ ମାନିବାକୁ ଅରାଜି ହୋଇଥାଏ, କିନ୍ତୁ ଏଲିଜାବେଥ ସାର୍ଟଙ୍କ ହତ୍ୟା ମାମଲା ସବୁଠାରୁ ଆଶ୍ଚର୍ଯ୍ୟଜନକ। କାହିଁକି ନା, ଏହି ମାମଲା ପ୍ରଥମରୁ ଯାଞ୍ଚ ହେବା ବେଳ ୬୦ ଜଣ ଲୋକ ଏହି ହତ୍ୟାକାଣ୍ଡ କରିଛନ୍ତି ବୋଲି ସ୍ୱୀକାର କରିଥିଲେ, ଯେଉଁଥିରେ ଅଧିକ ପୁରୁଷ ଥିଲେ। କିନ୍ତୁ ଏହି ଲୋକ ହତ୍ୟାକାଣ୍ଡ କରିଥିବା ଦୋଷ କେବେ ସାବ୍ୟସ୍ତ ହୋଇପାରିନଥିଲା, ଏଥିପାଇଁ ସେମାନଙ୍କୁ ଛାଡି ଦିଆଯାଇଥିଲା।

murder

କେବଳ ୬୦ ଜଣ ଲୋକ ନୁହେଁ, ୫୦୦ରୁ ଉର୍ଦ୍ଧ୍ୱ ଲୋକ ଏହି ହତ୍ୟାକାଣ୍ଡର ଦୋଷକୁ ସ୍ୱୀକାର କରିଥିଲେ। କିନ୍ତୁ ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଲା, ସେମାନଙ୍କ ମଧ୍ୟରେ ଏମିତି କିଛି ଲୋକ ଥିଲେ, ଯାହାଙ୍କର ଜନ୍ମ ସେପର୍ଯ୍ୟନ୍ତ ହୋଇନଥିଲା। ଏଥିପାଇଁ ଅନେକ ଲୋକଙ୍କ ଉପରେ ହତ୍ୟାକାଣ୍ଡକୁ ଅଲଗା ମୋଡ ଦେବାକୁ ଚେଷ୍ଟା କରୁଥିବା ଅଭିଯୋଗରେ ମାମଲା ମଧ୍ୟ ଦାଏର ହୋଇଥିଲା।

33

ଏହି ହତ୍ୟାକାଣ୍ଡ ଉପରେ ଅନେକ ପୁସ୍ତକ ମଧ୍ୟ ଲେଖାଯାଇ ସାରିଲାଣି। କିନ୍ତୁ ଏହି ହତ୍ୟାକାଣ୍ଡ ଆମେରିକା ଇତିହାସରୁ ସବୁଠାରୁ ନିଷ୍ଠୁର ଏବଂ ସମାଧାନ ହୋଇନଥିବା ଅପରାଧ ମଧ୍ୟରେ ଅନ୍ୟତମ। କାହିଁକି ନା ଏପର୍ଯ୍ୟନ୍ତ ଏହି ହତ୍ୟାକାଣ୍ଡର ଅପରାଧୀ ଧରାପଡିନାହାନ୍ତି। ଏହା ଟାଇମ ପତ୍ରିକାରେ ଦୁନିଆର ସବୁଠାରୁ ବିଭତ୍ସ ଏବଂ ସମାଧାନ ହୋଇନଥିବା ମାମଲା ମଧ୍ୟରେ ସ୍ଥାନ ପାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.