Below header

ମୃତ୍ୟୁ ପରେ ଏହି ବିଶେଷ କାରଣ ଯୋଗୁ ହୋଇଥାଏ ଆତ୍ମାର ପୁନର୍ଜନ୍ମ, ଜାଣନ୍ତୁ କ’ଣ କାରଣ

ଶାସ୍ତ୍ରରେ କୁହାଯାଇଛି ଜନ୍ମ ଥିଲେ ମୃତ୍ୟୁ ଅଛି । ସେ ଦେବତା, ମନୁଷ୍ୟ, ପଶୁ, ପକ୍ଷୀ ବା କୀଟପତଙ୍ଗ ଯେ କେହି ହୁଅନ୍ତୁ ନା କାହିଁକି । ମୃତ୍ୟୁ ଓ ମୃତ୍ୟୁ ପରେ ପୁନର୍ଜନ୍ମ କଥା ଆମ୍ଭେ ସର୍ବଦା ଶୁଣିଥାଉ । ସତରେ କ’ଣ ମୃତ୍ୟୁ ପରେ ଆତ୍ମାର ପୁନର୍ଜନ୍ମ ହୋଇଥାଏ । କ’ଣ ସବୁ ଆତ୍ମାର ପୁନର୍ଜନ୍ମ ହୋଇଥାଏ । ମୃତ୍ୟୁ ପରେ ଆତ୍ମାର ପୁନର୍ଜନ୍ମ ରହସ୍ୟ ଓ କାରଣ ସମ୍ପର୍କରେ । ପୁନର୍ଜନ୍ମ ସମ୍ପର୍କରେ କ’ଣ କୁହନ୍ତି ବେଦ-ପୁରାଣ-

ପୌରାଣିକ ବେଦ ଯର୍ଜୁବେଦର ଶପଥ ବ୍ରାହ୍ମଣରେ ମୃତ୍ୟୁ ପରେ ଆତ୍ମାର ପୁନର୍ଜନ୍ମ ସମ୍ପର୍କରେ ସବିଶେଷ କୁହାଯାଇଛି ।

ଉପନିଷଦରେ ବି କୁହାଯାଇଛି କି ଏକ କ୍ଷଣରୁ ବି କମ ସମୟ ବା ଅତିବେଶୀରେ ୩୦ ସେକେଣ୍ଡରେ ଆତ୍ମା ଶରୀରକୁ ଛାଡି ଅନ୍ୟ ଶରୀରକୁ ଧାରଣ କରିଥାଏ ।

ଗରୁଡ ପୁରାଣରେ କୁହାଯାଇଛି, ମରଣ ପରେ ଆତ୍ମାକୁ ନୂଆ ଶରୀର ଧାରଣ କରିବାକୁ ୩ ଦିନ, ୧୩ ଦିନ, ଦେଢ଼ ମାସ ବା ୧ ବର୍ଷ ଲାଗିଥାଏ । ଯେଉଁ ଆତ୍ମା ନୂଆ ଶରୀରକୁ ଧାରଣ କରିନଥାଏ ସେ ପିତୃଲୋକ ଓ ସ୍ୱର୍ଗଲୋକକୁ ଚାଲି ଯାଆନ୍ତି କିମ୍ବା ଘୁରି ବୁଲନ୍ତି ।

ଏହି କାରଣ ଯୋଗୁ ମୃତ୍ୟୁ ପରେ ଆତ୍ମାର ହୋଇଥାଏ ପୁନର୍ଜନ୍ମ

• ବଦଲା ନେବା ପାଇଁ – ଏମିତି ମନୁଷ୍ୟ ଯାହା ସହ ଜୀବନରେ ବହୁତ ଅନ୍ୟାୟ ହୋଇଥାଏ ଓ ଏହି କାରଣରୁ ମୃତ୍ୟୁ ହୋଇଥାଏ, ଏହାର ପ୍ରତିଶୋଧ ନେବା ପାଇଁ ଆତ୍ମା ପୁନର୍ଜନ୍ମ ନେଇଥାନ୍ତି ।

• ଅକାଳ ମୃତ୍ୟୁ କାରଣ – ଦୁର୍ଘଟଣା, ହଠାତ୍‌ ମୃତ୍ୟୁ କିମ୍ବା କିଛି ବିପଦ କାରଣରୁ ଅକାଳ ମୃତ୍ୟୁ ହେଲେ ଏହି ବ୍ୟକ୍ତିଙ୍କ କିଛି ଇଚ୍ଛା ଅଧା ରହିଯାଇଥାଏ । ଇଚ୍ଛାକୁ ପୁରା କରିବା ପାଇଁ ମୃତ୍ୟୁ ପରେ ଏମିତି ଆତ୍ମାଙ୍କର ବି ପୁନର୍ଜନ୍ମ ହୋଇଥାଏ ।

• ପାପ ଭୋଗ କରିବା ପାଇଁ – ଏମିତି ବ୍ୟକ୍ତି ଯିଏ ତାଙ୍କ ଜୀବନରେ ବହୁତ ପାପ ଓ ଅନ୍ୟାୟ କରିଛନ୍ତି, ତାଙ୍କର ଆତ୍ମା ବି ମୃତ୍ୟୁ ପରେ ପୁନର୍ବାର ପୃଥିବୀ ପୃଷ୍ଟକୁ ପଠାଇ ଦିଆଯାଇଥାଏ । ଯେମିତି କି ସେ ପୃଥିବୀ ପୃଷ୍ଟରେ ନିଜ ପାପ କର୍ମର ଫଳ ଭୋଗିପାରେ ।

• ପୁଣ୍ୟ କର୍ମ ଭୋଗ କରିବା ପାଇଁ – ଯେଉଁ ବ୍ୟକ୍ତି ଜୀବନରେ ସର୍ବଦା ପୂଣ୍ୟ କର୍ମ କରିଥାନ୍ତି, ମୃତ୍ୟୁ ପରେ ତାଙ୍କର ଆତ୍ମା ପୁର୍ନଜନ୍ମ ନେଇଥାଏ । ଏମିତି ଆତ୍ମା ପୂଣ୍ୟ ଫଳକୁ ଭୋଗିବାକୁ ଜନ୍ମ ନେଇଥାନ୍ତି ।

• ଅଧା ସାଧନାକୁ ପୁରା କରିବା ପାଇଁ – କିଛି ଲୋକଙ୍କ ମୃତ୍ୟୁ ବହୁତ ଶୀଘ୍ର ହୋଇଯାଇଥାଏ । ତାଙ୍କର କିଛି ତପସ୍ୟା, ସାଧନା ବା ଇଚ୍ଛା ଅଧା ରହିଯାଇଥାଏ । ଏହାକୁ ପୁରା କରିବା ପାଇଁ ମରିବା ପରେ ଏମିତି ଆତ୍ମାର ପୁନର୍ଜନ୍ମ ହୋଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.