ଅଜବ ରୋଗ : ନିଜକୁ ଗାଇ, ମଇଁଷି ଚିନ୍ତା କରି ଘାସ ଚରନ୍ତି ଲୋକେ, ଏହା ବିଶ୍ୱର ଏକ ଅଦ୍ଭୁତ ରୋଗ

ଜର, ସର୍ଦ୍ଦି ଠୁ ଆରମ୍ଭ କରି ଡାଇବେଟିସ ଓ କ୍ୟାନ୍ସର ଭଳି କେତେ କେତେ ରୋଗର ନାମ ଶୁଣିଥିବେ । ହେଲେ ଏମିତି କିଛି ରୋଗ ବିଷୟରେ ଜାଣି ନଥିବେ ଯାହାକୁ ଦୁନିଆର ସବୁଠୁ ଆଶ୍ଚର୍ଯ୍ୟଜନକ ରୋଗ ବୋଲି କୁହାଯାଏ । ଏହି ରୋଗରେ ପଡିଥିବା ବ୍ୟକ୍ତି ଗାଇ, ମଇଁଷି ଭଳି ବ୍ୟବହାର କରିଥାନ୍ତି । ବଡ ଅଦ୍ଭୁତ ରୋଗ ଏ । ପୁରୁଷ ବା ମହିଳା କାହାକୁ ବି ହୋଇପାରେ ଏହି ରୋଗ ।

ଏହି ରୋଗର ନାମ କ’ଣ

ଏହି ରୋଗର ନାମ ହେଉଛି ବୋଏନ୍ଥ୍ରୋପି (Boanthropy), ଏହା ଏକ ସାଇକୋଲୋଜିକଲ ଡିଜଅର୍ଡର ବା ମନସ୍ତାତ୍ତ୍ୱିକ ରୋଗ । ଏହି ରୋଗ ଦୁର୍ଲ୍ଲଭ ରୋଗ ତାଲିକାରେ ଆସିଥାଏ । ଏଥିରେ ପୀଡିତ ବ୍ୟକ୍ତି ହାତ ଓ ଗୋଡ ମାଟି ଉପରେ ରଖି ଗାଇ ଓ ମଇଁଷିଙ୍କ ପରି ଘାସ ଚରିଥାନ୍ତି । ତାଙ୍କୁ ଲାଗିଥାଏ ଯେ ସେ ଏମାନଙ୍କ ମଧ୍ୟରୁ କୌଣସି ଏକ ଜୀବ ଓ ତାଙ୍କ ଭଳି ଘାସ ଖାଇବାକୁ ଚେଷ୍ଟା କରୁଛନ୍ତି । କେତେକ ଯାଗରେ ଦେଖାଯାଇଛି, ହୋଇଗଲା ପରେ ଲୋକ ଗାଇ ଓ ମଇଁଷିଙ୍କ ଭଳି ବୋବାଇ ଥାନ୍ତି ।

ଏହି ରୋଗ କ’ଣ ହୋଇଥାଏ

ଏ ସମ୍ପର୍କରେ ବର୍ତ୍ତମାନ ଗବେଷଣା ଜାରି ରହିଛି । ପ୍ରାରମ୍ଭିକ ଗବେଷଣାରୁ ଜଣାପଡିଛି ଯେ ବ୍ୟକ୍ତି ଯେବେ ଭ୍ରମ ଅବସ୍ଥାରେ ରହିଥାଏ ସେତେବେଳେ ଏପରି ହରକତ କରିଥାଏ । ଯଦିଓ ଏହି ରୋଗ ଏବେ ହାତ ଗଣତିରେ ରହିଛି । ଭ୍ରମ ସ୍ଥିତି ହେବା ପରେ ଏହି ରୋଗ ହୋଇଥାଏ । ଏହି ରୋଗ ପାଇଁ ମନୋଚିକିତ୍ସକଙ୍କ ଆବଶ୍ୟକ ପଡିଥାଏ ।

ଏହି ରୋଗରେ ପୀଡିତ ମାମଲା

ଏହି ମାରାତ୍ମକ ରୋଗ ନେବୁକଗ୍ନେଜର ନାମକ ଜଣେ ରାଜାଙ୍କୁ ହୋଇଥିଲା । ସେ ନୂତନ ବେବିଲୋନିୟନ ସାମ୍ରାଜ୍ୟର ରାଜା ଥିଲେ । ସେ ଗାଇଙ୍କ ଭଳି ବ୍ୟବହାର କରୁଥିଲେ ଓ ଘାସ ଚରୁଥିଲେ । ଗୁଗୁଲ ରେ ଯଦି ତାଙ୍କର ଫଟୋ ଖୋଜିବେ ମଧ୍ୟ ପାଇ ପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.