Below header

ସୁମଧୁର କଣ୍ଠ ସ୍ଵର ଥାଇ ବି ଆଜି ବାପା ନାହିଁ ବୋଲି ଦିଗହରା ରୀତୁଙ୍କ ପ୍ରତିଭା

ସାତ ବର୍ଷ ତଳୁ ବାପା ସଂସାରରୁ ଆରପାରିକୁ ଚାଲିଗଲେ । ଏପଟେ ରୋଗିଣା ମାଆଟି ପାଇଁ ସବୁ ଦାୟିତ୍ୱ ମୁଣ୍ଡାଇବାକୁ ପଡୁଛି ରୀତୁଙ୍କୁ । ମାଆର ଚିକିତ୍ସା ଠାରୁ ଆରମ୍ଭ କରି ଔଷଧ ଖର୍ଚ୍ଚର ଚିନ୍ତା ରୀତୁ ମୁଣ୍ଡରେ । ପୁଅର ଦାୟିତ୍ୱ ତୁଲାଉଛି ଝିଅ ରୀତୁ ।

ଭୁବନେଶ୍ୱର (କେନ୍ୟୁଜ): ଘର ଭିତରୁ ଶୁଭୁ ଥିଲା ସୁମଧୁର ସ୍ଵର । ତା ସହିତ ସିଲେଇ ମେସିନ୍ ର ଖଟ ଖଟ ଶବ୍ଦ । ତେବେ ଗୀତର ସ୍ୱର ଆମକୁ ଟାଣି ନେଲା ଘର ଭିତରକୁ । ଘର ଭିତରେ ପାଦ ଦେଉ ଦେଉ ଦେଖିଲୁ ରୋଗିଣା ମାଆଟି ବେଡ଼ସିଟି ଘୋଡାଇ ହୋଇ ଶୋଇଛି । ଆଉ ଯୁବତୀ ଜଣେ ସିଲେଇ ମେସିନ ପାଖରେ ବସି ସିଲେଇ କରୁଛନ୍ତି ଓ ଗୀତ ବି ଗାଉଛନ୍ତି । କିଛି ସମୟ ପରେ ଜଣେ ଯୁବତୀ ଆଣି କଣ ଗୁଡ଼ାଏ କହି ଖଣ୍ଡେ ବ୍ଲାଉଜ ଧରାଇ ଦେଇ ଚାଲି ଗଲେ । ତାପରେ ଆସିଲେ ଜଣେ ମହିଳା । ସେମଧ୍ୟ ସିଲାଇ କରିବାକୁ କିଛି ଦେଲେ ଆଉ ଚାଲିଗଲେ । ସେମାନଙ୍କ ସିଲାଇ କାମ ମଝିରେ ଅଧା ପକାଇ ଉଠି ଅସି ବସିଲେ ରୋଗୀଣା ମାଆଟି ପାଖରେ ।

ମାଆକୁ ଉଠାଇ ବସାଇବା ପରେ ଔଷଧ ଖୁଆଇ ଦେଲେ । ମାଆ କହିଲା ଗୀତ ଗାଇବାକୁ । ଆଉ ଯୁବତୀ ଜଣକ ଗାଉଥିଲେ ‘ମୋ କୋଳ ତୋ ଝୁଲଣା…’ । ଯୁବତୀ ଜଣଙ୍କ ହେଉଛନ୍ତି ରଂଜିତା ଭୂୟାଁ । ଡାକ ନାଁ ରୀତୁ । ଜଣେ ଛୋଟ ମୋଟ କଳାକାର । ରୀତୁଙ୍କ କଣ୍ଠସ୍ବର ଯେତିକି ସୁମଧୁର ଥିଲା ଜୀବନର ବଞ୍ଚିବା ରାସ୍ତା ତାଠୁ କେଇ ଗୁଣ ଅଧିକ କଷ୍ଟ ଏବଂ ଯନ୍ତ୍ରଣା ଦାୟକ ଥିଲା। ରୀତୁଙ୍କ ଜୀବନ ସଂଘର୍ଷର କାହାଣୀ ଯିଏ ବି ଶୁଣିବ ଆଖିରେ ଲୁହ ଆସିଯିବ । ସତରେ କଣ ସବୁ ଦୁଃଖ ଆଉ କଷ୍ଟ ଏହି ଝିଅଟି ପାଇଁ ଭଗବାନ ରଖିଛନ୍ତି ? ରୀତୁଙ୍କ ଘର କଟକ ଜିଲ୍ଲା ସାଲେପୁର ଲୁଣାହାର । ବାପା ମାଆଙ୍କ ଗୋଟିଏ ପୁଅ ଗୋଟିଏ ଝିଅ । ରୀତୁ ଛୁଆଟି ବେଳୁ ବାପାଙ୍କ ଦ୍ୱାରା ଅନୁପ୍ରାଣିତ ।

ritu mother

ସାତ ବର୍ଷ ତଳୁ ବାପା ସଂସାରରୁ ଆରପାରିକୁ ଚାଲିଗଲେ । ଏପଟେ ରୋଗିଣା ମାଆଟି ପାଇଁ ସବୁ ଦାୟିତ୍ୱ ମୁଣ୍ଡାଇବାକୁ ପଡୁଛି ରୀତୁଙ୍କୁ । ମାଆର ଚିକିତ୍ସା ଠାରୁ ଆରମ୍ଭ କରି ଔଷଧ ଖର୍ଚ୍ଚର ଚିନ୍ତା ରୀତୁ ମୁଣ୍ଡରେ । ପୁଅର ଦାୟିତ୍ୱ ତୁଲାଉଛି ଝିଅ ରୀତୁ । ଭାଇ ଡ୍ରାଇଭର ଭାବରେ କେଉଁଠି କାହା ପାଖରେ ମୁଣ୍ଡ ଗୁଞ୍ଜି କାମ କରେ । ଯେଉଁ ଦୁଇ ପଇସା ପାଏ ସେଥିରେ ଘର ଚଳେ । ରୀତୁ ମାଆର ଔଷଧ ଓ ଅନ୍ୟାନ୍ୟ ଖର୍ଚ୍ଚ ପାଇଁ ଦିନ ରାତି ଏକ କରିଦିଅନ୍ତି। ଘରେ ବସି ସିଲାଇ କରି ଯାହା ରୋଜଗାର ହୁଏ ସେଥିରେ ଔଷଧ ଖର୍ଚ୍ଚ ତୁଲାନ୍ତି l ରୀତୁ ଜଣେ ଛୋଟମୋଟ କଣ୍ଠ ଶିଳ୍ପୀ ଭାବରେ ବିଭିନ୍ନ ସ୍ଥାନକୁ ଯାଇ ବୁଲି ବୁଲି ଗୀତ ଗାଆନ୍ତି । ସେଥିରୁ ଯାହା ମିଳେ ମାଆର ଚିକିତ୍ସା ଓ ଔଷଧ ଖର୍ଚ୍ଚ ଉଠାନ୍ତି ।

ବାପା ଥିଲେ ମାଆର ସବୁ ଦାୟିତ୍ୱ ନେଇଥାନ୍ତେ । ରୀତୁ ଆଜି ଭଲ କଣ୍ଠଶିଳ୍ପୀ ସହିତ କଳାକରଟିଏ ହୋଇ ବାହାରି ଥାଆନ୍ତେ l ହେଲେ ଭାଗ୍ୟର ବିଡ଼ମ୍ବନା । ବାପା ଆରପାରିକୁ ଚାଲିଯିବାର ସାତ ବର୍ଷ ହୋଇଗଲାଣି । ଏବେ ତାଙ୍କୁ ବାପାଙ୍କ ଦାୟିତ୍ୱ ତୁଲାଇବାକୁ ପଡୁଛି l ଅଭିନୟ ଦିଗରେ ରୀତୁଙ୍କ ଭାରି ଇଚ୍ଛା । ହେଲେ ଯେଉଁ ଡାଳ ଧରିଲେ ତାହା ଭାଙ୍ଗି ପଡୁଛି । ଏକଥା କହି କାନ୍ଦି ପକାଇଲେ ରୀତୁ । କଣ୍ଠ  ଥାଇ ଏବଂ କଳା ଥାଇ ଆଜି ବାପା ନାହିଁ ବୋଲି ଦିଗହରା ତାଙ୍କ ପ୍ରତିଭା । ରୋଗୀଣା ମାଆ ପାଇଁ ଚାଲି ଆସିଛନ୍ତି ରାସ୍ତା କଡ଼କୁ । ମା’କୁ ବଞ୍ଚାଇ ରଖିବାକୁ ତାଙ୍କ ଚିକିତ୍ସା ପାଇଁ ଏଇ ସଂଘର୍ଷ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.