ଆସିଲା ଚନ୍ଦ୍ରର ପ୍ରଥମ ଫଟୋ, ଲୁନାର ଅରବିଟରେ ପ୍ରବେଶ କରିବା ପରେ ଚନ୍ଦ୍ରଯାନ -୩ର ସଫଳତା

ISRO ଚନ୍ଦ୍ରର ପ୍ରଥମ ଫଟୋ ସେୟାର କରିଛି । ୨୨ ଦିନ ପରେ ଚନ୍ଦ୍ରାୟନ –୩ ସଫଳତାର ସହିତ ଚନ୍ଦ୍ର କକ୍ଷପଥରେ ପ୍ରବେଶ କରିଛି । ଲୁନାର ଅରବିଟରେ ପ୍ରବେଶ କରିବା ପରେ ଚନ୍ଦ୍ରଯାନ -୩ ଦ୍ୱାରା ଚନ୍ଦ୍ରର ପୃଷ୍ଠ ଭାଗକୁ କ୍ୟାପଚର କରାଯାଇଥିଲା ।

ଭାରତୀୟ ମହାକାଶ ଅନୁସନ୍ଧାନ ସଂଗଠନ ବା ISRO ଚନ୍ଦ୍ରର ପ୍ରଥମ ଫଟୋ ସେୟାର କରିଛି । ମାନବ ବିହୀନ ଚନ୍ଦ୍ର ମିଶନରେ ଯାଇଥିବା ଚନ୍ଦ୍ରଯାନ ୩ ଦ୍ୱାରା ଏହି ଫଟୋ ନିଆଯାଇଛି । ଶନିବାର ଲୁନାର ଅରବିଟରେ ପ୍ରବେଶ କରିବା ପରେ ଚନ୍ଦ୍ରଯାନ -୩ ଦ୍ୱାରା ଚନ୍ଦ୍ରର ପୃଷ୍ଠ ଭାଗକୁ କ୍ୟାପଚର କରାଯାଇଥିଲା ।

ମିଶନର ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡେଲରେ ଟ୍ୱିଟ୍ କରି କୁହାଯାଇଛି ଯେ ଚନ୍ଦ୍ର, ୫ ଅଗଷ୍ଟ ୨୦୨୩ରେ ଲୁନାର ଅର୍ବିଟ୍ ଇନ୍ସେର୍ସନ୍ (LOI) ଚନ୍ଦ୍ରୟାନ –୩ ସ୍ପେସକ୍ରାଫ୍ଟ ଦ୍ୱାରା ଦେଖାଯାଇଥିଲା । ଚନ୍ଦ୍ର ମିଶନ ଏପର୍ଯ୍ୟନ୍ତ ଭଲ ଭାବେ ହୋଇଛି ଏବଂ ISRO ଆଶା କରୁଛି ଯେ ବିକ୍ରମ ଲ୍ୟାଣ୍ଡର ଚଳିତ ମାସ ଶେଷରେ ଅଗଷ୍ଟ ୨୩ରେ ଚନ୍ଦ୍ର ପୃଷ୍ଠରେ ଲ୍ୟାଣ୍ଡ କରିବ । ୨୨ ଦିନ ପରେ ଚନ୍ଦ୍ରାୟନ –୩ ସଫଳତାର ସହିତ ଚନ୍ଦ୍ର କକ୍ଷପଥରେ ପ୍ରବେଶ କରିଛି ।

 

“ମୁଁ ଚନ୍ଦ୍ରର ମାଧ୍ୟାକର୍ଷଣ ଶକ୍ତି ଅନୁଭବ କରୁଛି,” ଚନ୍ଦ୍ରୟାନ –୩ ର ISROକୁ ଏହା ମେସେଜ ଥିଲା । ISRO ଅଗଷ୍ଟ ୬ ରବିବାର ଦିନ ରାତି ୧୧ ଟା ସମୟରେ ଚନ୍ଦ୍ରଯାନ –୩ ର କକ୍ଷପଥକୁ କମ କରିଥିଲା । ତେବେ ବର୍ତ୍ତମାନ ଚନ୍ଦ୍ର ୧୭୦ କିଲୋମିଟର x ୪୩୧୩ କିଲୋମିଟର ଅର୍ବିଟରେ ଅଛି । ଅର୍ଥାତ ଚନ୍ଦ୍ରଯାନ ଏପରି କକ୍ଷପଥରେ ଗତି କରୁଛି, ଯେଉଁଥିରେ ଚନ୍ଦ୍ରଠାରୁ ଏହାର ସର୍ବନିମ୍ନ ଦୂରତା ୧୭୦ କିଲୋମିଟର ଏବଂ ସର୍ବାଧିକ ଦୂରତା ୪୩୧୩ କିଲୋମିଟର ରହିଛି । ଅର୍ବିଟ ବା କକ୍ଷପଥ ବଦଳାଇବା ପାଇଁ ଚନ୍ଦ୍ରଯାନର ଇଞ୍ଜିନ କିଛି ସମୟ ପାଇଁ ଫାୟର କରାଯାଇଥିଲା । ISRO କହିଛି ଯେ ବର୍ତ୍ତମାନ କକ୍ଷପଥକୁ କମ କରିବା ପାଇଁ ପରବର୍ତ୍ତୀ ଅପରେସନ ୯ ଅଗଷ୍ଟ ୨୦୨୩ରେ ଦ୍ୱିପ୍ରହର ୧ଟାରୁ ୨ଟା ସମୟ ମଧ୍ୟରେ କରାଯିବ।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.