Below header

ଆଶ୍ଚର୍ଯ୍ୟ ! ଆଇଫୋନ ୟୁଜ କରିବାରୁ ମହିଳାଙ୍କ ବିରୋଧରେ ସାମସଙ୍ଗ କରିଦେଲା କେସ

ସାମସଙ୍ଗ କମ୍ପାନୀ ନିଜ ବ୍ରାଣ୍ଡ ଆମ୍ବାସଡର ନାମରେ କରିଛି ଏକ ମକଦ୍ଦମା। ଏହି ଘଟଣାର କାରଣ ମଧ୍ୟ ବହୁତ ଆଶ୍ଚର୍ଯ୍ୟକର। ରିପୋର୍ଟ ଅନୁଯାୟୀ ମହିଳା ବ୍ରାଣ୍ଡ ଅମ୍ବାସଡର ସେଲିବ୍ରିଟିଙ୍କ ଅପରାଧ ଏହା ଥିଲା ଯେ ସେ ଟିଭି ଇଣ୍ଟର୍ଭ୍ୟୁ ସମୟରେ ସାମସଙ୍ଗ ବଦଳରେ ଆଇଫୋନର ବ୍ୟବହାର କରିଥିଲେ।

ସୁନ୍ଦରୀ ୟୁଜ କରିଥିଲେ ଆଇଫୋନ

ksanuia୩୬ ବର୍ଷର ସୋନିଆ ସୋବଚକ ରୂଷରେ ସାମସଙ୍ଗର ବ୍ରାଣ୍ଡ ଆମ୍ବାସଡର ଅଛନ୍ତି। ସାମସଙ୍ଗ୍ ସହିତ ତାଙ୍କର ଏହା କଣ୍ଟ୍ରାକ୍ଟ ହୋଇଛି ଯେ ସେ ସାର୍ବଜନିନ ସ୍ଥାନରେ ସାମସଙ୍ଗ୍ କମ୍ପାନୀ ହିଁ ଫୋନ ବ୍ୟବହାର କରିବେ। କିନ୍ତୁ ସେ ଏମିତି କରିନଥିଲେ। ସୋନିଆ ରୁଷର ଜଣାଶୁଣା ଟିଭି ଆଙ୍କର, ପତ୍ରକାର ଏବଂ ରାଜନୀତିରେ ସକ୍ରୀୟ ଥିବା ବ୍ୟକ୍ତିତ୍ବ ଅଟନ୍ତି।

ଏହା ସହ ପଢ଼ନ୍ତୁ : ମାତ୍ର ଗୋଟିଏ କ୍ଲିକରେ ମହିଳାଙ୍କ ନିକଟରେ ପହଂଚିଯିବ ପୋଲିସ, ଏବେ ପୂରା ଦେଶରେ କାମ କରିବ ଏମର୍ଜେନ୍ସି ଆପ୍ 112 India

ସାମସଙ୍ଗ କଲା କେସ

sania ambasadarଏକ ଟିଭି ସାକ୍ଷତକାରରେ ତାଙ୍କର ଏକ ଭୁଲ ହୋଇଗଲା ଏବଂ ସେ ସାମସଙ୍ଗ୍ ବଦଳରେ ଆଇଫୋନ ଧରିଥିବାର ନଜର ଆସିଥିଲେ। କେବଳ ଏହି କାରଣରୁ ସାମସଙ୍ଗ ତାଙ୍କ ଉପରେ କେସ କରିଦେଲା। ଅବଶ୍ୟ ତାଙ୍କୁ ଏହି କଥା ମନେ ପଡିବା ପରେ ସେ ଏକ କାଗଜ ସାହାଯ୍ୟରେ ମୋବାଇଲ ଫୋନକୁ ଲୁଚାଇକୁ ଉଦ୍ୟମ ମଧ୍ୟ କରିଥିଲେ। କିନ୍ତୁ ଏହି ସତ ସମସ୍ତଙ୍କ ସାମ୍ନାକୁ ଆସିଗଲା। କେବଳ ଏତିକି ନୁହେଁ ମହିଳାଙ୍କ ଉପରେ କମ୍ପାନୀ ୧୨ କୋଟିର ଜୋରିମାନା ମଧ୍ୟ ଲଗାଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.