ହକି ବିଶ୍ୱ କପ୍‌ରେ ‘ଡ୍ର’ ଧାରା ଜାରି, ଫ୍ରାନ୍ସ ୧- ସ୍ପେନ୍‌ ୧

ଭୁବନେଶ୍ୱର (କେ ନ୍ୟୁଜ୍‌) : ଚଳିତ ହକି ବିଶ୍ୱ କପ୍‌ରେ ଏବେ ଡ୍ର ମ୍ୟାଚ୍‌ର ଧାରା ଜାରି ରହିଛି । ଗତକାଲି ଦୁଇଟି ଯାକ ମ୍ୟାଚ୍‌ ବିନା ଫଳାଫଳରେ ଶେଷ ହେବା ପରେ ଆଜିର ପ୍ରଥମ ମ୍ୟାଚ୍‌ ଫ୍ରାନ୍ସ ଓ ସ୍ପେନ୍‌ ମଧ୍ୟରେ ୧-୧ ଗୋଲ୍‌ରେ ଡ୍ର ରହିଛି ।
ପୁଲ୍‌ ‘ଏ’ର ଏହି ମ୍ୟାଚ୍‌ର ଷଷ୍ଠ ମିନିଟ୍‌ରେ ଫ୍ରାନ୍ସ ପକ୍ଷରୁ ଟିମୋଥି କ୍ଲିମେଟ୍‌ ପ୍ରଥମ ଗୋଲ୍‌ ସ୍କୋର କରିଥିଲେ । ଏହା ପରେ ଖୁବ୍‌ ପରିଶ୍ରମ କରି ସ୍ପେନ୍‌ ପକ୍ଷରୁ ଆଲଭାରୋ ଇଗ୍ଲେସିଆସ୍‌ ୪୮ ମିନିଟ୍‌ରେ ଗୋଲ୍‌ ପରିଶୋଧ କରିଥିଲେ ।ସ୍ପେନ୍‌ର କୁଇକୋ କୋଟେସ୍‌ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଛନ୍ତି । ପୂର୍ବରୁ ଉଭୟ ସ୍ପେନ୍‌ ଓ ଫ୍ରାନ୍ସ ଦଳ ସେମାନଙ୍କର ପ୍ରଥମ ମ୍ୟାଚ୍‌ ହାରି ଯାଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.