Below header

ପିଅନ କଲା ଦୋଷ, ମାଡ଼ ଖାଇଲେ ପ୍ରଧାନଶିକ୍ଷକ

ମୟୂରଭଞ୍ଜ : ପ୍ରଧାନ ଶିକ୍ଷକ ଓ ପିଅନଙ୍କୁ ନିର୍ଦ୍ଧୂମ ମାଡ଼ । ସ୍କୁଲ ଗେଟରେ ବାନ୍ଧି ଛେଚିଲେ ଗାଁ ଲୋକେ। ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗାର ପଞ୍ଚୁପାଲିି ହାଇସ୍କୁଲ ଆଦିବାସୀ ଛାତ୍ରୀ ନିବାସ ଅନ୍ତେବାସୀଙ୍କୁ ଅସଦାଚରଣ ଅଭିଯୋଗ ନେଇ ଉତ୍ତେଜନା । ଅଭିଯୋଗ ଅନୁଯାୟୀ, ଗତ ଶୁକ୍ରବାର ହାଇସ୍କୁଲ ପିଅନ ରବୀନ୍ଦ୍ର ସାହୁ ଜଣେ ଛାତ୍ରୀଙ୍କୁ ଶ୍ରେଣୀ ଗୃହରେ ଅସଦାଚରଣ କରିଥିଲେ। ଏ ସମ୍ପର୍କରେ କାହାକୁ କହିଲେ ଜୀବନରେ ମାରିଦେବାକୁ ଧମକ ଦେଇଥିଲେ। ଏହି ଘଟଣାରେ ଗାଁ ଲୋକେ ପିଅନ ରବୀନ୍ଦ୍ର ସାହୁ ଓ ପ୍ରଧାନ ଶିକ୍ଷକଙ୍କୁ ବାନ୍ଧି ନିସ୍ତୁକ ମାଡ଼ ମାରିଛନ୍ତି । ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବିରେ ଟାୟାର ଜାଳି ରାସ୍ତାରୋକ ମଧ୍ୟ କରିଥିଲେ ସ୍ଥାନୀୟ ବାସିନ୍ଦା । ଏଥିଯୋଗୁଁ ବୈଶିଙ୍ଗା- ମାଣତ୍ରୀ ରାସ୍ତାରେ ଗାଡ଼ି ଚଳାଚଳ ପ୍ରଭାବିତ ହୋଇଥିଲା । ବୈଶିଙ୍ଗା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ପିଅନ ଓ ପ୍ରଧାନଶିକ୍ଷକଙ୍କୁ ଉଦ୍ଧାର କରି ଥାନାକୁ ନେଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.