Below header

ଲୋକେ ଥାନା ଜାଳି ଦେଲେ, ଇନିସପେକ୍ଟରକୁ ମାରି ଦେଲେ

ବୁଲନ୍ଦ ସହର : ଥାନା ପୋଡ଼ି ଦେଲେ ଉତ୍ତ୍ୟକ୍ତ ଲୋକେ । ଜଣେ ପୋଲିସ୍‌ କର୍ମଚାରୀ ସମେତ ଦୁଇ ଜଣଙ୍କର ମୃତ୍ୟୁ । ଏମିତିକ ଏକ ଘଟଣା ଘଟିଛି ଏଠାକାର ଉତ୍ତର ପ୍ରଦେଶ ବୁଲନ୍ଦ ସହର ଅନ୍ତର୍ଗତ ଚିଙ୍ଗରାବଠି ଅଞ୍ଚଳରେ । ପୋଲିସ୍‌ ଗୁଳିରେ ଆହତ ଜଣେ ଯୁବକର ମୃତ୍ୟୁକୁ ନେଇ ଉତ୍ତେଜନା ସୃଷ୍ଟି ହୋଇଥିଲା ।

INISPECTOR-2

ଏହା ପରେ ସ୍ଥାନୀୟ ଲୋକେ ଉତ୍ତ୍ୟକ୍ତ ହୋଇ ଥାନା ଉପରେ ଆକ୍ରମଣ କରିଥିଲେ । ପୋଲିସ୍‌ ସେମାନଙ୍କୁ ପ୍ରଥମେ ବୁଝାଶୁଝା କରିଥିଲା । ହେଲେ ସେମାନେ ପୋଲିସ୍‌ ଉପରକୁ ଟେକା ପଥର ଫିଙ୍ଗିବା ସହିତ ଥାନା ସମେତ ସେଠାରେ ଥିବା ଶହ ଶହ ଗାଡ଼ିରେ ନିଆଁ ଲଗାଇ ଦେଇଥିଲେ । । ପୋଲିସ୍‌ ଓ ବିକ୍ଷୋଭକାରୀଙ୍କ ମଧ୍ୟରେ ହାତାହାତି ବେଳେ ଥାନାର ଇନିସପେକ୍ଟର ସୁବୋଧ ସିଂହଙ୍କ ମୃତ୍ୟୁ ଘଟିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.