ଗାଁରୁ ବାସନ୍ଦ ପରିବାର

ରାୟଗଡା : ଗୋଟିଏ ପରିବାରକୁ ଗାଁରୁ ବାସନ୍ଦ । ଏଭଳି ଅଭାବନୀୟ ଘଟଣା ଘଟିଛି ରାୟଗଡା ଜିଲ୍ଲା ବିଷମକଟକ ବ୍ଲକ୍‌ ଦୁର୍ଗୀ ଅଞ୍ଚଳରେ । ଗାଁର କିଛି ଲୋକ ରାମ ପିଡିକାକା ନାମକ ଜଣେ ବ୍ୟକ୍ତିଙ୍କୁ ସଂଘବଦ୍ଧ ହୋଇ ମାଡ ମାରିଥିଲେ। ତାଙ୍କ ପରିବାରକୁ ଗାଁରୁ ବାସନ୍ଦ କରିଛନ୍ତି। ଏନେଇ ରାମ ବିଷମକଟକ ଥାନାରେ ଅଭିଯୋଗ କରିଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନଥିବା ଅଭିଯୋଗ ହୋଇଛି। ଘଟଣାର ସମାଧାନ କରିବା ପାଇଁ ଉଦ୍ୟମ କରାଯାଉଛି ବୋଲି ଥାନା ଅଧିକାରୀ କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.