କ୍ଷମା କରିବେ ! ଆମର ଏହି ପଦଯାତ୍ରା ଯୋଗୁଁ ଆପଣଙ୍କୁ ସମସ୍ୟା ହେଉଥିବ : ଭାବୁକ କରିଦେବ ଚାଷୀଙ୍କ ଏହି ଚିଠି

ନୂଆଦିଲ୍ଲୀ : ଆନ୍ଦୋଳନରୁ ଓହରିଛନ୍ତି ଅନ୍ନଦାତା । ନିଜର ଦାବି ନେଇ ପୁଣି ଥରେ ନୂଆଦିଲ୍ଲୀର ରାଜରାସ୍ତାକୁ ଓହ୍ଲାଇଥିଲେ ଚାଷୀ । ରାମଲୀଲା ମୈଦାନରେ ଏକାଠି ହୋଇଥିଲେ ପ୍ରାୟ ୩୫ ହଜାର ଚାଷୀ । ଅନ୍ନଦାତା ଚାଷୀ ଆଜି ଋଣର ବୋଝରେ କେତେ ଦବି ରହିଛି ତାର ଏକ ସ୍ପଷ୍ଟ ଚିତ୍ର ଦେଇଥିଲା ଏହି ସମାବେଶ । ତେବେ ଏହି ଚାଷୀଙ୍କ ଦାବି ପୁରା ହେବ କି ନାହିଁ ତାହା ସମୟ କହିବ । ହେଲେ ଏହି କିଷାନମାନଙ୍କ ଏକ ପତ୍ର ଏବେ ଭାଇରାଲ୍ ହେବାରେ ଲାଗିଛି । ଯାହାକୁ ପଢିଲେ କେହି ବି ହୋଇଯିବ ଭାବୁକ ।

ଚିଠିରେ ଲେଖା ହୋଇଛି :

letterଆମେ ମାନେ ଚାଷୀ, ଆପଣଙ୍କୁ ହଇରାଣ କରିବା ଆମ ଉଦ୍ଦେଶ୍ୟ ନୁହେଁ । ଆମେ ନିଜେ ବହୁତ ଚିନ୍ତିତ ଅଛୁ । ତେଣୁ ସରକାରଙ୍କୁ ଏବଂ ଆପଣମାନଙ୍କୁ ନିଜ କଥା କହିବା ପାଇଁ ବହୁତ ଦୂରରୁ ଆସିଛୁ । ଆମକୁ ଆପଣଙ୍କର ବାସ୍ ଗୋଟିଏ ମିନିଟ୍ ସମୟ ଦରକାର । ଆମେ ସବୁ ସାମଗ୍ରୀ ଅଧିକ ଦାମ୍ ଦେଇ କିଣୁ କିନ୍ତୁ ଅଳ୍ପ ଟଙ୍କାରେ ବିକ୍ରି କରୁ । ଆମ ଜୀବନ ମଧ୍ୟ ଶସ୍ତା ହୋଇଯାଇଛି । ଗତ ୨୦ ବର୍ଷ ମଧ୍ୟରେ ୩ ଲକ୍ଷରୁ ଅଧିକ ଚାଷୀ ଆତ୍ମହତ୍ୟା କରିସାରିଛନ୍ତି । ଆମ ସମସ୍ୟାର ଚାବି ସରକାରଙ୍କ ନିକଟରେ ଅଛି । କିନ୍ତୁ ସେ ଆମ କଥା ଶୁଣୁନାହାଁନ୍ତି । ସରକାରଙ୍କ ଚାବି ଗଣମାଧ୍ୟମ ନିକଟରେ ଅଛି । ସେହି ଆଶାରେ ଆମେ ଆପଣଙ୍କୁ ଆମ ଦୁଃଖ କଷ୍ଟ ବୁଝାବାକୁ ଚେଷ୍ଟା କରୁଛୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.