Below header

ଶତ୍ରୁଙ୍କୁ ଜିତିଥିବା ଯବାନ ଆଜି ନିଜ ଦେଶରେ ହାରିଗଲେ : ପରିବାର ଚଳାଇବା ପାଇଁ ଜୁସ୍ ଦୋକାନ ଚଳାଉଛନ୍ତି କାରଗିଲ୍ ଯୋଦ୍ଧା

୨୬ ଜୁଲାଇକୁ ସମଗ୍ର ଦେଶରେ ପାଳନ ହୋଇଥିଲା ୧୯ତମ କାରଗିଲ୍ ବିଜୟ ଦିବସ । ଯୁଦ୍ଧରେ ସହିଦ୍ ସିପାହୀଙ୍କ ବଳିଦାନକୁ ମନେ ପକାଇଥିଲା ସାରା ଦେଶ । କିନ୍ତୁ ସେହି ଦିନ କାରଗିଲ୍ ଯୁଦ୍ଧର ଜଣେ ସିପାହୀ ସମସ୍ତଙ୍କ ନଜରରୁ ଦୂର ନିଜ ଜୁସ୍ ଦୋକାନରେ ଲୋକଙ୍କ ଅଈଁଠା ଗ୍ଲାସ୍ ସଫା କରିବାରେ ବ୍ୟସ୍ତ ଥିଲା । ଏହି କାହାଣୀ ହେଉଛି ଲାଂସ୍ ନାୟକ ସତବୀର୍ ସିଂହଙ୍କର । ଦିଲ୍ଲୀରୁ କାରଗିଲ୍ ଯୁଦ୍ଧରେ ଲଢିଥିବା ଜଣେ ମାତ୍ର ଯବାନ୍ ହେଉଛନ୍ତି ମୁଖମେଲପୁର ଗାଁର ବାସିନ୍ଦା ସତବୀର ।

ଏହା ଭିତରେ କାରଗିଲ୍ ଯୁଦ୍ଧକୁ ବିତିଯାଇଛି ୧୯ ବର୍ଷ । ହେଲେ ଶତ୍ରୁଙ୍କ ଗୋଟିଏ ଗୁଳି ଆଜି ବି ତାଙ୍କ ପାଦରେ ରହିଛି । ଯେଉଁଥି ପାଇଁ ସେ ଚାଲି ପାରୁନାହାଁନ୍ତି ଏବଂ ଆଶାବାଡିର ସାହାରା ନେଉଛନ୍ତି । କିନ୍ତୁ ସୀମାରେ ଶତ୍ରୁଙ୍କ ସହ ଯୁଦ୍ଧରେ ଜିତିଥିବା ସତବୀରଙ୍କୁ ହରାଇଦେଲା ନିଜ ଦେଶ ।

କାରଗିଲ୍ ଯୁଦ୍ଧରେ ଶତ୍ରୁ ପକ୍ଷର ୭ ସୈନିକଙ୍କୁ ମାରିବା ସହ ନିଜ ଶରୀରରେ ଅନେକ ଗୁଳି ଖାଇଥିଲେ ସତବୀର। ପ୍ରାୟ ୧୭ ଘଂଟା ସେହି ଅବସ୍ଥାରେ ପଡି ରହିବା ପରେ ଏୟାରବସ ଯୋଗେ ଶ୍ରୀନଗର ଅଣାଯାଇଥିଲା । ସରକାରୀ ହିସାବରେ ଯୁଦ୍ଧରେ ପ୍ରାୟ ୫୨୭ ଯବାନ ସହିଦ୍ ହେବା ସହ ୧୩୦୦ରୁ ଅଧିକ ଆହତ ହୋଇଥିଲେ । ଆହତ ମାନଙ୍କ ମଧ୍ୟରେ ସତବୀରଙ୍କ ନାଁ ମଧ୍ୟ ଥିଲା । ଯୁଦ୍ଧରେ ଆହତ ହୋଇଥିବା ଅଫିସର୍, ସୈନିକଙ୍କ ବିଧବା ସ୍ତ୍ରୀଙ୍କୁ ତତ୍କାଳୀନ ରୂପରେ ସରକାରଙ୍କ ତରଫରୁ ପେଟ୍ରୋଲ୍ ପମ୍ପ ଏବଂ ଚାଷ ପାଇଁ ଜମି ଦେବାକୁ ଘୋଷଣା କରିଥିଲେ ।

ତେବେ ସିତବୀରଙ୍କୁ ପେଟ୍ରୋଲ୍ ପମ୍ପ ମିଳିଲା ହେଲେ କେବଳ କାଗଜ କଲମରେ । ଚାଷ ପାଇଁ ଯେଉଁ ୫ ଏକର ଜମି ମିଳିଥିଲା ତାହା ବି କିଛି ବର୍ଷ ପରେ ଛଡାଇ ନିଆଗଲା । ଅର୍ଥାଭାବରୁ ଦୁଇ ପୁଅଙ୍କ ପାଠ ପଢା ଅଧାରେ ରହିଗଲା । ଏବେ କେବଳ ପେନସନ୍ ଏବଂ ଜୁସ୍ ଦୋକାନରେ ଯାହା ରୋଜଗାର ହେଉଛି ସେଥିରେ ଘର ଚାଲିଛି । ଗତ ୧୯ ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତି ଏବଂ ମନ୍ତ୍ରାଳୟ ଅଫିସ୍ ଚକ୍କର କାଟୁଛନ୍ତି ସତବୀର । କିନ୍ତୁ କିଛି ଲାଭ ମିଳୁନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.