୧୫ ହଜାର ୧୬୭ କୋଟି ବୀମା ରାଶିର କେହି ଦାବିଦାର ନାହାନ୍ତି

ଦେଶର ବିଭିନ୍ନ ବୀମା କମ୍ପାନୀରେ ଏବେ ପଡ଼ି ରହିଛି ୧୫ ହଜାର ୧୬୭ କୋଟି ଟଙ୍କା । ଯାହାର କେହି ଦାବିଦାର ନାହାନ୍ତି । ଆଇଆରଡିଏ ଏହି ତଥ୍ୟ ଦେଇଛି । ୨୦୧୮ ମାର୍ଚ୍ଚ ୩୧ ସୁଦ୍ଧା ୨୩ଟି ବୀମା କମ୍ପାନୀ ପାଖରେ ଏହି ପରିମାଣର ଟଙ୍କା ପଡ଼ି ରହିଛି । ଏଲ୍‌ଆଇସି ପାଖରେ ୧୦, ୫୦୯ କୋଟି ଟଙ୍କା ପଡ଼ି ରହିଥିବା ବେଳେ ୨୨ଟି ବେସରକାରୀ ବୀମା କମ୍ପାନୀ ପାଖରେ ରହିଛି ବାକି ଟଙ୍କା । ତେଣୁ େଓ୍ଵବସାଇଟରେ ଏ ସମ୍ପର୍କରେ ସୂଚନା ଦେଇ ବୀମାଧାରୀ କିମ୍ବା ତାଙ୍କର ଆଇନଗତ ଦାବିଦାରଙ୍କୁ ଯୋଗାଯୋଗ କରିବା ଲାଗି ଆଇଆରଡିଏ ସବୁ ବୀମା କମ୍ପାନୀଙ୍କୁ ନିର୍ଦ୍ଦେଶ ଦେଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.