ଆପଣ କଣ କେବେ ଚିନ୍ତା କରିପାରୁଛନ୍ତି କି, ମନୁଷ୍ଯ ମୂତ୍ରରୁ ଇଟା !

ଆପଣ କଣ କେବେ ଚିନ୍ତା କରିପାରୁଛନ୍ତି କି, ମନୁଷ୍ଯ ମୂତ୍ରରୁ ତିଆରି ହୋଇପାରୁଛି ଇଟା? ଏହା କିନ୍ତୁ ଏବେ ସମ୍ଭବ ହୋଇପାରିଛି । ପୁରୁଷ ମାନଙ୍କ ମୂତ୍ରରୁ ତିଆରି ହୋଇପାରିଛି ଇଟା। ଆଫ୍ରିକାର କିଛି ଛାତ୍ରଛାତ୍ରୀଙ୍କ ଗବେଷଣା ଦ୍ୱାରା ଏହା ସମ୍ଭବ ହୋଇଛି । କେପ୍‌ଟାଉନ୍‌ର କିଛି ଛାତ୍ରଛାତ୍ରୀ ବିଶ୍ୱବିଦ୍ୟାଳୟ ପରିସରରୁ ସ୍ୱତନ୍ତ୍ର ଭାବେ ପୁରୁଷ ମୂତ୍ର ସଂଗ୍ରହ କରିଥିଲେ ଏହାପରେ ବିଭିନ୍ନ ବୈଜ୍ଞାନିକ ପ୍ରକ୍ରିୟାରେ ଏଥିରେ ବାଲି ଏବଂ ବ୍ୟାକ୍ଟେରିଆ ମିଶ୍ରଣ କରିଥିଲେ।

bricks-human-urine-1ଏହି ପ୍ରକ୍ରିୟାରେ ପଟାସିୟମ୍‌ ଏବଂ ନାଇଟ୍ରୋଜେନ୍‌ ମଧ୍ୟ ଉତ୍ପାଦନ କରାଯାଇଥିଲା। ଏପରି ଇଟା ବନାଇବାର କଳ୍ପନା ପ୍ରଥମେ ଆମେରିକାର କିଛି ବୈଜ୍ଞାନିକଙ୍କ ମନକୁ ଆସିଥିବାବେଳେ, କିନ୍ତୁ ୟୁନିଭର୍ସିଟି ଅଫ୍ କେପ୍‌ଟାଉନ୍‌ର ସୁଜାନେ ଲାମ୍ବର୍ଟ ପ୍ରକୃତ ମନୁଷ୍ୟ ମୂତ୍ରରେ ଏହାର ସଫଳ ପ୍ରୟୋଗ କରିପାରିଥିବା କହିଛନ୍ତି ବିଶ୍ୱବିଦ୍ୟାଳୟର ଜଣେ ବରିଷ୍ଠ ଅଧ୍ୟାପକ । ଏହାସହ ସେ କହିଛନ୍ତି ଏହି ପରୀକ୍ଷଣରୁ ସ୍ପଷ୍ଟ ଯେ କିଛି ବି ବର୍ଜ୍ୟବସ୍ତୁରୁ ବିଭିନ୍ନ ଉତ୍ପାଦ ପ୍ରସ୍ତୁତ କରିହେବ।

bricks-human-urine-4ଅନ୍ଯପଟେ ସାଧାରଣ ଇଟା ୧୪୦୦ ଡିଗ୍ରୀ ସେଲ୍‌ସିୟସ୍‌ ଉତ୍ତାପରେ ପ୍ରସ୍ତୁତ ହୁଏ ଯାହାକି ଅଙ୍ଗାରକାମ୍ଲ ଉତ୍ପନ୍ନ କରେ। କିନ୍ତୁ ଜୈବ ଇଟା ନିର୍ମାଣ ପାଇଁ କୌଣସି ଉତ୍ତାପ ଆବଶ୍ୟକ କରେନାହିଁ। ଆରମ୍ଭ ସ୍ତରରେ ଏଥିରୁ ଆମୋନିଆର ଗନ୍ଧ ବାହାରେ, କିନ୍ତୁ ୪୮ ଘଣ୍ଟା ପରେ ଏହା ଆଉ ରହେନାହିଁ। ଏହା ସମ୍ପୂର୍ଣ୍ଣ ପରିବେଶ ଅନୁକୂଳ ଅଟେ।