Below header

ରିସର୍ଚ୍ଚରୁ ହେଲା ପ୍ରମାଣିତ, ଏବେ ଏକ ଛୋଟ ୩ଜି ଡିଭାଇସ ଦ୍ବାରା ବରଫରୁ ଜାତ ହେବ ବିଦ୍ୟୁତ

ଲସଏଞ୍ଜଲର୍ସ : ବରଫ ବର୍ଷା ହେବା ଋତୁରେ ସାଧାରଣତଃ ଲୋକଙ୍କୁ ଅନେକ ଅସୁବିଧାର ସାମ୍ନା କରିବାକୁ ପଡିଥାଏ। କିନ୍ତୁ ଲର୍ସ ଏଞ୍ଜଲର୍ସ ସ୍ଥିତ ଏକ ବିଶ୍ବବିଦ୍ୟାଳୟର ରିସର୍ଚ୍ଚକର୍ତ୍ତା ଏକ ଏପରି ଡିଭାଇସ ପ୍ରସ୍ତୁତ କରିଛନ୍ତି ଯାହା ଦ୍ବାରା ବରଫ ବର୍ଷା ସମୟରେ ସେଥିରୁ ବିଦ୍ୟୁତ ଉତ୍ପାଦନ କରାଯାଇପାରିବ। ଏହି ଡିଭାଇସକୁ ସିଲିକନ୍ ସିଟରେ ଇଲେକ୍ଟୋନର ଆଦାନ-ପ୍ରଦାନ ଦ୍ବାରା ପ୍ରସ୍ତୁତ କରାଯାଇଛି ।

ଆସନ୍ତୁ ଜାଣିବା ଏହି ଡିଭାଇସର ଫାଇଦା

ଶୀତ ଋତୁରେ ପ୍ରୁଥିବୀର ପାଖାପାଖି ୩୦ପ୍ରତିଶତ ଅଂଶ ବରଫରେ ଆଛାଦିତ ହୋଇଯାଇଥାଏ। ଯାହାଫଳରେ ଦୈନନ୍ଦିନ କାମ କରିବାରେ ଅନେକ ଅସୁବିଧା ହୋଇଥାଏ। ଏମିତିରେ ଏହି ଡିଭାଇସର ଆବଷ୍କାର ଲୋକଙ୍କୁ ଖୁବ ସହଯୋଗ କରିବ ବୋଲି କୁହାଯାଉଛି । ଏପରିକି ଅତ୍ୟଧିକ ବରଫ ପଡୁଥିବା ସମୟରେ ହେଉଥିବା ବିଜୁଳି କାଟରୁ ମଧ୍ୟ ରକ୍ଷା କରିବ।

device

ବିଶ୍ବବିଦ୍ୟାଳୟର ରିସର୍ଚ୍ଚକର୍ତ୍ତା ରିଚାର୍ଡ଼ କନେର ତାଙ୍କ ଜର୍ନାଲରେ କହିଛନ୍ତି, ଏହା ସମସ୍ତ ସ୍ଥାନରେ ବ୍ୟବହାର ଯୋଗ୍ୟ। କାରଣ ଏହାକୁ ଚଳାଇବା ପାଇଁ କୌଣସି ପ୍ରକାରର ବ୍ୟାଟେରୀର ଆବଶ୍ୟକତା ପଡିନଥାଏ। ଏଥିରେ ଥିବା ସିଲିକନ୍ ଏଥିରେ ଉର୍ଜା ଯାତ କରିବାରେ ସାମର୍ଥ୍ୟ ରହିଥାଏ।  ସବୁଠାରୁ ଖାସ ହେଉଛି ଏହି ଡିଭାଇସ ଛୋଟ ଏବଂ ପତଳା ରହିଥିବାରୁ ଏହାକୁ ନେବାଆଣିବା କରିବା ଖୁବ ସହଜ ହୋଇଥାଏ।

ରିସର୍ଚ୍ଚର କର୍ନରଙ୍କ ଅନୁଯାୟୀ, ଏହା ଏକ ସ୍ମାର୍ଟ ଡିଭାଇସ ଅଟେ। ପାଣିପାଗ ବିଭାଗ ଭଳି ଏହା ଆପଣଙ୍କୁ ସୂଚନା ବର୍ଷା ବା ଋତୁ ସମ୍ବନ୍ଧୀୟ ସୂଚନା ପ୍ରଦାନ ଦେଇଥାଏ। ଏହାଛଡ଼ା ଏହା ପବନର ବେଗ ମାପିବାରେ ମଧ୍ୟ ସକ୍ଷମ ରହିଥାଏ। ଏହାର ନାମ ଟ୍ରାଇବୋଇକ୍ଟ୍ରିକ୍  ନାନୋଜେନେରେଟର ବୋଲି ନାମ ରଖାଯାଇଛି।

କିପରି ହେବ ବିଜୁଳି ଉତ୍ପାଦ

ବୈଜ୍ଞାନିକଙ୍କ କହିବାନୁଯାୟୀ, ଏଥିରେ ଇଲେକଟ୍ରୋନର ଆଦାନ-ପ୍ରଦାନରୁ ସ୍ଥିର ବିଜୁଳି ପ୍ରସ୍ତୁତ କରାଯାଇପାରିବ। ସ୍ଥିର ବିଜୁଳି ସେତେବେଳେ ପ୍ରସ୍ତୁତ ହୋଇଥାଏ ଯେତେବେଳେ ଗୋଟିଏ ଇଲେକଟ୍ରୋନ ଗ୍ରହଣ କରିବାର ଏବଂ ଅନ୍ଯଟିରେ ତାହାକୁ ଛାଡିବାର କ୍ଷମତା ରହିଥାଏ।

snowfall-

-ବରଫରେ ଯୁକ୍ତ ଚାର୍ଜ ରହିଥାଏ। ଅର୍ଥାତ୍ ଏଥିରେ ଇଲେକଟ୍ରୋନ ଦେବାର କ୍ଷମତା ରହିଥାଏ। ସେହିପରି  ସିଲିକନରେ ବିଜୁକ୍ତ ଚାର୍ଜ ରହିଥାଏ। ଯେତେବେଳେ ଆକାଶରୁ ପଡୁଥିବା ବରଫ ସିଲିକନର ସଂପର୍କରେ ଆସିଥାଏ ସେବେ ଇଲେକଟ୍ରୋନର ଆଦାନପ୍ରଦାନ ହେବା ସହ ଉର୍ଜା ଯାତ ହୋଇଥାଏ। ପରେ ଡିଭାଇସ ସେହି ଉର୍ଜାକୁ ବିଜୁଳିରେ ପରିବର୍ତ୍ତନ କରିଥାଏ।

ସୂତ୍ର ଅନୁଯାୟୀ, ଡିଭାଇସ ପ୍ରସ୍ତୁତ କରିବା ପାଇଁ ପ୍ରଥମେ ଆଲୁମିନିୟମ ଏବଂ ଟେଫଲାନ ସିଟର ବ୍ୟବହାର କରାଯାଇଥିଲା। କିନ୍ତୁ ବୈଜ୍ଞାନିକ ମାନେ ତାହା ଅପେକ୍ଷା ସିଲିକନରେ ଅଧିକ ଉର୍ଜା ସ୍ରୁଷ୍ଟି ହେଉଥିବାର ଜାଣିବାକୁ ପାଇଲେ।

ସୋଲାର ପ୍ୟାନେଲରେ ମଧ୍ୟ କରାଯାଇପାରିବେ ବ୍ୟବହାର

ବୈଜ୍ଞାନିକଙ୍କ କହିବାନୁଯାୟୀ, ବରଫ ବର୍ଷା ସମୟରେ ସୂର‌୍ୟ୍ୟ କିରଣ ବହୁ ମାତ୍ରାରେ କମ ହୋଇଯାଇଥାଏ। ଏମିତିରେ ସୋଲାର ପ୍ୟାନେଲ ସଠିକ୍ ଭାବେ କାମ କରିନଥାଏ। ସେହି ସମୟରେ ଏହି ଡିଭାଇସ ଦ୍ବାରା ଆପଣ ଲଗାତାର ବିଜୁଳି ପାଇପାରିବେ।

ଏହା ଏକ ସୁରକ୍ଷା ଡିଭାଇସ ଭାବେ ମଧ୍ୟ କାମ କରିବ। ଶୀତ ଦିନରେ ଏହା ଖେଳାଳିଙ୍କ କାମ ଉପରେ ନଜର ରଖିବା ସହ ତାହା ଜରୀଆରେ ସିଗନାଲ ପଠାଇ କୌଣସି ଅସୁବିଧାର ସୂଚନା ଦେଇପାରିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.