Below header

ପାକିସ୍ତାନରେ ପୁଣି ଆକ୍ରମଣ, ବସରୁ ଓହ୍ଲାଇ ୧୪ଜଣ ଯାତ୍ରୀଙ୍କୁ ବିଚ୍ ରାସ୍ତାରେ ମାରିଲେ ଗୁଳି

ଇସଲାମାବାଦ : ବଲୁଚିସ୍ତାନ ପ୍ରାନ୍ତରେ ୧୫ ରୁ ୨୦ ଜଣ ଆକ୍ରମଣକାରୀ ଆସି ବସରେ ଯାତ୍ରା କରୁଥିବା ୧୪ ଜଣ ଯାତ୍ରୀଙ୍କୁ ଗୁଳିମାରି ହତ୍ୟା କରିଦେଇଛନ୍ତି । ସେଠାରୁ ୨ଜଣ ବ୍ୟକ୍ତି କଳାକୌଶଳେ ଖସି ପଳାଇବାରେ ସକ୍ଷମ ହୋଇଥିଲେ। ବର୍ତ୍ତମାନ ପର‌୍ୟ୍ୟନ୍ତ ଆକ୍ରମଣର କାରଣ ଜଣାପଡିନଥିବା ବେଳେ ଆକ୍ରମଣକାରୀଙ୍କ ବିଷୟରେ ମଧ୍ୟ କିଛି ଜଣାପଡିନାହିଁ।

ସୂଚନା ଅନୁଯାୟୀ, ଯେଉଁ ବସର ଯାତ୍ରୀଙ୍କ ଉପରେ ଆକ୍ରମଣ କରାଯାଇଥିଲା ତାହା କରାଚୀରୁ ଗ୍ବାଦର ଯାଉଥିଲା। ଆକ୍ରମଣକାରୀ ମାନେ ଘଟଣାସ୍ଥଳରେ ୫-୬ଟି ବସକୁ ଅଟକାଇଥିଲେ।

ଘଟଣାଟି ଗୁରୁବାର ଦିନ ବ୍ରୁଜି ଟାପ ଅଞ୍ଚଳର ମକରାନ କୋଷ୍ଟଲ ହାଇୱେରେ ହୋଇଥିଲା। ଆକ୍ରମଣକାରୀ ମାନେ ଯାତ୍ରୀଙ୍କ ପରିଚୟ ପତ୍ର ଯାଞ୍ଚ କରିବା ବାହାନାରେ ବସରୁ ବାହାରକୁ ଡାକିଥିଲେ। ଘଟଣାରୁ ବର୍ତ୍ତିଥିବା ଦୁଇ ଯାତ୍ରୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.