Below header

ପାସପୋର୍ଟ ଧାରକଙ୍କ ପାଇଁ ଖୁସି ଖବର, ଏବେ ମିସ୍ ରୁ ମିସେସ୍ କରିବା ହେବ ସହଜ

ବିବାହ ପରେ ପ୍ରମାଣ ପତ୍ର ନଥିଲେ ବି ଏବେ ମହିଳାଙ୍କୁ ମିସେସ୍ ଲେଖାଥିବା ପାସପୋର୍ଟ ମିଳିବ। ଏଥିପାଇଁ କୌଣସି କାଗଜପତ୍ର ଦେବାକୁ ପଡିବ ନାହିଁ। ପାସପୋର୍ଟ ଅଫିସ ଏହି ସୁବିଧା ବିଷୟରେ ଘୋଷଣା କରିଛନ୍ତି। ପୁର୍ବରୁ ଯେଉଁ ମହିଳାଙ୍କର ବିବାହ ପରେ କୌଣସି ଆଇଡି ନଥାଏ ସେମାନଙ୍କୁ ପାସପୋର୍ଟ ବନାଇବାରେ ଏବଂ ସରନେମ ବଦଳାଇବାରେ ବହୁତ ଅସୁବିଧା ହୋଇଥାଏ। ବାଧ୍ୟ ହୋଇ ସେମାନଙ୍କୁ ନିଜର ପୂର୍ବ ସରନେମରେ ହିଁ ପାସପୋର୍ଟ ବନାଇବାକୁ ପଡିଥାଏ। କିନ୍ତୁ ବର୍ତ୍ତମାନ ଆଉ ଏମିତି ହେବ ନାହିଁ।

ପାସପୋର୍ଟ ବନାଇବା ପାଇଁ ସବୁ ବୟସ ବର୍ଗର ଆବେଦକଙ୍କୁ ଅନଲାଇନ ଆବେଦନ କରିବାକୁ ହୋଇଥାଏ। ଏହାପରେ ମୂଳ କାଗଜ ପତ୍ର ନେଇ ପାସପୋର୍ଟ ସେବା କେନ୍ଦ୍ରକୁ ଯିବାକୁ ପଡିଥାଏ। ସବୁବେଳେ ବିବାହ ପରେ ମହିଳାଙ୍କୁ ସରନେମ ପରିବର୍ତ୍ତନ କରିବାରେ ଅସୁବିଧା ହେଉଥିଲା।

passportବହୁତ ଥର ପାସାପୋର୍ଟ ଅଫିସରେ ଚକର କାଟିବାକୁ ପଡୁଥିଲା। ଏହି ସମସ୍ୟାକୁ ଦେଖି ପାସପୋର୍ଟ ବିଭାଗ ଏଥିରୁ ଆଶ୍ବାସନା ଦେଇଛନ୍ତି। ମହିଳାଙ୍କର ପାସପୋର୍ଟ ଆବେଦନ କରିବା ସମୟରେ କିମ୍ବା ସରନେମ ପରିବର୍ତ୍ତନ ସମୟରେ ନିଜର ସ୍ବାମୀଙ୍କ ପାସପୋର୍ଟ ଦରକାର ପଡୁଥିଲା। ସ୍ବାମୀଙ୍କର ପାସପୋର୍ଟ ସେତେବେଳେ ମାନ୍ୟ ହେବ ଯେତେବେଳେ ସ୍ପାଉସ କଲମରେ ସ୍ତ୍ରୀଙ୍କର ନାମ ଲେଖା ହୋଇଥିବ। କିମ୍ବା ସ୍ବାମୀ-ସ୍ତ୍ରୀଙ୍କର ଜଏଣ୍ଟ ଆକାଉଣ୍ଟ ରହିଥିବ ଯେଉଁଥିରେ ଦୁହିଁଙ୍କର ଫଟୋ ଲାଗିଥିବା ଦରକାର।

ଏହା ସହ ପଢ଼ନ୍ତୁ : ପାସପୋର୍ଟର ରଙ୍ଗ ଭିନ୍ନ ଭିନ୍ନ ହୋଇଥାଏ କାହିଁକି ? ଜାଣନ୍ତୁ କେମିତି ହୋଇଥାଏ ନିର୍ଦ୍ଧାରିତ…..

ସରନେମ ପରିବର୍ତ୍ତନ କରିବା ପାଇଁ ମ୍ୟାରେଜ ସାର୍ଟିଫିକେଟ ମଧ୍ୟ ଦରକାର ପଡିଥାଏ। ଧ୍ୟାନ ରଖନ୍ତୁ ଯେ କେବଳ ସ୍ବାମୀଙ୍କର ଭୋଟର କାର୍ଡ ଏବଂ ଆଧାର କାର୍ଡ ଲାଗିଲେ ସ୍ତ୍ରୀଙ୍କର ପାସପୋର୍ଟ ତିଆରି ହୋଇନଥାଏ। ସରନେମକୁ ମଧ୍ୟ ଅନଲାଇନରେ ଆବେଦନ କରିବାକୁ ହେବ। ଏହାର ଫିସ ମଧ୍ୟ ନୂଆ ପାସପୋର୍ଟ ଭଳି ୧୫୦୦ ଟଙ୍କା ଜମା କରିବାକୁ ହେବ।

ଏମିତି କରନ୍ତୁ ଅନଲାଇନ ଆବେଦନ

passportindian.gov.inକୁ ଯାଇ ଆପଣ ଆବେଦନ କରିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.