Below header

କନ୍ୟା ବେଶରେ ପହଂଚିଲେ ପୋଲିଂ ବୁଥ, ପ୍ରଥମେ ଦେଲେ ଭୋଟ୍ ପରେ ଗଲେ ଶାଶୁଘର

ଗଣତନ୍ତ୍ରର ମହାପର୍ବର ଦ୍ୱିତୀୟ ପର୍ଯ୍ୟାୟ ମତଦାନ । ମତଦାନ କରିବାକୁ ନେଇ ଲୋକଙ୍କ ମଧ୍ୟରେ ବେଶ୍ ଉତ୍ସାହ । ବିବାହ ହେଉ ବା ବିଦାୟ ସମୟ, ପରୀକ୍ଷା ହେଉ ବା ପାଠ ପଢା ସମୟ । ନିଜ ମତଦାନ ଅଧିକାର ସାବ୍ୟସ୍ତ କରିବା ପାଇଁ କେହି ବି ପଛ ଘୁଂଚା ଦେଉ ନାହାଁନ୍ତି । ସେମିତି ଏକ ଘଟଣା ଆଲିଗଡରୁ ଆସିଛି ସାମ୍ନାକୁ ।

ଜଣେ ଯୁବତୀ ବିବାହ ପରେ ସିଧା ଶାଶୁ ଘର ନଯାଇ ପହଂଚିଥିଲେ ଭୋଟ ଗ୍ରହଣ କେନ୍ଦ୍ରରେ । କନ୍ୟା ବେଶରେ ନାଲି ଶାଢୀ ପିନ୍ଧି ଭୋଟ ଦେବାକୁ ପହଂଚିଥିଲେ ଅଂଶୁ ବର୍ମା । ଯାହାକୁ ଦେଖି ଚକିତ ହୋଇ ଯାଇଥିଲେ ଲୋକେ । ଭୋଟ୍ ଦେଇ ସାରିବା ପରେ ନିଜ ଘରକୁ ଯାଇଥିଲେ । ଆଉ ଏହା ପରେ ଝିଅ ବିଦା ହେବା କାର୍ଯ୍ୟକ୍ରମ ହୋଇଥିଲା ।

ସେହିପରି ଆଉ ଘଟଣା ଦେଖିବାକୁ ମିଳିଛି ଜମ୍ମୁ-କଶ୍ମୀରର ଉଧମପୁର ଜିଲ୍ଳାରେ । ନବବିବାହିତ ଦମ୍ପତି ନିଜ ମତ ସାବ୍ୟସ୍ତ କରିବାକୁ ପୁଲିଂ ବୁଥ୍ରେ ପହଞ୍ଚିଥିଲେ । ବର-କନ୍ୟା ବେଶ୍ରେ ଯାଇ ମତଦାନ କେନ୍ଦ୍ରରେ ପହଞ୍ଚିବା ପରେ ତାଙ୍କୁ ଦେଖି ଲୋକେ ଆଶ୍ଚର‌୍ୟ୍ୟ ହୋଇ ଯାଇଥିଲେ। ଭାଇରାଲ୍ ହେବା ପରେ ଏହି ଦମ୍ପତିଙ୍କୁ ଏବେ ଅନେକ ଟ୍ଵିଟର୍ ବ୍ୟବହାରକାରୀ ନିଜର ଶୁଭେଚ୍ଛା ଜ୍ଞାପନ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.