ନିର୍ବାଚନ ପରେ ଶିଖିବି କ୍ଷେତରେ ଫସଲ କାଟିବା : ହେମାମାଳିନୀ

କିଛି ଦିନ ତଳେ ହେମାମାଳିନୀଙ୍କ ଏକ ଫଟୋ ସୋସିଆଲ୍ ମିଡିଆରେ ଖୁବ୍ ଭାଇରାଲ୍ ହୋଇଥିଲା । ଯେଉଁଥିରେ ସେ କ୍ଷେତରେ ଧାନ କାଟୁଥିବାର ନଜର ଆସିଥିଲେ । ଏହା ଟ୍ରାକ୍ଟର ଚଲାଉଥିବାର ଫଟୋ ଭାଇରାଲ୍ ହୋଇଥିଲା । ଯାହାକୁ ନେଇ ଖୁବ୍ ଚର୍ଚ୍ଚା ହୋଇଥିଲା । ତେବେ ଅନେକ ଲୋକ ଏହାକୁ ସମାଲୋଚନା କରିଥିଲେ । କହିଥିଲେ ନିର୍ବାଚନ ପାଇଁ ନାଟକ କରୁଛନ୍ତି ହେମା ମାଳିନୀ ।

ଏବେ ହେମାମାଳିନୀ କହିଛନ୍ତି ନିର୍ବାଚନ ପରେ ଶିଖିବେ ଫସଲ କାଟିବା । ଆଜ୍ଞା ହଁ ଡ୍ରିମ୍ ଗର୍ଲ ଏବେ ଫସଲ କାଟିବା ଶିଖିବେ ନିର୍ବାଚନ ପରେ । ଜଣେ ପତ୍ରକାର କ୍ଷେତରେ ଫସଲ କାଟିବା କଥା ପ୍ରଶ୍ନ କରିବାରୁ ଏପରି ଉତ୍ତର ଦେଇଥିଲେ ହେମା । କହିଥିଲେ କେବଳ ପ୍ରଚାର ପାଇଁ କ୍ଷେତରେ ଫଟୋ ଉଠାଇଥିଲେ । ଏବେ ନିର୍ବାଚନ ପରେ ଶିଖିବେ । କେବଳ ସେତିକି ନୁହେଁ ଟ୍ରାକ୍ଟର ଚଲାଇବା ମଧ୍ୟ ଶିଖିବେ ବୋଲି କହିଛନ୍ତି ହେମା ।

ଏହା ସହ ପଢନ୍ତୁ ପ୍ରଚାର ପାଇଁ କ୍ଷେତରେ ଗହମ କାଟିଲେ ହେମା ମାଳିନୀ, ଲୋକେ କହିଲେ ଏଠି ବି ଅଭିନୟ !

ସୂଚନାଯୋଗ୍ୟ, ଚଳିତ ନିର୍ବାଚନରେ ବିଜେପି ପ୍ରାର୍ଥୀ ଭାବରେ ମଥୁରାରୁ ନିର୍ବାଚନ ଲଢୁଛନ୍ତି ହେମାମାଳିନୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.