ଆଧାର କାର୍ଡ ହଜିଗଲେ କରନ୍ତୁ ନାହିଁ ଚିନ୍ତା, ଏହି ପ୍ରକ୍ରିୟାରେ ଘରେ ବସି ପାଇବେ ନୂଆ ଆଧାର କାର୍ଡ

ଆଧାର କାର୍ଡ ଆମ ସମସ୍ତଙ୍କ ପାଇଁ ବହୁତ ଆବଶ୍ୟକ ଅଟେ। ଏହି କାର୍ଡ ସରକାରୀ ଯୋଜନାର ଲାଭ ଉଠାଇବା ପାଇଁ, ନୂଆ ସିମ କାର୍ଡ ନେବା ପାଇଁ କିମ୍ବା କୌଣସି ବି ଛୋଟ ବଡ କାମରେ ସବୁଠାରୁ ପ୍ରଥମେ ଏହାକୁ ହିଁ ଖୋଜା ଯାଇଥାଏ। ଏମିତିରେ ଯଦି କେବେ ଏହି ଆଧାର କାର୍ଡ ହଜିଯାଏ ତେବେ ଆମେ ବହୁତ ବ୍ୟସ୍ତ ହୋଇ ପଡନ୍ତି। କିନ୍ତୁ ଏବେ ଆପଣଙ୍କୁ ଆଉ ଚିନ୍ତା କରିବାର ଆବଶ୍ୟକତା ପଡ଼ିବନି। କାରଣ ଆଜି ଆମେ ଆପଣଙ୍କୁ ଜଣାଇବୁ ଘରେ ବସି କେମିତି ଆପଣ ନୂଆ ଆଧାର କାର୍ଡ ପ୍ରିଣ୍ଟ କରିପାରିବେ। ବିଶେଷ କଥା ହେଉଛି ଏଥିପାଇଁ ଆପଣଙ୍କୁ ମୋବାଇଲ ନମ୍ବରର ମଧ୍ୟ ଆବଶ୍ୟକତା ପଡ଼ିବନି।

ୟୁନିକ ଆଇଡେଣ୍ଟିଫିକେସନ ଅଥରିଟି ଅଫ ଇଣ୍ଡିଆ (UIDAI) ଗ୍ରାହକଙ୍କୁ ସହଜରେ ନୂଆ ଆଧାର କାର୍ଡ ଦେବାର ସୁବିଧା ଦଉଛି। ତାହା ପୁଣି ବିନା ମୋବଇଲ ନମ୍ବରରେ। ନୂଆ ଆଧାର କାର୍ଡ କାଢ଼ିବା ପାଇଁ ଆପଣଙ୍କୁ ପ୍ରଥମେ ୟୁଆଇଡିଏଆଇର ୱେବ୍ସାଇଟକୁ ଯିବାକୁ ହେବ। ଯେଉଁଠି ଆପଣଙ୍କୁ ଆଧାର reprint କରିବା ପାଇଁ ବିକଳ୍ପ ମିଳିବ। ଏହି ବିକଳ୍ପକୁ ଚୟନ କରିବା ପରେ ଆପଣଙ୍କୁ ଏଥିରେ ଆଧାର ନମ୍ବର ଭଳି ଜରୁରୀ ସୂଚନା ଦେବାକୁ ହେବ। ଏହି ପ୍ରକ୍ରିୟା ପୁରା ହେଲା ପରେ ତାହାର ୧୦ ଦିନ ପରେ ନୂଆ ଆଧାର କାର୍ଡ ଆପଣଙ୍କ ଘରକୁ ଆସିଯିବ।

adhaar cardଏହି ଭଳିଭାବେ ଆପଣଙ୍କୁ ଘରେ ସହଜରେ ନୂଆ ଆଧାର କାର୍ଡ ମିଳିଯିବ। ୟୁଆଇଡିଏଆଇର ଏହି ସେବାର ଲାଭକୁ ଆପଣ ସହଜରେ ଉଠାଇପାରିବେ। ଜଣାଇବାକୁ ଚାହିଁବୁ ଯେ ଉଚ୍ଚ ନ୍ୟାୟାଳୟର ନିଦ୍ଧେର୍ଶ ଅନୁଯାଇ ଏବେ ବ୍ୟାଙ୍କ,ବୀମା ଏବଂ ମୋବାଇଲ ୱାଲେଟ ପାଇଁ ଆଧାର ପ୍ରୟୋଗ କରିବା ଅନିବାର୍ଯ୍ୟ ନୁହେଁ। ପୂର୍ବ ଭଳି କମ୍ପାନୀ ଗୁଡିକ ଇ-କେୱାସି ପାଇଁ ଆଧାରର ପ୍ରୟୋଗ କରୁନାହିଁ।

ଏହା ସହ ପଢ଼ନ୍ତୁ : ଆବେଦନକାରୀଙ୍କ ପାଇଁ ଖୁସି ଖବର ! ମାତ୍ର ୪ ଘଣ୍ଟାରେ ମିଳିବ ପାନ୍ କାର୍ଡ଼

ଅବଶ୍ୟ ସରକାରୀ ଯୋଜନା ଯଥା ଆୟକର ରିଟର୍ନ, ଏଲପିଜି ସବସିଡି, ପାନ କାର୍ଡ, ଭୋଟର ଆଇଡି କାର୍ଡ, ପାସପୋର୍ଟ, ପେନସନ, ରାସନ ଆଦି ପାଇଁ ଆଧାର କାର୍ଡ ବହୁତ ଆବଶ୍ୟକ ଅଟେ। ଯଦି ଆପଣଙ୍କ ପାଖରେ ଆଧାର କାର୍ଡ ନାହିଁ ତେବେ ଆପଣ ଏହି ସୁବିଧାର ଲାଭ ଉଠାଇ ପାରିବେ ନାହିଁ। ଆଗାମୀ ବର୍ଷରେ ଅଫଲାଇନ ଆଧାର କାର୍ଡର ପ୍ରୟାଗକୁ ମଧ୍ୟ ମଞ୍ଜୁରୀ ମିଳିପାରେ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.