Below header

ଭାରତରେ ଏପରି ଏକ ସ୍ଥାନ ଯେଉଁଠାରେ ମାତ୍ର ୫୦୦ଟଙ୍କା ଭଡାରେ ମିଳିଥାନ୍ତି ସ୍ତ୍ରୀ

ଦୁନିଆରେ ମହିଳାମାନେ ନିଜର ଦକ୍ଷତା ସାବ୍ୟସ୍ତ କରିପାରିଥିବା ବେଳେ ଏପରି କିଛି ଯାଗା ରହିଛି ଯେଉଁଠାରେ ଆଜି ମଧ୍ୟ ମହିଳାମାନେ ନିଜର ପରିଚୟ ସୃଷ୍ଟି କରିପାରିନାହାଁନ୍ତି। ଆଜି ମଧ୍ୟ ଭାରତର କିଛି ସ୍ଥାନରେ ମହିଳାଙ୍କ ସହ ଜଡ଼ିତ କୁ-ପ୍ରଥା ମଧ୍ୟ ଚାଲି ରହିଛି। ଆଜି ଆମେ ଆପଣଙ୍କୁ ମଧ୍ୟପ୍ରଦେଶ ଏବଂ ଗୁଜୁରାଟର କିଛି ଗାଁରେ ପାଳନ କରାଯାଉଥିବା ଏଭଳି ଏକ ପ୍ରଥା ବିଷୟରେ କହିବାକୁ ଯାଉଛୁ, ଯାହା ଶୁଣିବା ପରେ ଆପଣମାନେ ମଧ୍ୟ ଆଶ୍ଚଯ୍ୟ ହୋଇଯିବେ।

wife-ଭାରତର ମଧ୍ୟପ୍ରଦେଶରେ ଏଭଳି ଏକ ଯାଗା ରହିଛି, ଯେଉଁଠାରେ ମହିଳାମାନଙ୍କୁ ଭଡାରେ ନିଜର ସ୍ତ୍ରୀ କରିବାର ପରମ୍ପରା ରହିଛି। ଆଜ୍ଞା ହଁ ମଧ୍ୟପ୍ରଦେଶର ଶିବପୁରୀ ଗାଁରେ ‘ଘଡ଼ିଚା ପ୍ରଥା’ ଖୁବ୍ ପ୍ରଚଳିତ। ଏହି ପ୍ରଥା ଅନୁଯାୟୀ ଧନୀ ବ୍ୟକ୍ତିମାନେ ଏହି ଗାଁର ଝିଅମାନଙ୍କୁ ଭଡାରେ ନିଜର ସ୍ତ୍ରୀ କରିଥାନ୍ତି। କିନ୍ତୁ ଏହି ବନ୍ଧନ ସାରା ଜୀବନ ପାଇଁ ହୋଇନଥାଏ। ଏହି ଏଗ୍ରିମେଣ୍ଟ ମାସ କିମ୍ବା ବର୍ଷ ହିସାବରେ ହୋଇଥାଏ।

ଏଠାରେ ମହିଳା ଏବଂ ପୁରୁଷଙ୍କ ଘରେ ଏହି ପ୍ରଥା ପୂର୍ବରୁଏକ ମୂଲ୍ୟ ସ୍ଥିର କରାଯାଇଥାଏ, ଯାହାର ମୂଲ୍ୟ ୫୦୦ ଟଙ୍କାରୁ ୫୦୦୦ ଟଙ୍କା ପର୍ଯ୍ୟନ୍ତ ହୋଇଥାଏ। ଏଠାରେ ମହିଳାମାନଙ୍କୁ ଭଡାରେ ନେବା ପାଇଁ ଲୋକମାନେ ବହୁ ଦୂରରୁ ଆସିଥାନ୍ତି ଏବଂ ଯିଏ ଯେତିକି ଦିନ ପର୍ଯ୍ୟନ୍ତ ଚାହିଁଥାନ୍ତି ସେତିକି ଦିନ ପର୍ଯ୍ୟନ୍ତ ଭଡାରେ ନେଇଥାନ୍ତି।
ମୂଲ୍ୟ ସ୍ଥିର ହେବା ପରେ କେତେଦିନ ପର୍ଯ୍ୟନ୍ତ ଏହାର ଏଗ୍ରିମେଣ୍ଟ ରହିବ ତାହା ସ୍ଥିର କରାଯାଇଥାଏ। ଏହାପରେ ଷ୍ଟାମ୍ପ ପେପରରେ ଦୁଇ ପକ୍ଷ ସାଇନ କରିଥାନ୍ତି। ଏହାପରେ ମହିଳାଙ୍କୁ ସ୍ଥିର କରାଯାଇଥିବା ସମୟ ପର୍ଯ୍ୟନ୍ତ ସେହି ପୁରୁଷଙ୍କର ସ୍ତ୍ରୀ ଭଳି ସମସ୍ତ ଦାୟିତ୍ବ ତୁଲାଇଥାନ୍ତି।

madhyapradeshଏହି ପ୍ରଥା କେବଳ ଶିବପୁର ଗ୍ରାମରେ ସୀମିତ ନୁହେଁ ବରଂ ଗୁଜୁରାଟର କିଛି ଗାଁରେ ମଧ୍ୟ ଏହି ପ୍ରଥା ପ୍ରଚଳିତ। ବିଶେଷ କଥା ହେଉଛି ଭଡାରେ ମିଳୁଥିବା ସ୍ତ୍ରୀ ର କୁ-ପ୍ରଥା କେବଳ ଆଜି ନୁହେଁ ବିଗତ କିଛି ଦଶକରୁ ଏହି ପ୍ରଥା ଚାଲି ଆସୁଛି। କିନ୍ତୁ ଆଜି ପର୍ଯ୍ୟନ୍ତ କୌଣସି ବ୍ୟକ୍ତି ଏହାର ବିରୋଧ କରିନାହାଁନ୍ତି।

କଣ ରହିଛି ଏହାର କାରଣ

marriageଏହି ‘ଘଡ଼ୀଚା ପ୍ରଥା’ ଖୁବ୍ ଅଦ୍ଭୁତ। ଏହି ପ୍ରଥା ପ୍ରଚଳିତ ହେବାର କାରଣ ହେଉଛି ଏଠାର କିଛି ଗାଁରେ ଝିଅମାନଙ୍କ ସଂଖ୍ୟା ଖୁବ୍ କମ। କିଛି ଲୋକମାନେ ଝିଅ ହେବା ପରେ ମାରି ଦେଇଥାନ୍ତି ତ କିଛି ଲୋକମାନେ ଝିଅ ଜନ୍ମ ନହେବା ପୂର୍ବରୁ ଗର୍ଭରେ ହିଁ ଝିଅକୁ ମାରି ଦେଇଥାନ୍ତି। ଏହାର ଲାଭ ଉଠାଇବା ପାଇଁ କିଛି ଲୋକମାନେ ନିଜ ଘରର ଝିଅମାନଙ୍କୁ ଭଡ଼ାରେ ଲଗାଇଥାନ୍ତି। ରିପୋର୍ଟ ଅନୁଯାୟୀ ଏଠାର ଲୋକମାନେ ଏହି ପ୍ରଥାକୁ ନିଜର ବ୍ୟବସାୟ କରିସାରିଛନ୍ତି। ଯଦି ଦେଶରେ ଭୃଣ ହତ୍ୟା ବନ୍ଦ କରାନଯିବ ତେବେ ଏହି ପ୍ରଥା ଆଗକୁ ଆହୁରି ବଢି ଚାଲିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.