Below header

ଚର୍ଚ୍ଚରେ ଥିବା ଏହି ପୁରୁଣା ପରମ୍ପରା ପାଇଁ ସମାଜରେ ବଢ଼ୁଛି ମହିଳାଙ୍କ ଯୌନଶୋଷଣ, ଜାଣନ୍ତୁ କିପରି ?

‘କନଫେସନ’ ଅର୍ଥାତ୍ ନିଜ ଭୁଲ ବିଷୟରେ ଜଣଙ୍କ ସାମ୍ନାରେ ଖୋଲି କହିବା। ଏହା ଦ୍ବାରା ଜଣଙ୍କ ମନର ବୋଝ ତ କମ ହୋଇଥାଏ ତାହା ସହ ସେହି ଭୁଲ ଆଉଥରେ ହେବନାହିଁ ବୋଲି କୁହାଯାଇଥାଏ। ଖ୍ରୀଷ୍ଟିଆନ ଧର୍ମରେ କ୍ୟଥୋଲିକ୍ ଏବଂ ଅର୍ଥୋଡ଼କ୍ସ ଚର୍ଚ୍ଚରେ କନଫେସନ କରିବା ଏକ ସାଧାରଣ କଥା। ଲୋକ ସାଧାରଣତଃ ପାଦରୀଙ୍କ ପାଖରେ ସମସ୍ତ ଭୁଲ ସ୍ବୀକାର କରିଥାନ୍ତି କିନ୍ତୁ ସମୟକ୍ରମେ ଧିରେ ଧିରେ ଏହା ଯୌନ ଉତ୍ପୀଡ଼ନର ଏକ ପନ୍ଥାରେ ପରିଣତ ହୋଇଥିଲା। ଆଜ୍ଞା ହଁ, ଏହିପରି ଏକ ଘଟଣା କେରଳର କୋଟାୟମରେ ଦେଖିବାକୁ ମିଳିଥିବା ବେଳେ ଅନ୍ୟନ୍ୟ ସ୍ଥାନରେ ମଧ୍ୟ ଶୁଣିବାକୁ ମିଳୁଛି। ଯେଉଁଠାରେ ଚର୍ଚ୍ଚର ଫାଦର ଜଣେ ମହିଳାଙ୍କୁ ବ୍ଳାକମେଲ କରି ତାଙ୍କର ଯୌନ ଶୋଷଣ କରିବା ଘଟଣା ସାମ୍ନାକୁ ଆସିଛି।

christ-1

ତେବେ ଖାଲି କେରଳ ନୁହଁ ପଞ୍ଜାବରେ ମଧ୍ୟ ସେହିପରି ଏକ ଘଟଣା ଦେଖିବାକୁ ମିଳିଛି। ମହିଳାମାନେ ଚର୍ଚ୍ଚରେ କନଫେସନ୍ ସମୟରେ ନିଜର ପାପ ବା ଭୁଲ ବିଷୟରେ କହିବା ପରେ ତାହାକୁ ଆଧାର କରି ବିଭିନ୍ନ ଚର୍ଚ୍ଚର ଫାଦର ମହିଳାଙ୍କ ଯୌନ ଶୋଷଣ କରୁଛନ୍ତି। ଏହା ଦ୍ବାରା ବର୍ତ୍ତମାନ କନଫେସନ୍ ପ୍ରକ୍ରିୟା ପ୍ରଶ୍ନ ଘେରରେ ରହିଛି। ଏନେଇ ରାଷ୍ଟ୍ରୀୟ ମହିଳା ଆୟୋଗ (ଏନସିଡ଼ବ୍ଳୁ) ଚର୍ଚ୍ଚର କନଫେସନ ପରମ୍ପରାକୁ ବନ୍ଦ କରିବାକୁ ଅନୁରୋଧ ମଧ୍ୟ କରୁଛନ୍ତି। ଆସନ୍ତୁ ଜାଣିବା କଣ ଏହି ପରମ୍ପରା ଏବଂ ଏହା ଦ୍ବାରା କିପରି ହେଉଛି ଯୌନ ଶୋଷଣ।

confession 2

ଖ୍ରୀଷ୍ଟିଆନଙ୍କର ପୌରାଣିକ ଗ୍ରନ୍ଥ ବାଇବେଲରେ କନଫେସନ ପରମ୍ପରା ବିଷୟରେ ଉଲ୍ଳେଖ କରାଯାଇଛି। ଏହାର ଦୁଇଟି ପର‌୍ୟ୍ୟୟ ରହିଛି ,ପ୍ରଥମ ପାପ କରିଥିବାରୁ ମନରେ ଯାତ ହୋଇଥିବା ଡ଼ର ଏବଂ ଅନ୍ୟଟି ଦୈନିକ ଜୀବନରେ ହୋଇଥିବା ଭୁଲ। ଚର୍ଚ୍ଚରେ ଥିବା ଫାଦରଙ୍କୁ ଇଶ୍ବରଙ୍କ ଦ୍ବୀତିୟ ରୁପ କୁହାଯାଇଥାଏ। ଏଣୁ ଫାଦରଙ୍କ ପାଖରେ ଯାଇ ପାପର ପ୍ରାୟଶ୍ଚିତ କରିବାର ଖ୍ରୀଷ୍ଟିଆନ ଧର୍ମରେ ନିୟମ ରହିଛି।

କିପରି ହୋଇଥାଏ ପ୍ରାୟଶ୍ଚିତ ପ୍ରକ୍ରିୟା

ଚର୍ଚ୍ଚରେ କନଫେସନ ସମୟରେ ପାପ ବିଷୟରେ କହୁଥିବା ବ୍ୟକ୍ତି ଏବଂ ଫାଦରଙ୍କ ଛଡ଼ା ଆଉ ଚର୍ଚ୍ଚରେ କିଏ ରହିନଥାନ୍ତି। ତାଙ୍କ ଦୁହିଁଙ୍କ ମଧ୍ୟରେ କେବଳ ଗୋଟିଏ ପରଦା ରହିଥାଏ। ବ୍ୟକ୍ତି ନିଜ ପାପ ବିଷୟରେ ବିଶ୍ବାସ କହିବା ସହ ତାଙ୍କ କଥାକୁ ଫାଦର ଯାଏଁ ସୀମିତ ରଖାଯାଇଥାଏ। ୧୦ ବର୍ଷରୁ କମ୍ ବୟସ ପିଲାଙ୍କ ପାଇଁ କନଫେସନ୍ ପ୍ରକ୍ରିୟା ରହିନଥାଏ। କାରଣ ପରମ୍ପରା ଅନୁଯାୟୀ, ତାଙ୍କୁ ଠିକ୍ ଭୁଲର କିଛି ଜଣାନଥାଏ। ସେହି ଭଳି ରୋଗଗସ୍ତ ଏବଂ ମାନସିକ ବିକ୍ତ ଲୋକଙ୍କୁ ମଧ୍ୟ ଏହି ପ୍ରକ୍ରିୟାରେ ସାମିଲ କରାଯାଇନଥାଏ।

church 3

କିପରି ହେଉଛି ଯୌନ ଶୋଷଣ :

କନଫେସନ ବକ୍ସକୁ ଏବେ ଡ଼ାର୍କ ବକ୍ସ କୁହାଯାଉଛି।କାରଣ ଏନେଇ ମହିଳାଙ୍କ ଯୌନ ଉତ୍ପିଡ଼ନର ଅନେକ ଘଟଣା ଶୁଣିବାକୁ ମିଳୁଛି। କେବଳ ଯେ ଭାରତ ତାହା ନୁହଁ, ୟୁରୋପ, ଆମେରିକା ଏବଂ ଅନ୍ୟନ୍ୟ ଦେଶରେ ମଧ୍ୟ କାଥୋଲିକ୍ ଚର୍ଚ୍ଚ ମାନଙ୍କରେ ଫାଦରଙ୍କ ଦ୍ବାରା ଯୌନ ଶୋଷଣ ଘଟଣା ବାରମ୍ବାର ସାମ୍ନାକୁ ଆସୁଛି। ଏନେଇ ହଜାର ହଜାର ମହିଳା ଯୌନ ଶୋଷଣର ଶିକାର ହେଉଛନ୍ତି। ଏନେଇ କିଛି ଶକ୍ତ ନିୟମ ହେବା ନିହାତି ଆବଶ୍ୟକ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.