ବିହାରର ସିକଲୀଗଢରେ ରହିଛି ଭଗବାନ ନୃସିଂହ ଅବତାର ନେଇଥିବା ଖମ୍ବ, ମାଣିକ୍ୟ ସ୍ତମ୍ଭ ନାମରେ ରହିଛି ପରିଚିତ
ପୃଥିବୀର କୌଣସି ସ୍ଥାନରେ ନା ତଳେ ନା ଉପରେ, ଭିତରେ ନା ବାହାରେ, ସକାଳେ ନା ରାତିରେ, ଦେବତା ନା ଅସୁର, ବାନର ନା ମାନବ, ନା ଅସ୍ତ୍ର ନା ଶସ୍ତ୍ର କୌଣସି ସ୍ଥାନରେ ମଧ୍ୟ ହିରଣ୍ୟକଶ୍ୟପଙ୍କୁ କେହି ମାରିପାରିବେନି ବୋଲି ବ୍ରହ୍ମା ବରଦାନ ଦେଇଥିଲେ।
ଖାସ୍ ଏହି ବରଦାନ ପାଇ ନିଜକୁ ଭଗବାନ ବୋଲି ଭାବୁଥିଲା ହିରଣ୍ୟକଶ୍ୟପ। କିନ୍ତୁ ହିରଣ୍ୟକଶ୍ୟପଙ୍କ ପୁତ୍ର ପ୍ରହଲାଦ ଶ୍ରୀହରି ବିଷ୍ଣୁଙ୍କ ଭକ୍ତ ଥିଲା। ହୋଲିକା ଦହନ ପରେ ଯେତେବେଳେ ଭକ୍ତ ପ୍ରହଲ୍ଲାଦର ମୃତ୍ୟୁ ହେଲା ନାହିଁ ରାଗରେ ହିରଣ୍ୟକଶ୍ୟପ ନିଜେ ପ୍ରହଲ୍ଲାଦକୁ ମାରିବା ପାଇଁ ଶପଥ କରିନେଇଥିଲେ। ପ୍ରହଲ୍ଲାଦକୁ ଅପହାସ କରିଥିଲେ। ପ୍ରହଲ୍ଲାଦକୁ ଅପହାସ କରି ଖମ୍ବକୁ ଏକ ଗୋଇଠା ମାରିଥିଲେ। ଆଉ ସେହି ଖମ୍ବରୁ ଭଗବାନ ବିଷ୍ଣୁ ନୃସିଂହ ଅବତାର ନେଇ ପ୍ରକଟ ହୋଇଥିଲେ। ଆଉ ହିରଣ୍ୟକଶ୍ୟପଙ୍କ ବଧ କରିଦିଅନ୍ତି। ମାନ୍ୟତା ଅନୁଯାୟୀ, ଭାଙ୍ଗି ଯାଇଥିବା ଖମ୍ବ ଆଜି ମଧ୍ୟ ରହିଛି।
ମାଣିକ୍ୟ ସ୍ତମ୍ଭ : କୁହାଯାଏ, ବିହାରର ପୂର୍ଣ୍ଣିଆ ଜିଲ୍ଲାର ବନମନଖି ଅଞ୍ଚଳର ସିକଲୀଗଢରେ ସେହି ସ୍ଥାନ ରହିଛି, ଯେଉଁଠି ଅସୁର ହିରଣ୍ୟକଶ୍ୟପର ବଧ ହୋଇଥିଲା। ହିରଣ୍ୟକଶ୍ୟକ ସିକଲୀଗଢ ସ୍ଥିତ କିଲ୍ଲାରେ ଭକ୍ତ ପ୍ରହଲ୍ଲାଦଙ୍କ ରକ୍ଷା ପାଇଁ ଏକ ଖମ୍ବରୁ ଭଗବାନ ବିଷ୍ଣୁ ନୃସିଂହ ଅବତାର ନେଇଥିଲେ। ସେହି ଖମ୍ବ ଆଜି ମଧ୍ୟ ରହିଛି, ଯାହାକୁ ମାଣିକ୍ୟ ସ୍ତମ୍ଭ କୁହାଯାଉଛି।
ଏହି ସ୍ତମ୍ଭକୁ ଅନେକ ଥର ଭାଙ୍ଗିବା ପାଇଁ ଚେଷ୍ଟା କରାଯାଇଛି, କିନ୍ତୁ ଭାଙ୍ଗି ନାହିଁ। ଏହି ଖମ୍ବ ଥିବା କିଛି ସ୍ଥାନ ଦୂରରେ ହିରନ ନାମକ ନଦୀ ବୋହୁଛି। କୁହାଯାଏ, ନୃସିହ ସ୍ତମ୍ଭରେ ହୋଇଥିବା ଛିଦ୍ରରେ ପଥର ପକାଇବା ଦ୍ୱାରା ସେହି ପଥର ହିରନ ନଦୀରେ ପହଞ୍ଚିଥାଏ। କିନ୍ତୁ ଏବେ ଏପରି ହେଉନାହିଁ, ଯାହାର କାରଣ କେହି ଜାଣିପାରୁନାହାନ୍ତି। ମାଣିକ୍ୟ ସ୍ତମ୍ଭ ଦେଖାଶୁଣା କରିବା ପାଇଁ ପ୍ରହଲ୍ଲାଦ ସ୍ତମ୍ଭ ବିକାଶ ଟ୍ରଷ୍ଟ ମଧ୍ୟରହିଛି। ଏହି ସ୍ତମ୍ଭ ବିଷୟରେ ଭାଗବତ ପୁରାଣର ସପ୍ତମ ସ୍କନ୍ଧର ଅଷ୍ଟମ ଅଧ୍ୟାୟରେ ରହିଛି।
ଏଠାରେ ପାଉଁଶ ଏବଂ ମାଟିରେ ହୋଲି ଖେଳାଯାଏ। ଲୋକଙ୍କ କଥା ଅନୁଯାୟୀ, ହୋଲିକା ଦହନ ହେବା ପରେ ଭକ୍ତ ପ୍ରହଲ୍ଲାଦ ଚିତାଭସ୍ମରୁ ବାହାରି ଆସିଥିଲେ। ସେବେ ଠାରୁ ଲୋକେ ପାଉଁଶ ଏବଂ ମାଟିରେ ହୋଲି ଖେଳାଯାଏ। ଏହି ଅଞ୍ଚଳରେ ‘ଋଷିଦେବ’ ନାମକ ଏକ ଜାତି ବହୁଳ ମାତ୍ରାରେ ରହିଛନ୍ତି। ଏଠାରେ ଏକ ବୃହତ ମନ୍ଦିର ରହିଛି। ଯାହାକୁ ଭିମେଶ୍ୱର ମହାଦେବ ମନ୍ଦିର କୁହାଯାଏ।