୨୦୦ ଟଙ୍କା ତଳେ ଥିବା JIOର ବେଷ୍ଟ ରିଚାର୍ଜ ପ୍ଲାନ, ଯେଉଁଥିରେ ମିଳିବ ଅନଲିମିଟେଡ୍‌ କଲିଙ୍ଗ୍‌ ସହିତ ବଢ଼ିଆ ଡାଟା

Relaince Jio, Airtel ଏବଂ Vodafoneର ଦାମ ବୃଦ୍ଧି ଅନେକ ଗ୍ରାହକଙ୍କୁ ମୁସକିଲରେ ପକାଇଦେଇଛି। କିଛି ପ୍ରିପେଡ୍‌ ପ୍ଲାନର ଦାମକୁ ଦୁଇ ଗୁଣା କରିଦେଇଛନ୍ତି ଟେଲିକମ୍‌ କମ୍ପାନୀ। ସଂକଟକୁ ବଢ଼ାଇ ଦୂରସଞ୍ଚାର ଅପରେଟର ବଦ୍ଧିତ ଦାମ୍‌ ସହିତ ଯୋଜନାର ଲାଭ ଏବଂ ଭ୍ୟାଲିଡିଟୀକୁ କମ୍‌ କରିଦେଇଛି। ଯେବେକି ଭୋଡାଫୋନ୍‌ ଏବଂ ଏୟାରଟେଲର ପ୍ଲାନ ଏବେ ସୁଦ୍ଧା କିଛି ଲୋକଙ୍କ ସାମର୍ଥ୍ୟରୁ ବାହାରେ। କିନ୍ତୁ ରିଲାଏନ୍ସ ଜିଓ ଏବେବି କିଛି ଶସ୍ତା ପ୍ଲାନ ନିଜର ଗ୍ରାହକଙ୍କୁ ଦେଉଛି। ଆମେ ଆଜି କହିବୁ କିଛି ଏମିତି ପ୍ଲାନ୍ସ ବିଷୟରେ, ଯାହା ୨୦୦ ଟଙ୍କାରୁ କମରେ ଲୋକଙ୍କ ପାଇଁ ମହଜୁଦ ରହିଛି। ଏହି ପ୍ଲାନ ବିଷୟରେ ଭଲ କଥା ହେଉଛି ସବୁଠୁ ଏଥିରେ ଆପଣଙ୍କୁ ପ୍ରତିଦିନ ୧ ଜିବି ଡାଟା ମଧ୍ୟ ମିଳିଥାଏ।

ଯଦି ଆପଣ ରିଲାଏନ୍ସ ଜିଓ ଗ୍ରାହକ ତାହେଲେ ଆପଣଙ୍କ ପାଇଁ କିଛି ଏପରି ପ୍ଲାନ ରହିଛି ଯାହାକୁ ଆପଣ ୨୦୦ ଟଙ୍କା ଭିତରେ ହିଁ କିଣିପାରିବେ।

ସର୍ବପ୍ରଥମେ ଆସୁଛି ରିଲାଏନ୍ସ ଜିଓର ୧୪୯ ଟଙ୍କିଆ ପ୍ରିପେଡ ପ୍ଲାନ। ଏଥିରେ ଦିନକୁ ଆପଣଙ୍କୁ ମିଳିବ ୧ ଜିବି ଡାଟା। ତାସହିତ ଅନଲିମିଟେଡ ଭଏସ କଲିଙ୍ଗ୍‌ ଏବଂ ଦିନକୁ ୧୦୦ ଏସଏମଏସର ସୁବିଧା ଆପଣଙ୍କୁ ମିଳିବ। ଏହି ପ୍ରିପେଡ୍‌ ପ୍ଲାନର ଭ୍ୟାଲିଡିଟୀ କେବଳ ୨୦ ଦିନ ପାଇଁ ରହିଛି। ଏହାସହ Jio Movies, Jio Cloud ଏବଂ ବହୁତ କିଛି ତାହା ପୁଣି ସମ୍ପୂର୍ଣ୍ଣ ମାଗଣାାରେ।

ଏହାପରେ ଯେଉଁ ପ୍ଲାନ ରହିଛି ତାହା ହେଉଛି ୧୭୯ ଟଙ୍କିଆ ପ୍ଲାନ। ଏହି ପ୍ରିପେଡ୍‌ ପ୍ଲାନରେ ଆପଣ ପ୍ରତିଦିନ ୧ଜିବି ଡାଟା ପାଇବେ। ତାସହିତ ସବୁ ନେଟଓ୍ଵାର୍କକୁ ଅନଲିମିଟେଡ କଲିଂ ଏବଂ ପ୍ରତିଦିନ ୧୦୦ ଏସଏମଏସ। ଏହି ପ୍ଲାନର ବୈଧତା ବା ଭ୍ୟାଲିଡିଟୀ ରହିଛି ୨୪ ଦିନ। ଏହି ପ୍ଲାନ ସହ ଆପଣଙ୍କୁ ମିଳିବ Jio Movies, Jio Cloud ଏବଂ ବହୁତ କିଛି ସୁବିଧାର ଫ୍ରି ସବସ୍କ୍ରିପସନ୍‌। ଏହି ପ୍ଲାନ ୧୪୯ ଟଙ୍କିଆ ପ୍ଲାନ୍‌ ଠାରୁ ଭଲ ହେବା ସହିତ ଏଥିରେ ଭ୍ୟାଲିଡିଟୀ ମଧ୍ୟ ଅଧିକ ରହିଛି। ଆପଣଙ୍କୁ ଆଉ ୨୦ ଦିନ ପରେ ରିଚାର୍ଜ କରିବାର ଟେନସନ୍‌ ରହିବନାହିଁ।

ଯଦି ଆପଣ ୨୦୦ ଟଙ୍କାରୁ ଆଉ ମାତ୍ର ୯ ଟଙ୍କା ଅଧିକ ଦେବେ ତାହେଲେ ଆପଣ ୨୦୯ ଟଙ୍କା ରିଚାର୍ଜ କରିପାରିବେ। ଏହି ପ୍ରିପେଡ୍‌ ପ୍ଲାନରେ ବି ଆପଣ ଡେଲି ୧ଜିବି ଡାଟା ପାଇବେ। ତାସହିତ ଅସିମିତ ଭଏସ କଲ୍‌ ଏବଂ ପ୍ରତିଦିନ ୧୦୦ ଏମଏମଏସ। ଏହି ପ୍ଲାନର ବୈଧତା ରହିଛି ୨୮ ଦିନ। ପ୍ଲାନରେ ଆପଣଙ୍କୁ ଜିଓ ମୁଭିଜ୍‌ , ଜିଓ କ୍ଲାଉଡ ଏବଂ ବହୁତ କିଛି ସୁବିଧାର ଫ୍ରି ସବସ୍କ୍ରିପସନ୍‌ ମିଳିବ। ଏହି ସମାନ ପ୍ଲାନ ଭୋଡାଫୋନ ୟୁଜର୍ସଙ୍କୁ ଦେଉଛି ୨୬୯ ଟଙ୍କାରେ। ତେଣୁ ଜିଓର ଏହି ପ୍ଲାନ୍‌ ଆପଣଙ୍କ ପାଇଁ ବେଷ୍ଟ ଅପ୍ସନ ହେବ।

ଯଦି ଏହିସବୁ ପରେ ଆପଣଙ୍କୁ ଅଧିକ ଡାଟାର ଆବଶ୍ୟକତା ପଡୁଛି ତାହେଲେ ଆପଣ ୧୧୯ ଟଙ୍କା ଅଧିକ ରିଚାର୍ଜ କରିପାରିବେ। ଏହି ପ୍ଲାନ ଦିନକୁ ୧.୫ଜିବି ଡାଟା ଦେଇଥାଏ। ଏହାସହ ଅନଲିମିଟେଡ ଭଏସ୍‌ କଲ ଏବଂ ଟୋଟାଲ୍‌ ୩୦୦ ଏସଏମଏସର ସୁବିଧା ପାଇବେ। ଏହି ପ୍ଲାନର ବୈଧତା ରହିଛି ୧୪ ଦିନ।

ଏଥିସହିତ ଆଉ ଏକ ପ୍ଲାନ ରହିଛି ଯାହାର ଦାମ୍‌ ରହିଛି ୧୯୯ ଟଙ୍କା। ଏହି ପ୍ଲାନ ଦିନକୁ ୧.୫ ଜିବି ଡାଟା ଦେଇଥାଏ। ତାସହିତ ସମସ୍ତ ନେଟଓ୍ଵାର୍କକୁ ଅସିମିତ କଲ୍‌ ଏବଂ ଦିନକୁ ୧୦୦ ଏସଏମଏସ ମିଳିବ। ଏହି ପ୍ଲାର ଭ୍ୟାଲିଡିଟୀ ରହିଛି ୨୩ ଦିନ। ଭ୍ୟାଲିଡିଟୀ କମ୍‌ ଦେଉଥିଲେ ମଧ୍ୟ ଏହା ଆପଣଙ୍କୁ ଅଧିକ ଡାଟା ଅଫର କରିଥାଏ। ଯେଉଁ ଲୋକ ସାରା ଦିନ ଇଣ୍ଟରନେଟ୍‌ ବ୍ରାଉଜ କରିବାକୁ ପସନ୍ଦ କରୁଛନ୍ତି, ସେମାନଙ୍କ ପାଇଁ ଏହା ବହୁତ ଭଲ ଅପ୍ସନ ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.