Below header

ଏୟାର ପୋର୍ଟରେ ସିକ୍ୟୁରିଟି ଷ୍ଟାଫ ଖୋଲିଦେଲେ IPS ଅଧିକାରୀଙ୍କ ବ୍ୟାଗ, ସେଥିରୁ ବାହାରିଲା ଏମିତି କିଛି…….

ରାଜସ୍ଥାନର ଜୟପୁର ଏୟାରପୋର୍ଟରେ ଏକ ଏମିତି ଘଟଣା ଘଟିଛି ଯାହାକି ଟ୍ୱିଟରରେ ଖୁବ ଭାଇରଲ ହେବାରେ ଲାଗିଛି । ଏହି ଫଟୋଟିକୁ ବରିଷ୍ଠ ଆଇପିଏସ ଅଫିସର ତଥା ଟ୍ୱିଟର ୟୁଜର ଅରୁଣ ବୋଥ୍ରା ସେୟାର କରିଛନ୍ତି । ମାର୍ଚ୍ଚ ୧୬ ତାରିଖରେ ସେ ଏହି ଫଟୋଟିକୁ ସେୟାର କରିବା ସହିତ ଏହାର କ୍ୟାପ୍ସନରେ ଲେଖିଛନ୍ତିକି- ଜୟପୁର ଏୟାରପୋର୍ଟର ସିକ୍ୟୁରିଟି ଷ୍ଟାଫ ମୋତେ ମୋ ହ୍ୟାଣ୍ଡବ୍ୟାଗ ଖୋଲିବାକୁ କହିଲେ | ଆଉ ବର୍ତ୍ତମାନ ସମୟରେ ଶ୍ରୀ ବୋଥ୍ରାଙ୍କ ଏହି ଟ୍ୱିଟଟି କେବଳ ସିଭିଲ ସର୍ଭେଣ୍ଟଙ୍କ ଭିତରେ ସୀମିତ ହୋଇ ରହିନାହିଁ । ସାଧାରଣ ଜନତାଙ୍କ ମଧ୍ୟରେ ବି ଖୁବ ଭାଇରଲ ହେବାରେ ଲାଗିଛି । ଏହି ଟ୍ୱିଟକୁ ନେଇ କିଛି ଜଣ ନିଜ ଦୁଃଖ ପ୍ରକାଶ କରିଥିବା ବେଳେ କିଛି ଜଣ ମଜାଳିଆ ଅନ୍ଦାଜରେ ଲେଖିଛନ୍ତିକି, ଏହାକୁ “ମଟର ସ୍ମଗଲିଙ୍ଗ” ହିଁ କୁହାଯିବ । ଏହି ଟ୍ୱିଟଟିକୁ ଏଯାବତ ୪୭.୫ ହଜାର ଲାଇକ୍ସ, ଦୁଇ ହଜାରରୁ ଅଧିକ ଥର ରିଟ୍ୱିଟ ସମେତ ହଜାର ହଜାର ସଂଖ୍ୟକ କମେଣ୍ଟ ବି ମିଳିସାରିଲାଣି । କିଛି ଜଣ ତ ନିଜ ହସକୁ ଆଦୌ କଣ୍ଟ୍ରୋଲ କରିପାରୁନାହାନ୍ତି । କିଛି ଜନତା ଚିନ୍ତା ବି କରିପାରୁନାହାନ୍ତି ଯାତ୍ରା ସମୟରେ କିଏ ଏତେ ପରିମାଣରେ ମଟର ନେଇ ଯାଆନ୍ତି ।

 

 

ଫଟୋଟିକୁ ସେୟାର କରି ଆଇଏଫଏସ ଅଧିକାରୀ ପରବୀନ କାଶବାନ ଲେଖିଛନ୍ତିକି ଏହା ତା ସମ୍ପୂର୍ଣ୍ଣ ରୂପେ ମଟର ସମଗଲିଙ୍ଗ । କହିରଖୁଛୁକି ଅରୁଣ ବୋଥ୍ରା ହେଉଛନ୍ତି ଓଡିଶା କ୍ୟାଡରର ଜଣେ ଆଇପିଏସ ଅଧିକାରୀ । ଯାହାଙ୍କ ପ୍ରକୃତ ଘର ହେଉଛି ରାଜସ୍ଥାନର ଜୟପୁର ଅଂଚଳରେ । ଆଉ ଜଣେ ୟୁଜରତ ହସ ହସରେ ଏମିତି କହିଦେଇଛନ୍ତି ମଟର ଭିତରେ ଯଦି ଡ୍ରଗସ ଥାନ୍ତା ହୁଏତ ସେହି ବାହାନାରେ ମଟରକୁ ବି ସମଗଲ କରାଯାଇଥାନ୍ତା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.