ତୁଳସୀ ଗଛକୁ ଏପରି ଭାବେ ପୂଜା କଲେ ହୋଇଥାଏ ପ୍ରଚୁର ଧନଲାଭ

ପ୍ରାଚୀନ ସମୟରୁ ଆମ ପୂର୍ବଜ ମାନେ ତୁଳସୀ ଗଛକୁ ପୂଜା କରି ଆସୁଛନ୍ତି । ଆମ ହିନ୍ଦୁ ଶାସ୍ତ୍ରରେ ତୁଳସୀ ଗଛକୁ ବହୁତ ପବିତ୍ର ମନାଯାଏ।। ତେବେ ତୁଳସୀ ଗଛରେ ସବୁ ପ୍ରକାର ଦେବୀ ଦେବତାଙ୍କ ବାସ ରହିଥାଏ ବୋଲି ବିଶ୍ୱାସ ରହିଛି। ଶାସ୍ତ୍ର ଅନୁଯାଇ ସବୁ ହିନ୍ଦୁ ମାନଙ୍କ ଘରେ ତୁଳସୀ ରହିବା ବହୁତ ଜରୁରୀ। ପ୍ରତିଦିନ ତୁଳସୀ ଗଛକୁ ପୂଜା କବା ଦ୍ୱାରା ଆପଣଙ୍କ ଘର ଉପରେ ଭଗବାନ ବିଷ୍ଣୁ ଓ ମାତା ଲକ୍ଷ୍ମୀଙ୍କ କୃପା ରହିଥାଏ।
ଆମେ ଆଜି ଆପଣଙ୍କୁ କହିବୁ କି ଆପଣ କିଭଳି ଭାବେ ମା ତୁଳସୀଙ୍କର ପୂଜା କରିବା ଦ୍ଵାରା ଲାଭ ବାନ ହୋଇପାରିବେ । ଆପଣମାନେ ଅନେକ ଲୋକଙ୍କ ଘରେ ଦେଖିଥିବେ କି ସେମାନେ ନିଜ ତୁଳସୀ ଗଛ କୁ ସଠିକ ଭାବେ ଯତ୍ନ କରି ନଥାନ୍ତି । କିନ୍ତୁ ଦେଖିବା ପାଇଁ ଗଲେ ତୁଳସୀ ଗଛ କୁ ଧାର୍ମିକ ମତରେ ଅଧିକ ମାନ୍ୟତା ମିଳିଛି ।
ସବୁ ହିନ୍ଦୁ ଘରେ ବୃନ୍ଦାବତୀ ମାନେ ତୁଳସୀ ଗଛକୁ ପୂଜା କରାଯାଏ। କେହି ନିଜ ଘର ଅଗଣାରେ ତୁଳସୀ ଚଉଁରା ରଖି ଥାଆନ୍ତି ତ ଆଉ କେହି ଘରର ଛାତ ଉପରେ। ତେବେ କ’ଣ ଆପଣ ଜାଣନ୍ତି କି, ତୁଳସୀ ଭବିଷ୍ୟତରେ ହେବାକୁ ଥିବା ଘଟଣାଗୁଡ଼ିକର ବି ସଙ୍କେତ ଦେଇଥାଏ? ଯଦି ଆପଣଙ୍କ ଘରେ ତୁଳସୀ ଗଛ ବାରମ୍ବାର ଶୁଖି ଯାଉଥାଏ, ତ ଏହା ଏକପ୍ରକାର ସଙ୍କେତ ହୋଇପାରେ ଯେ ଆପଣଙ୍କ ଘର ଉପରକୁ କୌଣସି ବିପଦ ମାଡ଼ି ଆସୁଛି। ଆଜି ଆମେ ଆପଣଙ୍କୁ କହିବୁ ତୁଳସୀ ଗଛ ବାରମ୍ବାର ଶୁଖୁଥିଲେ ଏହା ପଛର କାରଣ କ’ଣ ହୋଇପାରେ।

ଯଦି ଆପଣ ଚାହାଁନ୍ତି କି ଆପଣଙ୍କ ସମସ୍ୟା ଦୂର ହୋଇ ଯାଉ ତେବେ ଆପଣ ନିଶ୍ଚିତ ଭାବେ ତୁଳସୀ ଗଛକୁ ନିଜ ଘର ଅଗଣାରେ ରଖନ୍ତୁ । ଏହାକୁ ଯତ୍ନ ଓ ପୂଜା କରନ୍ତୁ ଯେଭଳି ଭାବେ ଆମେ ପୂଜା ଘରେ ମା ଲକ୍ଷ୍ମୀ ଙ୍କର ପୂଜା କରୁଛେ । ଭଗବାନ ବିଷ୍ଣୁ ଙ୍କର ଅତି ପ୍ରିୟ ଅଟେ ଏହି ଗଛ । ଏହାର ପତ୍ର ଯଦି ଆପଣ ସବୁ ଦିନ ଜଗନ୍ନାଥଙ୍କୁ ଦେବେ ସେ ଖୁବ ଖୁସି ହୋଇଥାନ୍ତି। ତେବେ ଏହାକୁ କିଭଳି ରଖିବେ ଆସନ୍ତୁ ଜାଣିବା।
ତୁଳସୀ ଗଛ ପାଖରେ ଆପଣ ଜୋତା କିମ୍ବା ଚପଲ ରଖନ୍ତୁ ନାହିଁ । ଏହା ଦ୍ଵାରା ଭଗବାନ ବିଷ୍ଣୁ ଓ ମା ତୁଳସୀଙ୍କର ଅପମାନ ହୋଇଥାଏ । ଆପଣ ଏହାର ଆଖ ପାଖକୁ ସବୁ ବେଳେ ସଫା ରଖନ୍ତୁ । ତୁଳସୀ ଗଛ ମୂଳରେ ଅନ୍ୟ କିଛି ଗଛ ଲଗାନ୍ତୁ ନାହିଁ। ଏହା ସହ ଆପଣ ପୂଜା କରିବା ସମୟରେ ତୁଳସୀ ଗଛରେ ଏକ ନାଲି ରଙ୍ଗର ଚୂନରୀ ବାନ୍ଧି ଦିଅନ୍ତୁ । ଏହା ସହ ଆପଣ ସବୁ ଦିନ ତୁଳସୀ ଗଛ ମୁଳରେ ପୂଜା କରିବା ଆଗରୁ ହେଉ କିମ୍ବା ପୂଜା କରିବା ପରେ ହେଉ ଜଳ ଚଢ଼ାଇବାକୁ ଭୁଲନ୍ତୁ ନାହିଁ ।