କେବଳ ୧ ହଜାର ୨୯୯ ଟଙ୍କାରେ ଲଞ୍ଚ ହେଲା ପାୱାରଫୁଲ TWS ଇୟରବଡସ୍, ୩ ମାସ ପାଇଁ ମାଗଣା ଗୀତ ସବସ୍କ୍ରିପସନ୍ ଫ୍ରି

ଯଦି ଜଣେ ଗ୍ରାହକ କୌଣସି ବି ଗ୍ୟାଜେଟ୍ କିଣୁଛନ୍ତି, ସେ ସବୁବେଳେ ଧ୍ୟାନ ରଖିବା କଥା ଏହାର କ୍ୱାଲିଟି ଉପରେ। ଆପଣମାନେ ଜାଣିଛନ୍ତି  ଏବେ ଅଧିକ ମାତ୍ରାରେ କିଛି ଲୋକେ ଇୟରକଡ ସ୍ଥାନରେ ଇୟରବଡ ବ୍ୟବହାର କରୁଛନ୍ତି। କିନ୍ତୁ ମାର୍କେଟରେ କେଉଁ ଇୟରବଡ ଭଲ ତାହା ଆପଣ କେମିତି ଜାଣିବେ ?

ସେଥିପାଇଁ ମଧ୍ୟ ଆପଣ କମ୍ପାନୀର ନୂଆ ଫିଚର୍ ବିଷୟରେ ଜାଣିବାକୁ ପଡ଼ିବ। କାରଣ ଖାସ କରି ଏହି ଇୟରବଡ କମ୍ପାନୀ ଗୁଡ଼ିକ ଭିନ୍ନ ଭିନ୍ନ ଇୟରବଡ ତିଆରି କରୁଛନ୍ତି। ତେଣୁ ଆପଣଙ୍କୁ ପ୍ରଥମେ ଏହି କମ୍ପାନୀର ଅନ୍ୟ ଡିଭାଇସ୍ ଗୁଡ଼ିକୁ ଦେଖିବାକୁ ପଡିବ।

ଆଜି ଲଞ୍ଚ ହୋଇଛି ଆଉ ଅନ୍ୟ ଏକ ଲାଭା ଇୟରବଡସ୍ 21 TWS। ଏହି ଇୟରବଡସ୍ ର ମୂଲ୍ୟ ରହିଛି ୧ ହଜାର ୪୯୯ ଟଙ୍କା। କିନ୍ତୁ ଏହା ବର୍ତ୍ତମାନ ଲାଭା ଏବଂ ଆମାଜନରେ ମାତ୍ର ୧ ହଜାର ୨୯୯ ଟଙ୍କା ମୂଲ୍ୟର ମୂଲ୍ୟରେ ମିଳୁଛି। ତେବେ ଏହି ମୂଲ୍ୟରେ ଆପଣ ଆସନ୍ତା ୨୪ ତାରିଖ ପର୍ଯ୍ୟନ୍ତ ଏହି ଇୟରବଡସ୍ କିଣିପାରିବେ। ଏହି ପ୍ରୋବଡସ୍ 21 ର ଅନ୍ୟ ଏକ ବିଶେଷତ୍ୱ ​​ହେଉଛି ଏହାର କୁଇକ୍ ଚାର୍ଜ ଟେକ୍ନୋଲୋଜି ଯାହା ମାତ୍ର ୨୦ ମିନିଟ୍ ଚାର୍ଜରେ ୨୦୦ ମିନିଟ୍ ପ୍ଲେ ଟାଇମ୍ ଦେବ। ଏହା ଖୁବ ଶୀଘ୍ର ଚାର୍ଜ ହୋଇଯାଏ ଓ କହିବାକୁ ଏହାର ଭଲ ଫିଚର୍ କରିଛି। ଲାଭା ଏହାର ନୂଆ ଇୟରବଡରେ ନେଚର୍ ୱାଇୟରଲେସ୍ ଇୟରଫୋନ୍ ମଧ୍ୟ ଯୋଡ଼ିଛି।

ସବୁଠୁ ଆପଣଙ୍କ ପାଇଁ ଭଲ ସୁଯୋଗ ରହିଛି ଯେ ଏହା କିଣିଲାପରେ ଆପଣଙ୍କୁ ୩ ମାସ ମାଗଣା ଗୀତ ସବସ୍କ୍ରିପସନ୍ ମିଳିବ। TWS ହେଉଛି ଏହାର ସେଗମେଣ୍ଟର ପ୍ରଥମ ଡିଭାଇସ୍ ଯାହା 60mAh ର ବୁଡ୍ ବ୍ୟାଟେରୀ କ୍ଷମତା ସହିତ ଆସିଥାଏ ଏବଂ ଗୋଟିଏ ଚାର୍ଜରେ ୯ ଘଣ୍ଟା ପ୍ଲେଵ୍ୟାକ୍ ଟାଇମ୍ ରହିଛି। ଏହା ବ୍ୟତୀତ, ଇୟରଫୋନର ଷ୍ଟୋରେଜ୍ କେସ୍ 500mAh ବ୍ୟାଟେରୀ ସହିତ ଆସିଥାଏ, ଯାହା ଡିଭାଇସକୁ ୫ ଥର ଚାର୍ଜ କରିପାରିବ, ମୋଟ ପ୍ଲେ ଟାଇମ୍ ୪୫ ଘଣ୍ଟାରୁ ଅଧିକ ସମୟ ଦେବ। TWS ର 12mm ମୁଭିଂ ଡ୍ରାଇଭ ରହିଛି।

ଏହା ୱାଟରପ୍ରୁଫ୍ ଓ ଏହାର ଡିଜାଇନ୍ ବଡି IPX4 ରହିଛି। ଏହି ଇୟରବଡସ୍ ଗୋଟେ ବର୍ଷର ୱାରେଣ୍ଟି ସହିତ ମାର୍କେରେ ଲଞ୍ଚ ହୋଇଛି। ଏହାର ଭଲ କନେକ୍ଟିଭିଟି ରହିଛି, ଯାହାକି TWS ଡିଜାଇନ୍ ହୋଇଛି ଏବଂ ଗୁଗୁଲ୍ ଓ ସିରି ସହିତ ଅଧିକ କମ୍ୟୁନିକେସନ ପାଇଁ ଟଚ୍ କଣ୍ଟ୍ରୋଲ୍ ଭଏସ୍ ରଖାଯାଇଛି। ରିଦିମ୍ ଓ ବାସ୍ ମଧ୍ୟ ଭଲ ରହିଛି ଏହି ଇୟରବଡରେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.