Below header

ଐତିହ୍ଯ ପରମ୍ପରା, ଚିରସବୁଜିମା ସୌନ୍ଦର୍ଯ୍ୟରେ ଭରା ମେରୁ ମଠ, କେବେ ଯିବେ ବୁଲିବାକୁ ?

ମୟୁରଭଞ୍ଜ (କେନ୍ୟୁଜ) : ଶିଳ୍ପ ବିହୀନ ଜିଲ୍ଲା ମୟୁରଭଞ୍ଜ । ମୟୁରଭ ଜିଲ୍ଲାର ଆର୍ଥିକ ମେରୁଦଣ୍ଡ ହେଉଛି ପର୍ଯ୍ୟଟନ ଶିଳ୍ପ। ଶିମିଳିପାଳ ଅଭୟାରଣ୍ୟ ଦେଶ ବିଦେଶର ବହୁ ପଯ୍ୟର୍ଟକଙ୍କୁ ଆକୃଷ୍ଟ କରିଥାଏ। କେବଳ ଶିମିଳିପାଳ ନୁହଁ ଜିଲ୍ଲାରେ ବହୁସଂଖ୍ଯାରେ ଦର୍ଶନୀୟ ସ୍ଥାନ ମଧ୍ୟ ରହିଛି। କିଛି ଦର୍ଶନୀୟ ସ୍ଥାନକୁ ମିଳିଛି ସରକାରୀ ଭାବେ ପର୍ଯ୍ୟଟନ ସ୍ଥଳୀର ମାନ୍ଯତା। ସେଥିମଧ୍ୟରୁ ଗୋଟିଏ ହେଉଛି ମେରୁ ମଠ। ଏହି ଅଞ୍ଚଳର ଐତିହ୍ଯ ପରମ୍ପରା, ଚିରସବୁଜିମା ସୌନ୍ଦର୍ଯ୍ୟ ଅବର୍ଣ୍ଣନୀୟ। ମାତ୍ର ନିଜର ପ୍ରାକୃତିକ ମୋନଲୋଭା ଦୃଶ୍ଯରେ ପର୍ଯ୍ୟଟକଙ୍କ ମନକୁ ବାନ୍ଧି ରଖିବାକୁ ସଜେଇ ହୋଇ ପାରୁନାହିଁ ଏହି ମେରୁ ମଠ ।

ଓଡ଼ିଶା, ଝାରଖଣ୍ଡ, ପଶ୍ଚିମବଙ୍ଗ ରାଜ୍ୟର ସୀମା ମୟୁରଭଞ୍ଜ ଜିଲ୍ଲା। ଏହି ସୀମାବର୍ତ୍ତୀ ଅଞ୍ଚଳରେ ଅବସ୍ଥିତ ଏ ହେଉଛି ପର୍ଯ୍ୟଟନ ସ୍ଥଳ ମେରୁ ମଠ। ଜିଲ୍ଲାର ସଦର ମହକୁମା ବାରିପଦା ଠାରୁ ୪୫ କିଲୋମିଟର ଦୂରରେ ଅବସ୍ଥିତ ଏହି ପର୍ଯ୍ୟଟନ ସ୍ଥଳୀ। ସାରସକଣା ବ୍ଳକର ଶିର୍ଷା ଠାରେ ମହିମା ସମ୍ପ୍ରଦାୟର ସନ୍ୟାସୀ ଘାସିରାମ ବାବାଙ୍କ ଦ୍ୱାରା 1831 ମସିହାରେ ପ୍ରତିଷ୍ଠା ହୋଇଥିଲା ମହିମା ଧର୍ମର ଏହି ମଠ। ତତ୍କାଳୀନ ମୟୁରଭଞ୍ଜ ମହାରାଜା ଜଦୁନାଥ ଭଞ୍ଜଦେଓ ଏହି ମଠ ନିମନ୍ତେ ୧୦୦ ଏକର ଜମି ପ୍ରଦାନ କରିଥିବା ନେଇକିମ୍ବଦନ୍ତୀ ରହିଛି। ୧୯୦୧ ମସିହାରେ ଜନ୍ମିତ ବାବା ନବକିଶୋର, ମଠର ଦାଇତ୍ୱ ନେବା ପରେ ଏହି ମଠ ପ୍ରସିଦ୍ଧି ଲାଭ କରିଛି। ୪ ପିଢୀ ଧରି ଏଠି ସାଧନା କରୁଛନ୍ତି ସାଧୁ ସନ୍ଯାସୀ। କେବଳ ଏତିକି ନୁହେଁ ଏହି ମଠର ରହିଛି ବହୁ ବିସେସତ୍ୱ। ପୁରାଣ କହେ ଏହି ମେରୁ ମଠରେ ପଞ୍ଚ ପାଣ୍ଡବ ଓ ଦ୍ରୌପଦୀଙ୍କ ଉପସ୍ଥିତି। ଐତିହାସିକ ପୃଷ୍ଟଭୁମୀରେ ଏହି ସ୍ଥାନର ବର୍ଣ୍ଣନା ରହିଛି। କିମ୍ବଦନ୍ତୀ ମୁତାବକ ଏହି ନଦୀଗର୍ଭରେ ଏକ ପଥର ରହିଛି ଯାହାକି ଭୀମ ଆଣ୍ଠୁଆ ନାମରେ ପରିଚିତ। ପଞ୍ଚପାଣ୍ଡବଙ୍କ ଅଜ୍ଞାତବାସ କାଳରେ ଏହି ସ୍ଥାନରେ ଭୀମ ଆଣ୍ଠେଇ ଥିବା କୁହାଯାଉଥିବାରୁ ହିନ୍ଦୁଧର୍ମାବଲମ୍ବୀମାନେ ଏହି ପବିତ୍ର

ଏହି ପର୍ଯ୍ୟଟନ ସ୍ଥଳୀରେ କେବଳ ଯେ ଏହି ମଠ ତାହା ନୁହଁ। ଏଠି ବହୁପୁରାତନ ଜରନ୍ଦା ମହିମା ମଠ ଠାରୁ ବହୁପୁରାତନ ମେରୁ ମଠ ସାଙ୍ଗକୁ ଧ୍ୱନୀ ମନ୍ଦିର। ଏହି ଅଞ୍ଚଳର ପରିବେଶ ସାଙ୍ଗକୁ ସୁବର୍ଣ୍ଣରେଖା ନଦୀର କୁଳୁକୁଳ ନାଦ, ବିସ୍ତିର୍ଣ୍ଣ ବାଲୁକା, ସବୁଜ ବନାନିର ମହୁଲିଆ ପବନ ମନ ଓ ଶରୀରେ ଏକ ଭିନ୍ନ ଶିହରଣ ଖେଳାଇଥାଏ। ଯାହାକି ହଜାର ହଜାର ସଂଖ୍ଯାରେ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଥାଏ। ଏଥିସହିତ ଏହି ମଠ ଦେଇ ବହିଯାଇଥିବା ସୁବର୍ଣ୍ଣରେଖାର ଭୀମ ଆଣ୍ଠୁଆ ଗଣ୍ଡରେ ନୌକା ବିହାରର ମଜା କିଛି ନିଆରା। ପ୍ରତିବର୍ଷ ହଜାର ହଜାର ସଂଖ୍ୟାରେ ବଣଭୋଜି ସାଙ୍ଗକୁ ଐସର୍ଗିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିବାକୁ ଆସନ୍ତି ପର୍ଯ୍ୟଟକ। ଦୀର୍ଘ ଦିନର ଦାବି ପରେ ୨୦୧୬ ମସିହାରେ ଏହି ସ୍ଥାନକୁ ମିଳିଲା ପର୍ଯ୍ୟଟନ ସ୍ଥଳୀର ମାନ୍ଯତା। ତେଣୁ ଯଦି ଆପଣ କୌଣସି ଦର୍ଶନନୀୟ ପୀଠକୁ ଭ୍ରମଣ କରିବାକୁ ଚାହୁଁଛନ୍ତି ତାହେଲେ ଏହା ଏକଦମ୍‌ ଭଲ ହେବ। ବହୁ ପୁରାତନ ମନ୍ଦିର ସାଙ୍ଗକୁ ଆପଣ ଏଠାରେ ପ୍ରାକୃତିକ ସୌନ୍ଦର୍ଯ୍ୟର ମଜା ନେଇପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.