ରାୟଗଡ଼ାରେ ରୁଷୀୟ ପର୍ଯ୍ୟଟକ ମୃତ୍ୟୁ ମାମଲା: ତଦନ୍ତ ପାଇଁ ଦ୍ୱିତୀୟ ଟିମ୍‌ ଗଠନ କଲା କ୍ରାଇମବ୍ରାଞ୍ଚ

ରାୟଗଡା (କେନ୍ୟୁଜ): ରୁଷ୍‌ର କୋଟିପତି ସାଂସଦ ପାଭେଲ୍‌ ଆଣ୍ଟୋଭ ଓ ବନ୍ଧୁଙ୍କ ମୃତ୍ୟୁ କେଉଁ ପରିସ୍ଥିତିରେ ହେଲା । ତଦନ୍ତ ପାଇଁ ରାୟଗଡ଼ାରେ କ୍ରାଇମବ୍ରାଞ୍ଚ ଟିମ୍‌ । ହୋଟେଲରେ ପହଞ୍ଚି ଛାନବିନ କରିଛନ୍ତି । ପାଭେଲ୍‌ ଆଣ୍ଟୋଭ ଓ ବିଦୋନୋଭ ରହିଥିବା ରୁମ୍‌ରେ ତଦନ୍ତ କରିବ ଟିମ । ରୁଷ୍‌ର କୋଟିପତି ସାଂସଦ ପାଭେଲ୍‌ ଆଣ୍ଟୋଭଙ୍କ ମୃତ୍ୟୁକୁ ନେଇ କ୍ରାଇମବ୍ରାଞ୍ଚ ଗଠନ କଲା ଦ୍ୱିତୀୟ ଟିମ୍‌ ।

ଡିଏସପି ସରୋଜ କାନ୍ତ ମହନ୍ତଙ୍କ ନେତୃତ୍ୱରେ ଟିମ୍‌ ରାୟଗଡ଼ାରେ ତଦନ୍ତ କରୁଛନ୍ତି । ରାୟଗଡ଼ା ଥାନା ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ପରେ ହୋଟେଲ କର୍ମଚାରୀଙ୍କ ବୟାନକୁ ନେଇ ତଦନ୍ତ କରିବ ଟିମ୍‌ । ସାଇଣ୍ଟିଫିକ୍‌ ଟିମ୍‌ ଶ୍ମଶାନ ଯାଇ ତଦନ୍ତ କରିବ ବୋଲି ଜଣାପଡିଛି । ଟିମ୍‌ରେ ଅଛନ୍ତି ଜଣେ ଇନିସପେକ୍ଟର, ଜଣେ ଏସଆଇ ଓ ଜଣେ ଏଏସଆଇ । ୨ ଜଣ ଫରେନ୍ସିକ ବିଶେଷଜ୍ଞ ଓ ଫଟୋଗ୍ରାଫର । ଘଟଣାସ୍ଥଳକୁ ଯିବା, ସାକ୍ଷୀ ମାନଙ୍କୁ ଯାଞ୍ଚ କରିବା, ସ୍ଥାନୀୟ ପୋଲିସ ଠାରୁ ପ୍ରମାଣ ସଂଗ୍ରହ କରିବା ଓ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ଦାୟିତ୍ୱ ତଦନ୍ତକାରୀ ସଂସ୍ଥା ଉପରେ ନ୍ୟସ୍ତ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.