Below header

ସେଲିବ୍ରେସନ ହେଲା କାଳ, ଏକାସାଥିରେ ଚଳନ୍ତା ବସ ଛାତରୁ ଖସି ପଡିଲେ ଛାତ୍ର

ତାମିଲନାଡୁର ରାଜଧାନୀ ଚେନ୍ନାଇ। ଜନ ଗହଳିପୂର୍ଣ୍ଣ ରାସ୍ତାରେ କିଛି ଏମିତି ଘଟିଲା ଯାହାକୁ ଆପଣ ହଠାତ୍ ଦେଖିଲେ ଚମକି ପଡିବେ। ଚେନ୍ନାଇର କଲେଜ ଛାତ୍ର ବସ୍ ଡେ ସେଲିବ୍ରେସନ କରୁଥିଲେ। ଛାତ୍ରମାନେ ବସର ଛାତ ଏବଂ ଝରକାରେ ଓହଳି ହୋଇ ଯାତ୍ରା କରି ମଉଜ କରୁଥିଲେ। ଏହି ସମୟରେ ଚାଳକ ବାଇକ୍ ସହ ଧକ୍କା ହେବା ସମ୍ଭାବନା କରି ବ୍ରେକ ମାରି ଦେଲେ ତେବେ ବସ୍ ଛାତ ଉପରେ ଥିବା ଛାତ୍ରମାନେ ଏକକାଳୀନ ତଳକୁ ଖସି ରାସ୍ତା ଉପରେ ପଡିଗଲେ। ଘଟଣାର ପୂରା ଭିଡିଓ ଏବେ ଦ୍ରୁତ ଗତିରେ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

ଚେନ୍ନାଇରେ ଥିବା ପାଚାଇପ୍ପା କଲେଜ୍‌ର ଛାତ୍ରମାନେ ବସ୍‌ ଉପରକୁ ଚଢ଼ି ‘ବସ୍‌ ଡେ’ ସେଲେବ୍ରେସନ କରୁଥିଲେ। ଏକ ନିର୍ଦ୍ଦିଷ୍ଟ କଲେଜ୍‌ ରୁଟରେ ଦୈନିକ ସେବା ଯୋଗାଉଥିବା ବସ୍‌ର ଡ୍ରାଇଭର ଓ କଣ୍ଡକ୍ଟରଙ୍କୁ ଧନ୍ୟବାଦ ଦେବା ପାଇଁ କଲେଜ୍‌ ଛାତ୍ରମାନେ ଏଭଳି ‘ବସ୍‌ ଡେ’ ପାଳନ କରିଥାଆନ୍ତି।

bus_dayମାଡ୍ରାସ ହାଇକୋର୍ଟ ପୂର୍ବରୁ ମଧ୍ୟ ଏଭଳି ସେଲେବ୍ରେସନକୁ ବିରୋଧ କରିଥିଲେ। ପୁଲିସ୍‌ ମଧ୍ୟ ଏହାକୁ ପାଳନ ନ କରିବାକୁ ମନା କରିଥିଲ। କାରଣ ଉତ୍ସବ ବେଳେ ବସ୍‌ ଗୁଡ଼ିକ ଧୀରେ ଧୀରେ ଚାଲିଥାଏ। ଏଥିପାଇଁ ସାଧାରଣ ଲୋକମାନେ ଟ୍ରାଫିକ ସମସ୍ୟାର ସମ୍ମୁଖୀନ ହୋଇଥାଆନ୍ତି। ଏହା ସତ୍ତ୍ୱେ ପୁଣିଥରେ ଏଭଳି ଘଟଣା ଘଟିଛି।

ଏହି ପୂରା ମାମଲାରେ ପୋଲିସ ୨୪ ଜଣ ଛାତ୍ରଙ୍କୁ ହେପାଜତକୁ ନେଇଛି। ଏଥିରେ କେହି ଗଭୀର ଭାବେ ଆଘାତ ପାଇ ନାହାନ୍ତି ବୋଲି ସୂଚନା ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.