ସୁଟକେସରେ ଭର୍ତ୍ତି କରି ବୟଜ୍ ହଷ୍ଟେଲରୁ ଯୁବତୀଙ୍କୁ ନେଉଥିଲେ ଯୁବକ, କିନ୍ତୁ ଗେଟ୍ ପାଖରେ ସବୁ ଖୋଲିଗଲା ଦେଖନ୍ତୁ ଭିଡିଓ
ସୋସିଆଲ ମିଡିଆରେ ଏକ ଭିଡିଓ ଖୁବ୍ ଭାଇରାଲ ହେଉଛି। ଯେଉଁଥିରେ ଏହା କୁହାଯାଉଛି ଯେ କିଛି ଯୁବକ ଜଣେ ଯୁବତୀଙ୍କୁ ସୁଟକେସରେ ଭର୍ତ୍ତି କରି ଲୁଚାଇ ହଷ୍ଟେଲରୁ ବାହାରକୁ ନେଉଯାଉଥିଲେ। କିନ୍ତୁ ଯୁବକମାନଙ୍କର ସବୁ ପ୍ଲାନ ଫସର ଫାଟିଗଲା ସେତେବେଳେ ଯେତେବେଳେ ହଷ୍ଟେଲ ଗାର୍ଡ ଚେକିଙ୍ଗ ସମୟରେ ତାଙ୍କର ଏହି କାରନାମାକୁ ଧରିପକାଇଲେ। ତେବେ ଆସନ୍ତୁ ଜାଣିବା ପୂରା ମାମଲା କଣ।
ଟ୍ଵିଟରରେ ସେୟାର କରାଯାଇଥିବା ଏକ ଭିଡିଓ ଏବେ ଇଣ୍ଟରନେଟରେ ଖୁବ୍ ଭାଇରାଲ ହେଉଛି। ଭିଡିଓକୁ ହଜାରରୁ ଅଧିକ ଥର ଲୋକେ ଦେଖିସାରିଲେଣି। ଅନେକ ଟ୍ଵିଟର ୟୁଜର୍ସ ଏହି ଭିଡିଓକୁ ଦେଖି କମେଣ୍ଟସ କରୁଛନ୍ତି। କେବଳ ଏତିକି ନୁହେଁ ଏବେ ତ ସୋସିଆଲ ମିଡିଆରେ ଏହି ଭିଡିଓ ଟ୍ରେଣ୍ଡ କରୁଛି।
ଏହି ଭାଇରାଲ ହେଉଥିବା ଭିଡିଓରେ ଆପଣ ଦେଖିପାରୁଥିବେ ଯେ ସୁଟକେସରେ ଜଣେ ଯୁବତୀଙ୍କୁ ଭର୍ତ୍ତି କରି ହଷ୍ଟେଲରୁ ବାହାରକୁ ନେଇଯାଉଥିଲେ କିଛି ଯୁବକ। କିନ୍ତୁ ସେତେବେଳେ ହଷ୍ଟେଲ ଗେଟ ପାଖରେ ଥିବା ଗାର୍ଡ ତାଙ୍କୁ ଅଟକାଇଦେଲେ। ସୁଟକେସ୍ ଚେକ କରିବା ସମୟରେ ସେଥିରୁ ଜଣେ ଯୁବତୀ ଝଟପଟ ହୋଇ ବାହାରିଲେ। ଯାହାକୁ ଦେଖି ଆପଣଙ୍କ ମୁଣ୍ଡ ବି ଗୋଲ ହୋଇଯାଉଥିବ ନିଶ୍ଚୟ। ଏହି ଭିଡିଓ ହେଉଛି କର୍ଣ୍ଣାଟକ ମଣିପାଲ କଲେଜର ବୋଲି କୁହାଯାଉଛି।
The funniest video I’ve seen today 😬
Apparently, a Manipal Univ. student was smuggling his gf out in a trolley bag. Someone’s watching too much Netflix. pic.twitter.com/RQLkAfj9vB— 𝙋𝙧𝙚𝙧𝙣𝙖 𝙇𝙞𝙙𝙝𝙤𝙤 (@PLidhoo) February 2, 2022