‘ଗହରାଇୟାଁ’ରେ ଇଣ୍ଟିମେଟ୍ ସିନ୍ ଦେଖିବା ପରେ କେମିତି ଥିଲା ରଣବୀର ସିଂହଙ୍କ ରିଆକ୍ସନ୍, ଖୁଲାସା କଲେ ଦୀପିକା ପାଦୁକୋନ୍
ଦୀପିକା ପାଦୁକୋନ୍ଙ୍କ ଅପ୍କମିଂ ଫିଲ୍ମ ‘ଗହରାଇୟାଁ’ର ଟ୍ରେଲର ଓ ଟାଇଟଲ ଟ୍ରାକ୍ ଯେବେ ଠାରୁ ରିଲିଜ୍ ହୋଇଛି, ସେବେ ଠାରୁ ଫ୍ୟାନ୍ ଏହି ଫିଲ୍ମର ରିଲିଜ୍କୁ ଅତି ଉତ୍ସାହର ସହ ଅପେକ୍ଷା କରି ରହିଛନ୍ତି। ଫିଲ୍ମର ଗୀତ ହେଉ ବା କ୍ଲିପ୍, ସବୁ ଜିନିଷକୁ ଖୁବ୍ ଭଲ ପାଇବା ମିଳୁଛି। ଏହା ସହ ଫିଲ୍ମ ସହ ଜଡ଼ିତ ଛୋଟ ବଡ଼ ଅପଡେଟ୍ ଜାଣିବାକୁ ବି ଫ୍ୟାନ୍ମାନେ ଅନେଇ ବସିଛନ୍ତି। ଅନ୍ୟପଟେ ଗହରାଇୟାଁର କଳାକାର ମଧ୍ୟ ମନ ଖୋଲି ପ୍ରମୋଶନ କରୁଛନ୍ତି। ଏଥିସହ ଫିଲ୍ମର ସବୁ ଅପ୍ଡେଟ୍ ବି ସେୟାର କରୁଛନ୍ତି। ଇତି ମଧ୍ୟରେ ଏକ ଇଣ୍ଟରଭ୍ୟୁରେ ଦୀପିକା ପାଦୁକୋନ୍ କହିଛନ୍ତି ଯେ ଏହି ଫିଲ୍ମକୁ ଦେଖିବା ପରେ ସ୍ୱାମୀ ରଣବୀର ସିଂହଙ୍କ ପ୍ରତିକ୍ରିୟା କେମିତି ଥିଲା।
ଫିଲ୍ମ ଗହରାଇୟାଁରେ ଦୀପିକା ପାଦୁକୋନ୍ କୋ-ଷ୍ଟାର ସିଦ୍ଧାନ୍ତଙ୍କ ସହ ଅନେକ ଗୁଡ଼ିଏ ଇଣ୍ଟିମେଟ୍ ସିନ୍ କରିଛନ୍ତି। ସେହିପରି ଉଭୟଙ୍କ ମଧ୍ୟରେ ଅନେକ ଗୁଡ଼ିଏ ଲିପ୍ ଲକ୍ ବି ଦେଖିବାକୁ ମିଳିଛି। ଏହି ଫିଲ୍ମରେ ଦୀପିକାଙ୍କୁ ବେଶ୍ ବୋଲ୍ଡ ଅବତାରରେ ଦେଖିବାକୁ ମିଳିଛି। ଏହାର ଏକ ଝଲକ ଫିଲ୍ମର ଟାଇଟଲ ଟ୍ରାକ୍ରେ ଦେଖିବାକୁ ମିଳିଛି। ଦୀପିକା ଏହି ଫିଲ୍ମର ତୁଳନା ୨୦୧୫ରେ ନିର୍ମିତ ‘ତମାସା’ ଫିଲ୍ମ ସହ କରିଛନ୍ତି। ଉଭୟ ଫିଲ୍ମ ମଧ୍ୟରେ ଅନେକ ସମାନତା ଥିବା ଦୀପିକା କହିଛନ୍ତି।
ତେବେ ଗହରାଇୟାଁ ଦେଖିବା ପରେ ସ୍ୱାମୀ ରଣବୀର ସିଂହଙ୍କ ରିଆକ୍ସନ୍ କ’ଣ ଥିଲା ବୋଲି ପଚାରିବାରୁ ଦୀପିକା କହିଥିଲେ- ‘ତାଙ୍କୁ ଲାଗିଲା ଯେ ଏହା ସେ ଏବେ ଯାଏଁଁ ଦେଖିଥିବା ସବୁ ଫିଲ୍ମ ମଧ୍ୟରୁ ସବୁଠୁ ଇଣ୍ଟେନ୍ସ ଫିଲ୍ମ ଥିଲା’। ଏହି ଫିଲ୍ମରେ ତାଙ୍କ ଭୂମିକା ଖୁବ୍ କଷ୍ଟକର ଓ ଚ୍ୟାଲେଞ୍ଜିଂ ଥିଲା ବୋଲି ଦୀପିକା କହିଛନ୍ତି।