Below header

ଉନ୍ନତିରେ ବାଧା ଆଣିଥାନ୍ତି ଏହି ଲୋକେ, ଭୁଲରେ ବି ଏମାନଙ୍କ ସହ ବଢ଼ାନ୍ତୁନି ସମ୍ପର୍କ

ଚାଣକ୍ୟ ନୀତି ଅନୁସାରେ ଯଦି କେହି ବ୍ୟକ୍ତି ବଡ଼ ଲକ୍ଷ୍ୟ ପ୍ରାପ୍ତ କରିବାର ଥାଏ, ସେମାନଙ୍କୁ ନିଜର ଭାବନା ଓ ହୃଦୟକୁ ବଡ଼ ରଖିବା କଥା । ଭଲ ଓ ବୁଦ୍ଧିମାନ ଲୋକଙ୍କ ସହ ରହିଲେ ଖୁବ୍‌ ଶୀଘ୍ର ଲକ୍ଷ୍ୟ ପ୍ରାପ୍ତ କରିହୁଏ । ଯଦି ନକରାତ୍ମକ ଓ ଭୁଲ ଲୋକଙ୍କ ସହ ରହିବେ ତେବେ ଲକ୍ଷ୍ୟ ପ୍ରାପ୍ତ କରିବାରେ ବାଧା ସୃଷ୍ଟି ହୋଇଥାଏ । ତେଣୁ ଯଦି ଜୀବନରେ ଉନ୍ନତି ପ୍ରାପ୍ତ କରିବାକୁ ଚାହାଁନ୍ତି, ତେବେ ଭୁଲ ସଂଗତ ଲୋକଙ୍କ ଠାରୁ ଦୂରରେ ରହିବା ଦରକାର । ଆସନ୍ତୁ ଜାଣିବା ଏ ସମ୍ପର୍କରେ କ’ଣ କହୁଛନ୍ତି ଚାଣକ୍ୟ ।

ଆଚାର୍ଯ୍ୟ ଚାଣକ୍ୟ କୁହନ୍ତି ଯେ ମୂର୍ଖ ଶିଷ୍ୟଙ୍କୁ ଉପଦେଶ ଦେବା, ଚରିତ୍ରହିନ ସ୍ତ୍ରୀର ପାଳନ-ପୋଷଣ କରିବା, କୌଣସି ଦୁଃଖୀ ବ୍ୟକ୍ତିଙ୍କ ସହ ରହିବା ଦ୍ୱାରା ସର୍ବଦା ବ୍ୟକ୍ତିକୁ ଦୁଃଖ ପହଞ୍ଚାଇଥାଏ । ତେଣୁ ବ୍ୟକ୍ତିକୁ ଏହି ଲୋକଙ୍କ ଠାରୁ ଦୂରରେ ରହିବା ଦରକାର । ଏ ସମ୍ପର୍କରେ ଚାଣକ୍ୟ କହିଥିବା ଶ୍ଳୋକ ଏହିପରି –

ଶ୍ଳୋକ :

ମୂର୍ଖଶିଷ୍ୟୋପଦେଶେନ ଦୁଷ୍ଟାସ୍ତ୍ରୀଭରଣେନ ଚ ।

ଦୁଃଖିତେ ସମ୍ପ୍ରୟୋଗେଣ ପଣ୍ଡିତୋଅପ୍ୟବସିଦତି ।।

ଅର୍ଥାତ – ଚାଣକ୍ୟଙ୍କ ଅନୁସାରେ ସେହି ବ୍ୟକ୍ତିକୁ ଉପଦେଶ ଦେବା ଦରକାର,ଯିଏ ଆପଣଙ୍କ କଥାକୁ କାମରେ ଲଗାଏ । ଏପରି ବ୍ୟକ୍ତିକୁ ଉପଦେଶ ଦେବାର ଅର୍ଥ କିଛି ନାହିଁ ଯିଏ ଆପଣଙ୍କ କଥାକୁ ବ୍ୟର୍ଥ ଭାବୁଥାଏ । ସେହିପରି ଏପରି ବ୍ୟକ୍ତିକୁ କେବେ ସାହାଯ୍ୟ କରନ୍ତୁ ନାହିଁ, ଯାହାର ଆଚରଣ ଭଲ ନୁହେଁ ।

ଚାଣକ୍ୟଙ୍କ ମତରେ ସର୍ବଦା ଦୁଃଖି ରହୁଥିବା ବ୍ୟକ୍ତି ନକରତ୍ମକରେ ପୂର୍ଣ୍ଣ ହୋଇଥାଏ । ତେଣୁ ଏପରି ବ୍ୟକ୍ତିଙ୍କ ସଂଗତରୁ ଦୂରରେ ରହିବା ଦରକାର । ଜୀବନରେ ଲକ୍ଷ୍ୟ ପ୍ରାପ୍ତ କରିବା ପାଇଁ ସର୍ବଦା ଶକ୍ତି, ଉତ୍ସାହ ଓ ସକରାତ୍ମକତାରେ ଭରପୁର ଥିବା ବ୍ୟକ୍ତିଙ୍କ ସହ ରହିବା ଉଚିତ୍‌ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.