Below header

ପେସାରେ ଆଇନଜୀବୀ କିନ୍ତୁ ନିଶା ତାଙ୍କର ଚିତ୍ର ଅଙ୍କିବା

ଚନ୍ଦ୍ରଶେଖରପୁର ନୀଳାଦ୍ରି ବିହାରର ଶୁଦ୍ଧଶତା ମିଶ୍ର । ପେସାରେ ସେ ଜଣେ ଆଇନୀଜୀବୀ, କିନ୍ତୁ ନିଶା ତାଙ୍କର ଚିତ୍ର ଅଙ୍କିବା । ଛୁଆଟି ବେଳୁ ଚିତ୍ର ଅଙ୍କିବା ଥିଲା ତାଙ୍କ ନିଶା । ଏହି ନିଶାକୁ ଗ୍ରହଣ କରିନେଇଥିବା ଶୁଦ୍ଧାଶତା ପାଠ ପଢି ଆଇନୀଜୀବୀ ।

ଭୁବନେଶ୍ୱର (କେନ୍ୟୁଜ୍):  ନାରୀ ଟିଏ ଯେତେବେଳେ ନିଜର ପାରଦର୍ଶିତାକୁ ଲୋକଙ୍କ ସମ୍ମୁଖ ଆଣେ ସେତେବେଳେ ସେ ପ୍ରଶଂସିତ ହୁଏ, ଆଦର ପାଏ । ତେବେ କେମିତି ଜଣେ ନାରୀ ନିଜ ସଂସାର କୁ ତୁଲାଇବା ସହ ନିଜ ଶିକ୍ଷାଗତ ଅଭିଜ୍ଞାତାକୁ କାମରେ ଲଗାଏ? କେମିତି ସମାଜରେ ଆଗଧାଡିର ମଣିଷ ହୋଇ ଠିଆ ହୋଥାଏ ? ଏହା କେମିତି ସମ୍ଭବ? ତେବେ ଏମିତି ଜଣେ ନାରୀ ଯିଏ ସମୟକୂ ସଦଉପଯୋଗ କରି ଆଜି ଚର୍ଚ୍ଚାରେ ।

ଯେତେବେଳେ ରାତି ହୁଏ ସବୁ କାମ ସରିଯାଏ ସେତେବେଳେ ତୁଳି ଧରି ସେ ଆଙ୍କିବାକୁ ବସି ପଡନ୍ତି ଚିତ୍ର । କୌଣସି ଗୁରୁ ଠାରୁ ତାଲିମ ପ୍ରାପ୍ତ ନୁହଁନ୍ତି । କିନ୍ତୁ କାନଭାସରେ ଆଙ୍କି ଚାଲନ୍ତି ଜୀବନ୍ତ ଛବି ।  ଚନ୍ଦ୍ରଶେଖରପୁର ନୀଳାଦ୍ରି ବିହାରର ଶୁଦ୍ଧଶତା ମିଶ୍ର । ପେସାରେ ସେ ଜଣେ ଆଇନୀଜୀବୀ, କିନ୍ତୁ ନିଶା ତାଙ୍କର ଚିତ୍ର ଅଙ୍କିବା । ଛୁଆଟି ବେଳୁ ଚିତ୍ର ଅଙ୍କିବା ଥିଲା ତାଙ୍କ ନିଶା । ଏହି ନିଶାକୁ ଗ୍ରହଣ କରିନେଇଥିବା ଶୁଦ୍ଧାଶତା ପାଠ ପଢି ଆଇନୀଜୀବୀ । ହେଲେ ଏହି ପେସା ଆଜି ଦୁରେଇ ଯାଇଛି । ତାଙ୍କ ହାତରେ ଆଜି ତୁଳି ଅନେକ ରଙ୍ଗୀନ କଥା କହୁଛି । ତାଙ୍କ ହାତରେ ସେ ଭେଟି ଦେଉଛନ୍ତି ସୁନ୍ଦର ସୁନ୍ଦର କାନଭାସ। ପାଠ ସାଙ୍ଗକୁ ଚିତ୍ର କଳାର ନୈପୁଣତା ପାଇଁ ବିଭିନ୍ନ ମହାଲରେ ପୁରସ୍କୃତ ହୋଇଛନ୍ତି ଶୁଦ୍ଧଶତା ।

ତେବେ ସନ୍ଧ୍ୟା ସମୟ ମିଞ୍ଜି ମିଞ୍ଜି ଆଲୋକ ମାଳା ସଜାଇ ହୋଇ ରହିଥିବା ଛାତ ଉପରେ ଶୁଦ୍ଧଶତା କଣ କରୁଛନ୍ତି. ଏକଥା ଭାବି ଆମେ ପହଞ୍ଚିଥିଲୁ ତାଙ୍କ ନିକଟରେ । ଦେଖିଲାବେଳକୁ ସେ ଆଙ୍କୁଥିଲେ କଣ୍ଟକିତ ଗୋଲାପ ଫୁଲ । ଆଉ ବୁଝାଉ ଥିଲେ କିପରି ଏକ ନାରୀ ସବୁ ଦୁଃଖ, କଷ୍ଟ ଯନ୍ତ୍ରଣା ସହି ଏସମାଜକୁ ତଥା ପରିବାରକୁ ଫୁଲ ଭଳି ସୁଗନ୍ଧର ସହିତ ଖୁସି ପ୍ରଦାନ କରିଥାଏ । ହାତର ଯାଦୁ ଅଳ୍ପ ସମୟରେ ଅନେକ କଥା ବଖାଣୁ ଥିଲା ତାଙ୍କର । ତାଙ୍କ ହାତର ତୁଳି କଥା କହୁଥିବା କାନଭାସ ଗୁଡିକୁ ଦେଖି ମନ୍ତ୍ର ମୁଗ୍ଧ ହୋଇଉଠିଲୁ ।

ତାପରେ ଆଙ୍କି ବସିଲେ ଦୂର ଚନ୍ଦ୍ରର ଝାପଶା କିରଣର ଚିତ୍ରଟିଏ। ଆଖି ଲାଖିଗଲା ତାକୁ ଦେଖି । ଓଡିଶା ମାଟିର କେଉଁ ଅଗନା ଅଗନି ଉପାନ୍ତ ଅଞ୍ଚଳର ଝିଅ ଦ୍ରୌପଦୀ ମୁର୍ମୁ ଆଜି ଭାରତର ରାଷ୍ଟ୍ରପତି । ଶୁଦ୍ଧଶତା ବି ଅଙ୍କିଛନ୍ତି ରାଷ୍ଟ୍ରପତିଙ୍କ ଅବିକଳ ଚିତ୍ରଟିଏ । ଦେଖିବାକୁ ଭାରି ମନଲୋଭା । ସତ କହିବାକୁ ଗଲେ ଆଜିର ନାରୀର ପହଞ୍ଚ କୁ ନେଇ ଗର୍ବିତ ଏ ଓଡ଼ିଆ ଜାତି ।

ଶୁଦ୍ଧଶତାଙ୍କର ଜୀବନର ଲକ୍ଷ ନିଜେ ଶିଖିଥିବା କଳାକୁ, ତଥା ଶିକ୍ଷାକୁ ଗରିବ ମାନଙ୍କ ପାଇଁ ଉପଯୋଗ କରିବା । ଆଇନୀଜୀବୀ ପରେ ବିଚାରକ ହେବାର ଇଛା ମଉଳି ଗଲା ସେତେବେଳେ ଯେତେବେଳେ ପୁଅ ଦିବ୍ୟାଙ୍ଗ ଭଳି ଆଚରଣକୁ ଅସିଲା । ହେଲେ ମନବଳ ଦୃଢ଼ କରି ସଂସାର ଚଳାଇ ଆଜି ଚିତ୍ର କଳାକୁ ନିଶା ଆଉ ପେସା ଭାବରେ ଗ୍ରହଣ କରିନେଇଛନ୍ତି ଶୁଦ୍ଧଶତା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.