ଦୁଇ ଦିନ ରାଜ୍ୟରେ ଅନୁଭୂତ ହେବ ଅସ୍ୱାଭାବିକ ଗରମ, ୧୩ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି

ପଶ୍ଚିମ ତଥା ଉତ୍ତର-ପଶ୍ଚିମ ଦିଗରୁ ପ୍ରବାହିତ ଶୁଷ୍କ ଉତ୍ତପ୍ତ ବାୟୁ ଅଧିକ ସକ୍ରିୟ ଥିବାରୁ ଉପକୂଳ ଓଡ଼ିଶାରେ ଆଜି ଓ ଆସନ୍ତାକାଲି ଦୁଇ ଦିନ ତାପମାତ୍ରା ଦୃଷ୍ଟାନ୍ତ ମୂଳକ ବୃଦ୍ଧି ସମ୍ଭାବନା ରହିଛି । ଏହା ବ୍ୟତୀତ ରାଜ୍ୟରେ ୪ରୁ ୫ ଦିନ ପାଇଁ ଗ୍ରୀଷ୍ମପ୍ରବାହ ରହିବ । ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ୧୩ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି ।

କେନ୍ୟୁଜ୍(ବ୍ୟୁରୋ):  ପୁଣି ଗ୍ରୀଷ୍ମଲହରୀ । ତାତିବ ଦିନ । ତତଲା ପାଲଟିବ ରାତି । ଦିନ ରାତି ଅହସ୍ୟ କରିବ ଗରମ ଓ ଗୁଳୁଗୁଳି । ଦୁଇ ଦିନ ରାଜ୍ୟରେ ଅନୁଭୂତ ହେବ ଅସ୍ୱାଭାବିକ ଗରମ । ପଶ୍ଚିମ ତଥା ଉତ୍ତର-ପଶ୍ଚିମ ଦିଗରୁ ପ୍ରବାହିତ ଶୁଷ୍କ ଉତ୍ତପ୍ତ ବାୟୁ ଅଧିକ ସକ୍ରିୟ ଥିବାରୁ ଉପକୂଳ ଓଡ଼ିଶାରେ ଆଜି ଓ ଆସନ୍ତାକାଲି ଦୁଇ ଦିନ ତାପମାତ୍ରା ଦୃଷ୍ଟାନ୍ତ ମୂଳକ ବୃଦ୍ଧି ସମ୍ଭାବନା ରହିଛି । ଏହା ବ୍ୟତୀତ ରାଜ୍ୟରେ ୪ରୁ ୫ ଦିନ ପାଇଁ ଗ୍ରୀଷ୍ମପ୍ରବାହ ରହିବ ।

ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ୧୩ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । କେନ୍ଦୁଝର, ସୁନ୍ଦରଗଡ଼,ଝାରସୁଗୁଡ଼ା, ସମ୍ବଲପୁର,ବରଗଡ଼, ସୋନପୁର, ବୌଦ୍ଧ,ବଲାଙ୍ଗୀର, ନୂଆପଡ଼ା, କଟକ ଏବଂ ଖୋର୍ଦ୍ଧାରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ପାଇଁ ସତର୍କ କରାଯାଇଛି । ସେହିପରି ୧୦ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ୧୮ ତାରିଖ ପରେ ତାପମାତ୍ରା ସାମାନ୍ୟ କମିବାର ସମ୍ଭାବନା ରହିଛି । ୧୮ ରୁ ୨୧ ତାରିଖ ଭିତରେ ପୂର୍ବ ଭାରତର ରାଜ୍ୟ ଗୁଡ଼ିକରେ ମୌସୁମୀ ବାୟୁ ଆଗମନ ପାଇଁ ଅନୁକୂଳ ବାତାବରଣ ରହିଥିବା ପାଣିପାଗ କେନ୍ଦ୍ର ସୂଚନା ଦେଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.