ବିନା ସହାୟତାରେ ସିଡି ଚଢିଲେ ଚାମ୍ପିଅନ ପନ୍ତ, କଷ୍ଟ ଲାଗିଥିଲେ ମଧ୍ୟ ହସି ଦେଇ ଚଢିଲେ : ଦେଖନ୍ତୁ ଭିଡିଓ

ବିନା କାହା ସହାୟତାରେ ସିଡି ଚଢିଲେ ରିଷଭ ପନ୍ତ । ସିଢି ଚଢିବା ବେଳେ କଷ୍ଟ ଲାଗୁଥିଲେ ମଧ୍ୟ ହସି ହସି ପାର କରିଦେଇଥିଲେ । ଯାହାର ଭିଡିଓ ଭାଇରଲ ହେଉଛି ।

ଗତ ଡିସେମ୍ବରରେ କାର୍‌ ଦୁର୍ଘଟଣାରେ ଆହତ ହୋଇଥିବା କ୍ରିକେଟର ରିଷଭ ପନ୍ତ ଧୀରେ ଧୀରେ ସୁସ୍ଥ ହେଉଛନ୍ତି । ବିନା ସାହାରାରେ ସିଡି ଚଢିଲେ ପନ୍ତ। ସେ ନିଜେ ଏକ ଭିଡିଓ ସୋସିଅଲ ମିଡିଆରେ ସେୟାର କରିଛନ୍ତି ।

ଭିଡିଓରେ ଦେଖିବାକୁ ମିଳିଛି, ବିନା କୌଣସି ସାହାରାରେ ସିଡି ଚଢୁଛନ୍ତି ରିଷଭ ପନ୍ତ । ସେ ଦୁଇଟି ଅଲଗା ସମୟର ଭିଡିଓ ସେୟାର କରିଛନ୍ତି । ପ୍ରଥମ ଭିଡ଼ିଓରେ ସେ ସିଡି ଚଢିବା ସମୟରେ ଯନ୍ତ୍ରଣା ଅନୁଭବ କରୁଥିବା ଦେଖିବାକୁ ମିଳିଛି । ଅନ୍ୟ ଏକ ଭିଡିଓରେ ବିନା କୌଣସି ସାହାରାରେ ସହଜରେ ସିଡି ଚଢୁଛନ୍ତି । ବର୍ତ୍ତମାନ ବେଙ୍ଗାଲୁରୁସ୍ଥିତ ଜାତୀୟ କ୍ରିକେଟ୍‌ ଏକାଡେମୀରେ ତାଙ୍କର ପୁନଃଥଇଥାନ ପ୍ରକ୍ରିୟା ଜାରି ରହିଛି।

କିଛିଦିନ ପୂର୍ବରୁ ପନ୍ତଙ୍କ ବିନା ବୈଶାଖୀ ସହାୟତାରେ ଚାଲୁଥିବାର ଭିଡିଓ ଭାଇରଲ ହୋଇଥିଲା। ତେବେ ବିଶ୍ବ ଟେଷ୍ଟ ଚାମ୍ପିଅନସିପ ଫାଇନାଲରେ ରିଷଭଙ୍କୁ ବହୁତ ମିସ୍‌ କରିଥିଲେ କ୍ରିକେଟ ଫ୍ୟାନ୍ସ । ପନ୍ତଙ୍କ ସ୍ଥାନରେ ଈଶାନ କିଶନ ଏବଂ କେଏସ ଭରତଙ୍କୁ ୱିକେଟ କିପିଂ ଦାୟିତ୍ବ ମିଳିଥିଲା । କିନ୍ତୁ ଶେଷରେ କେଏସ ଭରତଙ୍କୁ ସ୍ଥାନ ମିଳିଥିଲା ।

ସୂଚନାଯୋଗ୍ୟ, ରିଷଭ ପନ୍ତ ୩୦ ଡିସେମ୍ବରରେ ନିଜ ମା’ଙ୍କୁ ସରପ୍ରାଇଜ ଦେବା ପାଇଁ ଦିଲ୍ଲୀରୁ ରୁଡକୀ ଯାଉଥିଲେ। ଡେରାଡୁନରେ ଏକ ଡିଭାଇଡରରେ ପିଟି ହୋଇଥିଲେ। ତେବେ ବଡ଼ ଅଘଟଣ ପୂର୍ବରୁ ପନ୍ତ କାରର କାଚ ଭାଙ୍ଗି ଏହା ମଧ୍ୟରୁ ଡେଇଁ ପଡ଼ିଥିଲେ। ଫଳରେ ସେ ଏକ ନିଶ୍ଚିତ ମୃତ୍ୟୁମୁଖରୁ ବର୍ତ୍ତି ଯାଇଥିଲେ। ରିଷଭ କିନ୍ତୁ ଏହି ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିଲେ । ଡାହାଣ ଗୋଡ ଆଣ୍ଠୁର ଲିଗାମେଣ୍ଟ ଭାଙ୍ଗିଯାଇଥିଲା। ଡାହାଣ ହାତ କହୁଣୀ, ପାପୁଲି ଏବଂ ଆଙ୍ଗୁଠିରେ ଆଘାତ ଲାଗିଥିଲା। ପିଠିରେ ଅନେକ ସ୍ଥାନରେ ଗଭୀର ଆଘାତ ଲାଗିଥିଲା। ତେବେ ଉତ୍ତରାଖଣ୍ଡର ମ୍ୟାକ୍ସ ହସ୍ପିଟାଲରେ ପନ୍ତଙ୍କ ପ୍ଲାଷ୍ଟିକ ସର୍ଜରୀ ସଫଳତାର ଶେଷ ହୋଇଥିଲା।। ଦୁର୍ଘଟଣାର ୬ ମାସ ବିତିଯାଇଥିଲେ ମଧ୍ୟ ଧୀରେ ଧୀରେ ସୁସ୍ଥ ହେଉଛନ୍ତି ପନ୍ତ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.