Below header

ନିଆରା ପରମ୍ପରା : ଏମିତି ଏକ ଗାଁ ଯେଉଁଠି ଚର୍ଚ୍ଚରେ ବାଜୁଛି ଘଣ୍ଟ

ଘଣ୍ଟ ସାଧାରଣତଃ ସ୍କୁଲରେ ବାଜିଥାଏ ନହେଲେ ମନ୍ଦିରରେ ପୂଜା ସମୟରେ ବାଜିଥାଏ । ହେଲେ ଏଠି ଖ୍ରୀଷ୍ଟ ଧର୍ମାବଲମ୍ୱୀ ଚର୍ଚ୍ଚ ବା ପ୍ରାର୍ଥନା ଘର ସମ୍ମୁଖରେ କାହିଁକି ବାଜୁଛି ଘଣ୍ଟ ।

ସୁନ୍ଦରଗଡ(କେନ୍ୟୁଜ୍): ଘଣ୍ଟ ସାଧାରଣତଃ ସ୍କୁଲରେ ବାଜିଥାଏ ନହେଲେ ମନ୍ଦିରରେ ପୂଜା ସମୟରେ ବାଜିଥାଏ । ହେଲେ ଏଠି ଖ୍ରୀଷ୍ଟ ଧର୍ମାବଲମ୍ୱୀ ଚର୍ଚ୍ଚ ବା ପ୍ରାର୍ଥନା ଘର ସମ୍ମୁଖରେ କାହିଁକି ବାଜୁଛି ଘଣ୍ଟ । ଏ ହେଉଛି ସୁନ୍ଦରଗଡ ଜିଲ୍ଲା ହେମଗିରି ବ୍ଲକ ର ତୁମ୍ୱିଖୋଲ ଗାଁର ନିଆରା ପରମ୍ପରା। ଯେଉଁଠି ଚର୍ଚ୍ଚ ସମ୍ମୁଖରେ ବାଜୁଛି ଘଣ୍ଟ ।

ହେଲେ ଏ ଘଣ୍ଟ କୌଣସି ପର୍ବପର୍ବାଣି ବା ଅନ୍ୟ କୌଣସି ପ୍ରଥା ପାଇଁ ଏଠାରେ ବଜାଯାଉନାହିଁ । ଏଠାରେ ଏ ଘଣ୍ଟ ଏକ ଯୋଗାଯୋଗର ମାଧ୍ୟମ । ହେଲେ ଆଜିକା ୫ଜି ଯୁଗରେ ଏମିତି ଲୋକେ କାହିଁକି ଏହି ଘଣ୍ଟ ମାଧ୍ୟମରେ ଯୋଗାଯୋଗ କରୁଛନ୍ତି ଏହା ଆପଣଙ୍କ ମନରେ ନିହାତୀ ପ୍ରଶ୍ନ ଆସିପାରେ । ହେଲେ ଆମେ ସାରା ରାଜ୍ୟ ରେ ଏହିଭଳି ଅନେକ ଗାଁ ଦେଖିଛେ ଯେଉଁଠାରେ ମୋବାଇଲ ନୋଟୱର୍କ ପହଚିଂ ପାରିନାହିଁ। କିଏ ପାହାଡ ଉପରେ ଚଢି ତ ଆଉ କିଏ ଗଛ ଉପରେ ଚଢି ମୋବାଇଲ ନେଟୱର୍କ ପାଇଥାନ୍ତି । ଏହିଭଳି ମଧ୍ୟ କିଛି ଚିତ୍ର ସାରା ରାଜ୍ୟ ରୁ ସାମ୍ନା କୁ ଆସିଥିଲା ଯେଉଁଥିରେ କିଛି କିଛି ଅପହଞ୍ଚ ନେଟୱର୍କ ନଥିବା ଗାଁରେ ନେଟୱର୍କ ପଏଣ୍ଟ ତିଆରି କରିବା ପରେ ସେଠାରେ ଲୋକେ ମୋବଇଲ ବ୍ୟବହାର କରିପାରୁଛନ୍ତି ।

ହେଲେ ଏଠି କିନ୍ତୁ ସ୍ଥିତି କିଛି ଅଲଗା ରହିଛି । ହେମଗିରି ବ୍ଲକ ସୁମରା ପଚାଂୟତ ର ଗାଁ ରୁ ଗାଁ ଧରି ୧୦ କିଲୋମିଟର ପର୍ଯ୍ୟନ୍ତ ୧୨ ରୁ ଅଧିକ ଗାଁ ତୁମ୍ୱିଖୋଲ , ତିଉରିଆ , ମାକଡିଖୋଲ ଭଳି ଗାଁ ରେ ଆଦୌ ମୋବଇଲ ନେଟୱର୍କ ନାହିଁ । ଆଜି ପର୍ଯ୍ୟନ୍ତ ପହଞ୍ଚି ପାରିନାହିଁ । ଯଦି ଆପଣ ଥରେ ଏହି ଅଚଞ୍ଚରେ ପଶିଗଲେ ତାହା ହେଲେ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯିବେ।

bell ring

ହେଲେ ଏହିଭଳି କ୍ଷେତ୍ରରେ ମଣିଷ ମଣିଷ ସହ ଯୋଗାଯୋଗ କରିବ କିପରି । ଆଦିବାସୀ ଅଚଂଳର ଗାଁ ହୋଇଥିବା ଯୋଗୁଁ ଏମାନଙ୍କ ଘର ଦୂରରେ ଦୂରରେ ରହିଥାଏ । ଏହିଭଳି କ୍ଷେତ୍ରରେ କାହାର କିଛି ଜରୁରୀ ସ୍ଥିତି ପଡିଗଲେ, କି କାହାର କିଛି ମୋଡିକାଲ କେଶ୍ ପଡିଗଲେ , କିମ୍ବା ଗାଁ ର କିଛି ଗୁରୁତ୍ଵପୂର୍ଣ୍ଣ ସୂଚନା ଦେବାର ଅଛି ଏହି ଭଳି କ୍ଷେତ୍ରରେ କିଭଳି ଗାଁ ଲୋକଙ୍କୁ ଯୋଗେଯାଗ କରାଯିବ ତେଣୁ ଏହି ଗାଁ ଲୋକେ ଏକ ନିଆରା ପରମ୍ପରା ଆପଣେଇଛନ୍ତି।

ଯଦି ଗାଁ ଲୋକଙ୍କୁ ତୁରନ୍ତ ଏକାଠି ଡାକି କୌଣସି ଗୁରୁତ୍ଵପୂର୍ଣ୍ଣ କାର୍ଯ୍ୟ କରିବାର ଅଛି କି ସୂଚନା ଦେବାର ଅଛି ତାହା ହେଲେ ଗାଁର କୌଣସି ବ୍ୟକ୍ତି ଏହି ଚର୍ଚ୍ଚ ବାହାରକୁ ଆସି ଘଣ୍ଟକୁ ବାହାର କରି ଜୋରରେ ବାଡେଇବା ଆରମ୍ଭ କରିଥାନ୍ତି । ଆଉ ଘଣ୍ଟ ଶବ୍ଦ ଶୁଣିବା ମାତ୍ରେ ହିଁ ଲୋକ ଆସି ଏହି ପ୍ରାର୍ଥନା ଗୃହ ସମ୍ମୁଖରେ ଏକାଠି ହୋଯାଇଥାନ୍ତି। ନିର୍ଦ୍ଦେଶ ରହିଛି ଯାହାର ଯେତେ ଗୁରୁତ୍ଵପୂର୍ଣ୍ଣ କାର୍ଯ୍ୟ ଥାଉ ପଛେ ଘଣ୍ଟ ବାଜିଲା ମାତ୍ରେ ହିଁ ସମସ୍ତେ ଆସିବାକୁ ବାଧ୍ୟ । ତେବେ ଆଜିକା ୫ଜି ଯୁଗରେ ଲୋକେ ନେଟୱର୍କ ନଥିବାରୁ କେମିତି ଦଶା ଭୋଗୁଛନ୍ତି ତାହାର ଏକ ଉଦାହରଣ ହେଉଛି ତୁମ୍ୱିଖୋଲ ଗାଁ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.