Below header

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଅନୁଧ୍ୟାନ, ସମୀକ୍ଷା କଲେ ଗଜପତି ଦିବ୍ୟସିଂହ ଦେବ

ଗ୍ରାଉଣ୍ଡ ଜିରୋରେ ଗଜପତି ମହାରାଜା । ଆଜି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ସମୀକ୍ଷା କରିଛନ୍ତି ଦିବ୍ୟସିଂହ ଦେବ । ଆସନ୍ତାବର୍ଷ ଜାନୁଆରୀ ୧୭ ତାରିଖରେ ଯାତ୍ରୀ ପରିକ୍ରମା ପ୍ରକଳ୍ପ ପ୍ରତିଷ୍ଠା ଉତ୍ସବ ହେବ । ଆଜି ସଂଧ୍ୟାରେ ନୀତି ସବ କମିଟି ବୈଠକ ବସିବ ।

ପୁରୀ (କେନ୍ୟୁଜ): ଗ୍ରାଉଣ୍ଡ ଜିରୋରେ ଗଜପତି ମହାରାଜା । ଆଜି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ସମୀକ୍ଷା କରିଛନ୍ତି ଦିବ୍ୟସିଂହ ଦେବ । ମହାପ୍ରଭୁଙ୍କ ପ୍ରମୋଦ ଉଦ୍ୟାନ, ଜଗନ୍ନାଥ ବଲ୍ଲଭ ମଠ ଓ ଯାତ୍ରୀ ପରିକ୍ରମା ପ୍ରକଳ୍ପର ସମୀକ୍ଷା କରିଛନ୍ତି । ସେହିପରି ଶ୍ରୀସେତୁ ପ୍ରକଳ୍ପର ମଧ୍ୟ ବୁଲି ଦେଖିଛନ୍ତି ଗଜପତି ମହାରାଜ । ଆସନ୍ତାବର୍ଷ ଜାନୁଆରୀ ୧୭ ତାରିଖରେ ଯାତ୍ରୀ ପରିକ୍ରମା ପ୍ରକଳ୍ପ ପ୍ରତିଷ୍ଠା ଉତ୍ସବ ହେବ । ଆଜି ସଂଧ୍ୟାରେ ନୀତି ସବ କମିଟି ବୈଠକ ବସିବ । ତାପୂର୍ବରୁ ଶ୍ରୀମନ୍ଦିର ଐତିହ୍ୟ କରିଡରର ସମୀକ୍ଷା କରିଛନ୍ତି ଗଜପତି ମହାରାଜ ।

ଶ୍ରୀମନ୍ଦିର ଯାତ୍ରୀ ପରିକ୍ରମା ପ୍ରକଳ୍ପ ଶିଳାନ୍ୟାସ ଉତ୍ସବ ୨୦୨୧ ଡିସେମ୍ବର ୨୧ ତାରିଖରୁ ଆରମ୍ଭ ହୋଇ ୨୪ ତାରିଖରେ ସରିଥିଲା । ପ୍ରକଳ୍ପ ମଧ୍ୟରେ ମୁଖ୍ୟ ଆକର୍ଷଣ ରହିଛି ଯାତ୍ରୀ ଅଭ୍ୟର୍ଥନା କେନ୍ଦ୍ର, ଭଜନ ମଣ୍ଡପ, ସଂସ୍କୃତି ମଣ୍ଡପ, କ୍ଲୋକରୁମ୍,ସୂଚନା ଓ ଦାନକେନ୍ଦ୍ର, ସର୍ବସାଧାରଣ ଶୌଚାଳୟ, ସେବାୟତ ଶୌଚାଳୟ,ବିଶ୍ରାମ ସ୍ଥଳ, ଜେଟିପି ଆଉଟ୍ ପୋଷ୍ଟ, ଏଟିଏମ କିଓସ୍କୋ, ଜରୁରୀ ଯାତାୟାତ ମାର୍ଗ ଓ ସ୍ଥାୟୀ ଯାତାୟାତ ମାର୍ଗ, ଲ୍ୟାଣ୍ଡ ସ୍କେପ ଓ ଫୁଟପାଥ ରହିଛି । ଅଯୋଧ୍ୟାରେ ରାମ ମନ୍ଦିର ପ୍ରତିଷ୍ଠା ପୂର୍ବରୁ ଶ୍ରୀମନ୍ଦିର କରିଡ଼ର ପ୍ରତିଷ୍ଠା କାମ ସାରିବାକୁ ପ୍ରଶାସନ ଚ୍ୟାଲେଞ୍ଜ ଭାବେ ନେଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.