ରଜନୀକାନ୍ତଙ୍କ କ୍ରେଜି ଫ୍ୟାନ, ଘରେ ନିର୍ମାଣ କରିଲେ ‘ଥଲାଇବା’ ମନ୍ଦିର

ନିକଟରେ ରଜନୀକାନ୍ତଙ୍କର ଜଣେ ଫ୍ୟାନ ନିଜ ଘରେ ଏକ ଥଲାଇବା ମନ୍ଦିର ନିର୍ମାଣ କରିଛନ୍ତି । ଏହି ଖବର ମଦୁରାଇରୁ ଆସିଛି । ଏହି ମନ୍ଦିରରେ ସୁପରଷ୍ଟାରଙ୍କର ମୂର୍ତ୍ତି ମଧ୍ୟ ସ୍ଥାପିତ ହୋଇଛି । ଏହି ମନ୍ଦିରରେ ବିଷୟରେ ଆଉ ଏକ ବିଶେଷ କଥା ହେଉଛି, ଏଠାରେ ଅଭିନେତାଙ୍କର ୨୫୦ କିଲୋଗ୍ରାମର ଏକ ପ୍ରତିମୂର୍ତ୍ତି ସ୍ଥାପନା କରାଯାଇଛି ।

ସାଉଥ ସୁପରଷ୍ଟାର ରଜନୀକାନ୍ତ । ତାଙ୍କ ଫ୍ୟାନ ଫଲୋଇଙ୍ଗ କେବଳ ସାଉଥରେ ନୁହେଁ ବରଂ ବଲିଉଡ୍‌ ଏବଂ ଦେଶ ବିଦେଶରେ ରହିଛନ୍ତି । ସେ ହିନ୍ଦୀରୁ ଆରମ୍ଭ କରି ସାଉଥ ସିନେମା ଜଗତରେ ମଧ୍ୟ ନିଜ ଅଭିନୟର ଦକ୍ଷତା ପ୍ରମାଣ କରିଛନ୍ତି । ସେ ଇଣ୍ଡଷ୍ଟ୍ରିର ଏପରି ଜଣେ ଅଭିନେତା ଯାହାଙ୍କୁ ଲୋକମାନେ ଭଗବାନ ପରି ପୂଜା କରନ୍ତି । ରଜନୀକାନ୍ତଙ୍କର କୌଣସି ଫିଲ୍ମ ରିଲିଜ ହେବା ପୂର୍ବରୁ ତାଙ୍କ ଫ୍ୟାନ୍ସମାନେ ସେହି ଫିଲ୍ମର ପୋଷ୍ଟରକୁ କ୍ଷୀରରେ ସ୍ନାନ କରାନ୍ତି । କିନ୍ତୁ ଏବେ ଜଣେ ଫ୍ୟାନ ରଜନୀକାନ୍ତଙ୍କ ପାଇଁ ଏପରି କିଛି କରିଛନ୍ତି ଯାହା ଶୁଣିଲେ ଆପଣମାନେ ଆଶ୍ଚର୍ଯ୍ୟ ହୋଇଯିବେ । ନିକଟରେ ରଜନୀକାନ୍ତଙ୍କର ଜଣେ ଫ୍ୟାନ ନିଜ ଘରେ ଏକ ଥଲାଇବା ମନ୍ଦିର ନିର୍ମାଣ କରିଛନ୍ତି ।

ସେ କହିଛନ୍ତି ଯେ ରଜନୀକାନ୍ତ ତାଙ୍କପାଇଁ କୌଣସି ଭଗବାନଙ୍କ ଠାରୁ କମ ନୁହେଁ । ସେ ତାଙ୍କୁ ଭଗବାନ ଭଳି ପୂଜା କରନ୍ତି । ଥଲାଇବାଙ୍କ ବିଷୟରେ ଏହି ଖବର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି, କିନ୍ତୁ ଏହା ସତ୍ୟ । ଏହି ଖବର ମଦୁରାଇରୁ ଆସିଛି । ଏହି ମନ୍ଦିରରେ ସୁପରଷ୍ଟାରଙ୍କର ମୂର୍ତ୍ତି ମଧ୍ୟ ସ୍ଥାପିତ ହୋଇଛି । ଏହି ମନ୍ଦିରରେ ବିଷୟରେ ଆଉ ଏକ ବିଶେଷ କଥା ହେଉଛି, ଏଠାରେ ଅଭିନେତାଙ୍କର ୨୫୦ କିଲୋଗ୍ରାମର ଏକ ପ୍ରତିମୂର୍ତ୍ତି ସ୍ଥାପନା କରାଯାଇଛି । ଏହି ଫ୍ୟାନଙ୍କ ନାମ ‘କାର୍ତ୍ତିକ’ ବୋଲି ଜଣାପଡିଛି । ନିକଟରେ ଏକ ଇଣ୍ଟରଭ୍ୟୁରେ ସେ କହିଛନ୍ତି, ରଜନୀକାନ୍ତ ତାଙ୍କ ପାଇଁ ଭଗବାନ ଅଟନ୍ତି । ସେ ତାଙ୍କ ଫିଲ୍ମ ବ୍ୟତୀତ ଅନ୍ୟ କୌଣସି ଅଭିନେତାଙ୍କ ଫିଲ୍ମ ମଧ୍ୟ ଦେଖନ୍ତି ନାହିଁ ।

କେବଳ ସେ ନୁହେଁ, ତାଙ୍କ ୫ ପିଢ଼ି ରଜନୀକାନ୍ତଙ୍କ ଫ୍ୟାନ । ସେ ଥଲାଇବାଙ୍କ ସମ୍ମାନ ପାଇଁ ଏହି ମନ୍ଦିରରେ ନିର୍ମାଣ କରିଛନ୍ତି । ଏଥିରୁ ଆପଣ ଜାଣିପାରୁଥିବେ ଯେ, ଲୋକମାନେ ରଜନୀକାନ୍ତଙ୍କ ପାଇଁ କେତେ ପାଗଳ । ଲୋକମାନେ ତାଙ୍କ ଫିଲ୍ମ କେବେଳ ଦେଖନ୍ତି ନାହିଁ ବରଂ ଭଗବାନଙ୍କ ପରି ଏହା ଉପରେ ବିଶ୍ୱାସ ମଧ୍ୟ କରନ୍ତି । ରଜନୀକାନ୍ତ ମଧ୍ୟ ନିଜ ଫ୍ୟାନ୍ସମାନଙ୍କୁ କେବେ ଭଲ ପାଇବାରେ କମି କରିନାହାନ୍ତି । ନିଜ ଫ୍ୟାନ୍ସଙ୍କ ସହିତ ଦେଖା କରିବା ପାଇଁ ସେ କେବେବି ବିଳମ୍ବ କରନ୍ତି ନାହିଁ ।

ୱାର୍କଫ୍ରଣ୍ଟ ବିଷୟରେ କହିବାକୁ ଗଲେ ନିକଟରେ ରଜନୀକାନ୍ତଙ୍କୁ ଫିଲ୍ମ ‘ଜେଲର’ରେ ଦେଖିବାକୁ ମିଳିଥିଲା । ଏହି ଫିଲ୍ମ ବାକ୍ସଅଫିସରେ ଖୁବ ଧମାଲ ମଚେଇଥିଲା । ଏହି ଫିଲ୍ମଟି ସୁପରହିଟ ହୋଇଥିଲା । ଏହା ବ୍ୟତୀତ ତାଙ୍କ ଅପକମିଙ୍ଗ ଫିଲ୍ମ ‘ଥଲାଇବର ୧୭୦’ ଖୁବ ଶୀଘ୍ର ରିଲିଜ ହେବାକୁ ଯାଉଛି । ଯାହା ପାଇଁ ଲୋକମାନେ ଦୀର୍ଘ ସମୟ ଧରି ଅପେକ୍ଷା କରିଛନ୍ତି । ଏଥିରେ ସେ ମେଗାଷ୍ଟାର ଅମିତାଭ ବଚ୍ଚନଙ୍କ ସହ ସ୍କ୍ରିନ ସେୟାର କରିବେ ବୋଲି ଖବର ଆସୁଛି । ଦୀର୍ଘ ୩୨ ବର୍ଷ ପରେ ପୁଣିଥରେ ଏହି ଯୋଡି ସ୍କ୍ରିନରେ ଏକା ସହିତ ନଜର ଆସିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.