ପୁଣି ମାତିଲେ ମାଓବାଦୀ, ପୋଲିସ ଇନଫର୍ମର ସନ୍ଦେହରେ ୩ ଗ୍ରାମବାସୀଙ୍କୁ କଲେ ହତ୍ୟା

ବିଧାନସଭା ନିର୍ବାଚନର ୫ ଦିନ ପୂର୍ବରୁ ଛତିଶଗଡ଼ରେ ମାତିଲେ ମାଓବାଦୀ । ବସ୍ତର ଜିଲ୍ଲାରେ ପୋଲିସ ଇନଫର୍ମର ସନ୍ଦେହରେ ତିନି ଗ୍ରାମବାସୀଙ୍କୁ ହତ୍ୟା କରିଛନ୍ତି । ବୁଧବାର ଏଭଳି ବର୍ବର ହତ୍ୟାକାଣ୍ଡ ଘଟିଛି।

ମାଲକାନଗିରି (କେନ୍ୟୁଜ): ବିଧାନସଭା ନିର୍ବାଚନର ୫ ଦିନ ପୂର୍ବରୁ ଛତିଶଗଡ଼ରେ ମାତିଲେ ମାଓବାଦୀ । ବସ୍ତର ଜିଲ୍ଲାରେ ପୋଲିସ ଇନଫର୍ମର ସନ୍ଦେହରେ ତିନି ଗ୍ରାମବାସୀଙ୍କୁ ହତ୍ୟା କରିଛନ୍ତି । ବୁଧବାର ଏଭଳି ବର୍ବର ହତ୍ୟାକାଣ୍ଡ ଘଟିଛି।

ଗତକାଲି ବସ୍ତର ଜିଲ୍ଲାରେ ନିର୍ବାଚନୀ ରାଲି କରିଥିଲେ ପ୍ରଧାନମନ୍ତ୍ରୀ। ଏହା ପୂର୍ବରୁ ରକ୍ତର ହୋଲି ଖେଳିଥିଲେ ଲାଲବାହିନୀ । ୩ ଜଣଙ୍କୁ ରାଜଧାନୀ ରାୟପୁରରୁ ୨୫୦ କିଲୋମିଟର ଦୂରରେ ଥିବା ଛତିଶଗଡ-ମହାରାଷ୍ଟ୍ର ବୋର୍ଡର ପାଖଞ୍ଜୁରରୁ ମାଓବାଦୀ ମାନେ ଅପହରଣ କରିଥିଲେ । ତେବେ ଗତ କାଲି ସନ୍ଧ୍ୟାରେ ସେମାନଙ୍କୁ ହତ୍ୟା କରି ଗାଁ ମୁଣ୍ଡରେ ସେମାନଙ୍କ ମୃତଦେହ ଫିଙ୍ଗି ଦେଇ ଚାଲି ଯାଇଥିଲେ । ଗ୍ରାମବାସୀ ମାନେ ସମାନଙ୍କ ମୃତଦେହକୁ ଏକ ଟ୍ରାକ୍ଟର ସାହାଯ୍ୟରେ ଛୋଟେବେଠିଆ ଥାନା ପରିସରକୁ ନେଇ ଯାଇଥିଲେ । ମୃତ ଯୁବକଙ୍କ ବୟସ ୨୨ରୁ ୩୫ ମଧ୍ୟରେ । ସେମାନେ ମହାରାଷ୍ଟ୍ର ପୋଲିସକୁ ତଥ୍ୟ ଦେଉଥିବା କୁହାଯାଉଛି । ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି । ଛତିଶଗଡ଼ରେ ଦୁଇଟି ପର୍ଯ୍ୟାୟରେ ନଭେମ୍ବର ୭ ଓ ୧୭ତାରିଖରେ ମତଦାନ ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.