Below header

ଅଟୋ ଚାଳକ ସରପଞ୍ଚ: ବଡ ପଦବୀରେ ଥାଇ ବି ନିଜ ବୃତ୍ତି ଛାଡ଼ିନାହାନ୍ତି ସୁରେନ୍ଦ୍ର 

ଆମେ ଅନେକ ବ୍ୟକ୍ତି ବିଶେଷଙ୍କୁ ଜାଣିଛେ ଯେଉଁମାନେ ନିଜର କିଛି କାର୍ଯ୍ୟଦକ୍ଷତା ବଳରେ ଅନ୍ୟମାନଙ୍କ ନିକଟରେ ପ୍ରଶଂସାର ପାତ୍ର ହୋଇଥାନ୍ତି । ଠିକ୍ ସେହିଭଳି  ଜଣେ ବ୍ୟକ୍ତିତ୍ୱ ପୁରୀ ଜିଲ୍ଲା ପିପିଲି ବ୍ଲକ ଚାନ୍ଦ୍ରଦେଇପୁର ପଂଚାୟତର ସରପଞ୍ଚ ସୁରେନ୍ଦ୍ର ବେହେରା।

ପିପିଲି(କେନ୍ୟୁଜ): ଆମେ ଅନେକ ବ୍ୟକ୍ତି ବିଶେଷଙ୍କୁ ଜାଣିଛେ ଯେଉଁମାନେ ନିଜର କିଛି କାର୍ଯ୍ୟଦକ୍ଷତା ବଳରେ ଅନ୍ୟମାନଙ୍କ ନିକଟରେ ପ୍ରଶଂସାର ପାତ୍ର ହୋଇଥାନ୍ତି । ଠିକ୍ ସେହିଭଳି  ଜଣେ ବ୍ୟକ୍ତିତ୍ୱ ପୁରୀ ଜିଲ୍ଲା ପିପିଲି ବ୍ଲକ ଚାନ୍ଦ୍ରଦେଇପୁର ପଂଚାୟତର ସରପଞ୍ଚ ସୁରେନ୍ଦ୍ର ବେହେରା। ଯିଏକି ଜଣେ ଅଟୋ ଚାଳକ। ରାତି ପାହି ସକାଳ ହେଲେ ଆରମ୍ଭ କରିଦେଇଥାନ୍ତି ଜୀବନ ଜୀବିକା ପାଇଁ ସଂଘର୍ଷ । ବର୍ଷା ହେଉ କି ଖରା ଅବା ଶୀତ। ସବୁକିଛିକୁ ଖାତିର ନ କରି ନିଜ ପେଟ ପାଟଣା ପାଇଁ ସେ ବାହାରିପଡନ୍ତି ଅଟୋ ଚଲାଇବାକୁ। ଯାହାର ଆବଶ୍ୟକତା ପଡେ ସେ ସୁରେନ୍ଦ୍ରଙ୍କୁ ଖୋଜିଥାନ୍ତି।

ସୁରେନ୍ଦ୍ର ଚାନ୍ଦ୍ରଦେଇପୁର ଅଂଚଳରେ ବେଶ ଲୋକପ୍ରିୟ ମଣିଷ । ସମସ୍ତଙ୍କ ପ୍ରିୟ ଭାଜନ ହୋଇଥିବାରୁ ଗତ ପଂଚାୟତ ନିର୍ବାଚନରେ ସରପଞ୍ଚ ଭାବରେ ନିର୍ବାଚିତ ହୋଇ ଲୋକଙ୍କ ସେବା କରିବାକୁ ଆଗେଇ ଆସିଥିଲେ। ପ୍ରଥମେ ସରପଞ୍ଚ ଭାବରେ କାର୍ଯ୍ୟକରନ୍ତି ସୁରେନ୍ଦ୍ର। ଆଉ ଯେତେବେଳେ ସମୟ ମିଳେ ଅଟୋ ଚଳାଇ ନିଜର ପରିବାର ପ୍ରତି ପୋଷଣ କରିଥାନ୍ତି। ସରକାରଙ୍କ ପକ୍ଷରୁ ୨୩୦୦ ଟଙ୍କା ଦରମା ପାଉଥିବା ବେଳେ ଏଥିରେ ଚଳିବା କଷ୍ଟକର ହୋଇ ପଡୁଛି । ତେଣୁ ବାଧ୍ୟ ହୋଇ ଏହି ବୃତ୍ତି କୁ ଆପଣେଇ ଥିବାର କହିଛନ୍ତି ସୁରେନ୍ଦ୍ର।

sarapancha

ସରପଞ୍ଚ ହୋଇ ସୁରେନ୍ଦ୍ର ପ୍ରମାଣ କରାଇଦେଇଛନ୍ତି କୌଣସି କାମ ଛୋଟ ନୁହେଁ । ଯେତେ ବଡ ପଦ ପଦବୀ ଥିଲେ ବି ନିଜର ବୃତ୍ତି ନ ଛାଡ଼ି ଉଭୟ କାର୍ଯ୍ଯକୁ ବିନା ବାଧାରେ ସୁଚାରୁ ରୂପେ ସମ୍ପାଦନ କରି ସେ ଅନ୍ଯ ମାନଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.