ଓସ୍କାର ବିଜେତା ‘ଦ ଏଲିଫ୍ୟାଣ୍ଟ ହ୍ଵିସପର୍ସ’ ଟିମକୁ CSK ଜର୍ସି ଗିଫ୍ଟ ଦେଲେ ଧୋନି, ଏଲିଫ୍ୟାଣ୍ଟ ୱେଲଫେୟାରକୁ ୫ ଲକ୍ଷର ଚେକ୍ ପ୍ରଦାନ କଲା ଚେନ୍ନାଇ ଟିମ୍
ମହେନ୍ଦ୍ର ସିଂ ଧୋନି ଓସ୍କାର ବିଜେତା ଡକ୍ୟୁମେଣ୍ଟାରୀ ‘ଦ ଏଲିଫ୍ୟାଣ୍ଟ ହ୍ଵିସପର୍ସ’ ଟିମକୁ ଗିଫ୍ଟ ଦେଲେ ସିଏସକେର ଜର୍ସି । ଏହାସହିତ ମୁଦୁମଲାଇରେ ଏଲିଫ୍ୟାଣ୍ଟ ୱେଲଫେୟାରକୁ ୫ ଲକ୍ଷର ଚେକ୍ ପ୍ରଦାନ କରିଛି ସିଏସକେ । ଏହାସହିତ ଧୋନି ଓସ୍କାର ଟ୍ରଫି ସହିତ ଫଟୋ ପୋଜ ମଧ୍ୟ ଦେଲେ ।
ଚେନ୍ନାଇ ସୁପରକିଙ୍ଗସର ଅଧିନାୟକ ମହେନ୍ଦ୍ର ସିଂ ଧୋନି ଓସ୍କାର ବିଜେତା ଡକ୍ୟୁମେଣ୍ଟାରୀ ‘ଦ ଏଲିଫ୍ୟାଣ୍ଟ ହ୍ଵିସପର୍ସ’ର ନିର୍ଦ୍ଦେଶକ କିର୍ତ୍ତିକା ଗୋଞ୍ଜାଲ୍ଵିସ, ବୋମନ ଏବଂ ବେଲୀଙ୍କ ସହିତ ସାକ୍ଷାତ କରି ଚେନ୍ନାଇ ସୁପରକିଙ୍ଗସର ଜର୍ସି ପ୍ରଦାନ କରିଛନ୍ତି । ଏହାସହିତ ମୁଦୁମଲାଇରେ ଏଲିଫ୍ୟାଣ୍ଟ ୱେଲଫେୟାରକୁ ୫ ଲକ୍ଷର ଚେକ୍ ପ୍ରଦାନ କରିଛି ସିଏସକେ । ଯାହାର ଭିଡିଓ ଏବଂ ଫଟୋ ସୋସିଆଲ ମିଡିଆରେ ଭାଇରଲ ହେଉଛି ।
ଚେନ୍ନାଇ ସୁପରକିଙ୍ଗସ ନିଜ ଇନଷ୍ଟାଗ୍ରାମରେ କିଛି ଫଟୋ ଏବଂ ଭିଡିଓ ସେୟାର କରିଛି । ଭିଡିଓରେ ଧୋନି ଏବଂ ସିଏସକର ପ୍ରବନ୍ଧକ ଚେପାକ ଷ୍ଟାଡିୟମରେ ‘ ଦ ଏଲିଫ୍ୟାଣ୍ଟ ହ୍ଵିସପର୍ସ’ ଟିମ୍ ସଦସ୍ୟକୁ ସ୍ୱାଗତ କରିଛନ୍ତି । ପ୍ରଥମେ ଧୋନି ସେମାନଙ୍କ ସହିତ ହାତ ମିଶାଇବା ପରେ ତାଙ୍କ ନାମରେ ଥିବା ଜର୍ସିକୁ ସେମାନଙ୍କୁ ପ୍ରଦାନ କରିଥିଲେ । ଏହି ସମୟରେ ଧୋନି ‘ଦ ଏଲିଫ୍ୟାଣ୍ଟ ହ୍ଵିସପର୍ସ’ର ନିର୍ଦ୍ଦେଶକ କାର୍ତ୍ତିକ ଗୋଞ୍ଜାଲ୍ଵିସ, ବୋମନ ଏବଂ ବେଲୀଙ୍କ କଥା ହୋଇଥିଲେ । ଏହି ଭିଡିଓରେ ଧୋନି ମଧ୍ୟ ଓସ୍କାର ଟ୍ରଫି ସହିତ ଫଟୋ ଉଠାଇଥିଲେ ।
View this post on Instagram
ସୂଚନାଯୋଗ୍ୟ, ୯୫ତମ ଓସ୍କାର ଆୱାର୍ଡରେ ଶ୍ରେଷ୍ଠ ଡକ୍ୟୁମେଣ୍ଟ ଶର୍ଟ ଫିଲ୍ମ ଶ୍ରେଣୀରେ ପୁରସ୍କାର ହାତେଇଥିଲା ‘ଦ ଏଲିଫ୍ୟାଣ୍ଟ ହ୍ଵିସପର୍ସ’। ଚଳିତ ବର୍ଷ ଓସ୍କାର ପାଇଁ ଭାରତର ତିନୋଟି ଫିଲ୍ମ ନମିନେଟ୍ ହୋଇଥିଲା। ଯେଉଁଥିରେ ଶର୍ଟ ଫିଲ୍ମ କ୍ୟାଟେଗୋରୀରେ ଏହି ଫିଲ୍ମ ସାମିଲ ଥିଲା। ଏହି ଫିଲ୍ମ ସହିତ ହାଓ ଆଉଟ୍, ହାଓ ଡୁ ୟୁ ମେଜର୍ ଏ ଇୟର୍, ଦା ମାର୍ଥା ମିଚେଲ୍ ଇଫେକ୍ଟ ଏବଂ ଷ୍ଟ୍ରେଞ୍ଜର ଆଟ୍ ଦା ଗେଟ୍ ମଧ୍ୟ ଏହି ଦୌଡରେ ସାମିଲ ହୋଇଥିଲା।
View this post on Instagram
‘ଦ ଏଲିଫ୍ୟାଣ୍ଟ ହ୍ଵିସପର୍ସ’ ଏକ ନେଟଫ୍ଲିକ୍ସ ଡକ୍ୟୁମେଣ୍ଟାରୀ, ଯାହା ଏକ ହାତୀ ଏବଂ ଏହାର ତଦାରଖକାରୀଙ୍କ ମଧ୍ୟରେ ଅବିସ୍ମରଣୀୟ ବନ୍ଧନ ଉପରେ ଆଧାରିତ। ଏହି ଫିଲ୍ମକୁ ଗୁନୀତ୍ ମୋଙ୍ଗା ନିର୍ମାଣ କରିଛନ୍ତି । କିର୍ତ୍ତିକା ଗୋଞ୍ଜାଲ୍ୱିସ ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି।