Below header

ସ୍କୁବା ଡାଇଭିଂରେ କମାଲ କରୁଛନ୍ତି ବାପଝିଅ ଯୋଡ଼ି, ଗଭୀର ସମୁଦ୍ରରେ ସାର୍କସହ ପହଁରିଲେ

କେନ୍ୟୁଜ୍‌(ବ୍ୟୁରୋ): ବୟସ ମାତ୍ର ୧୨ ବର୍ଷ । କୁନି ବୟସରୁ ସାର୍କଙ୍କ ସହ ପହଁରୁଛନ୍ତି । ବେଳେବେଳେ ସାର୍କ ଆସି ତାଙ୍କୁ ଛୁଇଁଦେଇ ଚାଲିଯାଉଛି । କେବଳ ସାର୍କ ନୁହେଁ ନାନା ପ୍ରଜାତିର ସାମୁଦ୍ରିକ ଜୀବଙ୍କ ସହ ପହଁରୁଛନ୍ତି ସେ । ସ୍କୁବା ସୁଟ୍‌ ପିନ୍ଧି ପିଠିରେ ଅମ୍ଳଜାନ ଥଳିଧରି ବୁଡ଼ୁଛନ୍ତି ସମୁଦ୍ରରେ । ଗଭୀର ସମୁଦ୍ରରେ ଦେଖାଉଛନ୍ତି ନିଜର କମାଲ । ଏ ହେଉଛନ୍ତି ଦୁବାଇରେ ରହୁଥିବା ଓଡ଼ିଆ ଝିଅ ତିସ୍ୟା ପାଣିଗ୍ରାହି । ବାପାଙ୍କ ସହ ଗଭୀର ସମୁଦ୍ରରେ କରୁଛନ୍ତି ସ୍କୁବା ଡାଇଭିଂ ।  ତିସ୍ୟାଙ୍କ ସାହାସକୁ ପ୍ରଶଂସା ନକରି ଆମେ ରହି ପାରୁନୁ । ତିସ୍ୟାଙ୍କ ଚାରିପାଖରେ ସାର୍କକୁ ପହଁରୁ ଥିବାର ଦେଖିବାକୁ ମିଳୁଛି । ବେଳେ ବେଳେ ସାର୍କ ତାଙ୍କ ଅତିନିକଟକୁ ମଧ୍ୟ ଚାଲିଆସୁଛି । ଅବଶ୍ୟ ସାଙ୍ଗରେ ବାପା ପ୍ରିୟଦର୍ଶୀ ପାଣିଗ୍ରାହି ଅଛନ୍ତି । ତଥାପି ତିସ୍ୟାଙ୍କ ସାହସକୁ ମାନିବାକୁ ପଡ଼ିବ ।

ସ୍କୁବା ଡାଇଭିଂରେ କମାଲ କରୁଛନ୍ତି ବାପ ଝିଅ ଯୋଡ଼ି । ଏହାରି ଭିତରେ ୫୦ତମ ଡ୍ରାଇଭିଂ ଶେଷ କରିଛନ୍ତି ବାପା ପ୍ରିୟଦର୍ଶୀ ପାଣିଗ୍ରାହୀ । ଏଥିପାଇଁ ମାଲଦ୍ୱିପ ଯାଇଛନ୍ତି ସେମାନେ । ମାଲଦ୍ୱୀପ ଫୁଲିଡୋ ଦ୍ୱୀପର ଡ୍ରାଇଭ ସାଇଟରେ ପ୍ରିୟଦର୍ଶୀ ତାଙ୍କର ୫୦ ତମ ସ୍କୁବା ଡାଇଭ ଶେଷ କରିଛନ୍ତି । ବାପାଙ୍କ ପରି ଝିଅ ତିସ୍ୟା ମଧ୍ୟ ତାଙ୍କର ୨୫ତମ ଡ୍ରାଇଭରେ ପହଁଚିଛନ୍ତି । ବାପା ଓ ଝିଅ ଏକାସାଙ୍ଗେ ଏହି ସ୍ମରଣୀୟ ମୁହୁର୍ତ୍ତର ଅଧିକାରୀ ହୋଇଛନ୍ତି । ସମୁଦ୍ରର ୫୦ଫୁଟ ତଳକୁ ଯାଇ ନିଜର ୫୦ତମ ଡାଇଭିଂ କରିଛନ୍ତି ପ୍ରିୟଦର୍ଶୀ ।

ଆଲିମାଥା ଦ୍ୱିପ ସ୍ଥିତ ଜେଟି ଡାଇଭିଂ ସାଇଟରେ ଏହି ଡାଇଭିଂ କରିଛନ୍ତି ।  ବିଶ୍ୱର ବିଭିନ୍ନ ଦେଶରୁ ଡାଇଭିଂ ପାଇଁ ଏଠାକୁ ଆସିଥାନ୍ତି ସ୍କୁବା ଡ୍ରାଇଭର । ସାର୍କପାଇଁ ଏହି ସମୁଦ୍ରକୂଳ ପରିଚିତ ଲାଭ କରିଛି । ଏହି ଡାଇଭିଂ ସାଇଟରେ ନର୍ସ ସାର୍କ ଦେଖାଯାଇଥାଏ । ବେଳେବେଳେ ତ ୧୦୦ରୁ ଅଧିକ ପ୍ରଜାତିର ସାର୍କଙ୍କୁ ଏକା ସାଙ୍ଗରେ ଦେଖିବାକୁ ମିଳିଥାଏ । ଏପରି ସ୍ଥଳେ ସାର୍କଙ୍କ ସହ କରିଛନ୍ତି ଡାଇଭିଂ ।

ତିସ୍ୟା କହିଛନ୍ତି ତାଙ୍କର ୨୫ତମ ଡାଇଭିଂ ତାଙ୍କପାଇଁ ସ୍ମରଣୀୟ ହୋଇ ରହିବ । ସେ ଯେତେବେଳେ ଡାଇଭିଂ କରୁଥିଲେ ତାଙ୍କ ସହ ନର୍ସ ସାର୍କ ପହଁରୁଥିଲେ । ତାଙ୍କ ମୁଣ୍ଡ ଉପରେ ୩୦ରୁ ଅଧିକ ସାର୍କ ପହଁରୁ ଥିବା କହିଛନ୍ତି । ଯାହା ତାଙ୍କୁ ରୋମାଞ୍ଚକ ଅନୁଭବ ଦେଇଥିବା କହିଛନ୍ତି ତିସ୍ୟା ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.