ଆଜିର ଭାଗ୍ୟ ! ଏସବୁ ରାଶିର ବ୍ୟକ୍ତିଙ୍କର ଆଜି ରହିଛି ଶୁଭ ଯୋଗ

ମେଷ : ଆଜି ଆପଣଙ୍କୁ ପ୍ରଶଂସା ମିଳିପାରେ। ପରିବାରରେ ଶାନ୍ତିର ବାତାବରଣ ରହିବ। ଭଲଭାବରେ ଚିନ୍ତାକରି କାମକଲେ କୌଣସି ଅସୁବିଧାର ସମ୍ମୁଖୀନ ହେବେ ନାହିଁ। ପୁରାତନ ରୋଗର ପ୍ରକୋପ ସହିତ ଉଦର ପୀଡ଼ା ଦେଖା ଦେଇପାରେ।

ବୃଷ : ଶାରୀରିକ ଏବଂ ମାନସିକ ଚିନ୍ତାରେ ବ୍ୟଗ୍ର ରହିବେ। ଅହଂ କାରଣରୁ କୌଣସି ମନମାଳିନ୍ୟ ହୋଇପାରେ। ଆକସ୍ମିକ ଧନଖର୍ଚ୍ଚ ହେବ। ଦାମ୍ପତ୍ୟଜୀବନରେ ମତଭେଦ ଉତ୍ପନ୍ନ ହେବ। ମାନସିକ ଏବଂ ଶାରୀରିକ ସ୍ଵାସ୍ଥ୍ୟ ଖରାପ ହେବ।

ମିଥୁନ : ଖାଦ୍ୟ-ପେୟ ଉପରେ ଧ୍ୟାନ ନ ରଖିଲେ ଆଜି ସ୍ୱାସ୍ଥ୍ୟ ଖରାପ ହେବାର ଆଶଂକା ଅଛି। ରୋଗାକ୍ରାନ୍ତମାନଙ୍କର ଚିକିତ୍ସା, ପ୍ରବାସ କିମ୍ବା ବ୍ୟାପାରିକ କାର୍ଯ୍ୟରେ ଧନ ଖର୍ଚ୍ଚ ହେବ। ନକାରାତ୍ମକ ବିଚାର ଏବଂ କ୍ରୋଧକୁ ଦୂରରେ ରଖିଲେ ବହୁତ ଅସୁବିଧାରୁ ବଞ୍ଚିତ ହେଇପାରିବେ।

କର୍କଟ : ଘରେ ସୁଖ-ଶାନ୍ତି ଏବଂ ଆନନ୍ଦର ବାତାବରଣ ବନିରହିଲେ ଆପଣ ନିଜର ଦୈନିକ କାର୍ଯ୍ୟଗୁଡ଼ିକକୁ ଆତ୍ମବିଶ୍ଵାସ ପୂର୍ବକ ଭଲ ଭାବରେ କରି ପାରିବେ। ସ୍ଵଭାବରେ ଉଗ୍ରତା ଏବଂ ବାଣୀ ଉପରେ ନିୟନ୍ତ୍ରଣ ରଖିବେ। ଚାକିରିରେ ସହକର୍ମିମାନଙ୍କ ଏବଂ ଅଧୀନସ୍ଥ ବ୍ୟକ୍ତିମାନଙ୍କ ସହଯୋଗ ପ୍ରାପ୍ତ ହେବ। ସ୍ଵାସ୍ଥ୍ୟ ଭଲ ରହିବ।

ସିଂହ: ଶାରୀରିକ ଏବଂ ମାନସିକ ରୂପରେ ସ୍ଵାସ୍ଥ୍ୟ ବିଗିଡ଼ି ପାରେ। ପାରିବାରିକ ଝଗଡାରେ ବାଣୀ ଉପରେ ନିୟନ୍ତ୍ରଣ ରଖିବାକୁ ହେବ। ନକାରାତ୍ମକ ମାନସିକତା ଆପଣାନ୍ତୁନାହିଁ। ଘରର ସଦସ୍ୟମାନଙ୍କ ସହିତ ଭ୍ରାନ୍ତି ନ ହେଉ ଏହାର ଧ୍ୟାନ ରଖିବେ।

କନ୍ୟା : ଆଜିର ଦିନ ବ୍ୟାପାର-ଉଦ୍ୟୋଗ ପାଇଁ ଏବଂ ବ୍ୟାବସାୟୀମାନଙ୍କ ବ୍ୟବସାୟ ପାଇଁ ଲାଭଦାୟୀ ଅଟେ। ପୁତ୍ର ଏବଂ ପତ୍ନୀଙ୍କଠାରୁ ଲାଭ ହେବ। ସାଂସାରିକ ଜୀବନରେ ସୁଖ ପ୍ରସଂଗ ବନିବ ମନ ମଧ୍ୟ ସୁଖୀ ରହିବ। ମଧ୍ୟାହ୍ନ ପରେ ମାନସିକ ଅଶାନ୍ତି ଏବଂ ଖରାପ ସ୍ଵାସ୍ଥ୍ୟ ଆପଣଙ୍କୁ ଅଶାନ୍ତ କରିବ।

ତୁଳା : ଦିନର ପ୍ରାରମ୍ଭ ଆଜି ଆନନ୍ଦପ୍ରମୋଦ ଏବଂ ମିତ୍ରମାନଙ୍କ ଭେଟ ହେବ। ଅନ୍ୟ ବ୍ୟକ୍ତି ମଧ୍ୟ ଆଜି ଆପଣଙ୍କ ଜୀବନରେ ଆସି ପାରନ୍ତି। ପର୍ଯ୍ୟଟନ କିମ୍ବା ଯାତ୍ରାର ଆୟୋଜନ ହୋଇପାରେ। ପରନ୍ତୁ ମଧ୍ୟାହ୍ନ ପରେ ସାବଧାନ ରହିବାକୁ ହେବ।

ବିଛା : ଆଜିର ଦିନରେ କାର୍ଯ୍ୟର ସଫଳ ରୂପାୟନ କରି ପ୍ରଶଂସାର ପାତ୍ର ହେବେ। ନିଜକୁ କଳହମୁକ୍ତ ରଖିପାରନ୍ତି। ଆର୍ଥିକ ସ୍ଥିତିରେ ସ୍ବଚ୍ଛଳତା ଦେଖାଦେବ। ଦେବ ଦର୍ଶନ ମିଳିପାରେ। ଅଶାନ୍ତି ଦୂର ହେବ। ଲାଭବାନ୍‌ ହେବେ।

ଧନୁ : ଆଜି ଆୟ ବୃଦ୍ଧିର ସୂଚନା ମିଳୁଛି। ବନ୍ଧୁ ବା ସରକାରୀ ସାହାଯ୍ୟରୁ ଧନଲାଭ ହେବ। ଆର୍ଥିକ ସ୍ଥିତି ସ୍ବଚ୍ଛଳ ରହିବ। ସୁସ୍ଥ ଓ ନିରାମୟ ରହିବେ। ନୂଆ ବନ୍ଧୁଙ୍କ ସାନ୍ନିଧ୍ୟ ମିଳିବ। ସୁଚିନ୍ତିତ ମତବ୍ୟକ୍ତ କରିବେ।

ମକର : କାର୍ଯ୍ୟର ସଫଳ ରୂପାୟନ କରିପାରନ୍ତି। ଅଧିକ କ୍ଷମତା ହାସଲ କରି ତା’ର ସଦ୍‌ ବ୍ୟବହାର କରିପାରନ୍ତି। ବିବାଦୀୟ ଘଟଣାରେ ବିଜୟୀ ହେବେ। ପରୋପକାରୀ ହୋଇପାରନ୍ତି। ଖୁସିରେ ଦିନଟି କଟିବ।

କୁମ୍ଭ : ଆଜି ଦିନ ଭିତରେ ଯାହା ଘଟଣା ଘଟିବ; ତାହା ସୁଖବୋଧ ହେବ। କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ। ସୁସ୍ବାଦୁ ଭୋଜନ ସହିତ ଆନନ୍ଦ ଉପଭୋଗ କରିବେ। ବିଭିନ୍ନ ସୂତ୍ରରୁ ଧନାଗମର ସୂଚନା

ମୀନ : ଆପଣଙ୍କ ପ୍ରୟାସ ଲାଭଦାୟକ ପ୍ରମାଣିତ ହେବ। ରାଜ୍ୟ ବାହାରକୁ ଯିବାର ରାସ୍ତା ଉନ୍ମୁକ୍ତ ହେବ। ଦାମ୍ପତ୍ୟ ଜୀବନରେ ସାମଞ୍ଜସ୍ୟ ବଜାୟ ରହିବ। ଜରୁରୀ କାମରେ ଯିବାକୁ ଥିଲେ ଆତ୍ମବିଶ୍ବାସ ବଜାୟ ରଖନ୍ତୁ। ରାଜନୀତିରେ ସଫଳତା ପାଇବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.