ସ୍ୱପ୍ନଶାସ୍ତ୍ର ଅନୁଯାୟୀ ଏହିସବୁ ସ୍ୱପ୍ନ ଆପଣଙ୍କ ମନୋସ୍କାମନା କରିଥାଏ ପୂର୍ଣ୍ଣ

ପ୍ରତ୍ୟେକ ବ୍ୟକ୍ତି ଶୋଇଥିବା ଅବସ୍ଥାରେ ସ୍ୱପ୍ନ ଦେଖିଥାଏ । ଏହା ଏକ ସାଧାରଣ କଥା । କିନ୍ତୁ ଆପଣ ଜାଣନ୍ତି କି ମଣିଷର ସ୍ୱପ୍ନକୁ ନେଇ ସ୍ୱପ୍ନଶାସ୍ତ୍ର କ’ଣ କୁହେ? ଆଜି ଆମେ ଆପଣଙ୍କୁ ଏହି ସଂପର୍କରେ କହିବାକୁ ଯାଉଛୁ । ସ୍ୱପ୍ନଶାସ୍ତ୍ର ଅନୁସାରେ କିଛି ସ୍ୱପ୍ନ ଏମିତି ଅଛି ଯାହା ଭବିଷ୍ୟତକୁ ହେବାକୁ ଥିବା ଘଟଣା ଓ ଦୁର୍ଘଟଣା ସଂପର୍କରେ ସୁଚନା ଦେଇଥାଏ । ସାଧାରରତଃ ଆମେ ଶୋଇକି ଉଠିବା ପରେ ଦେଖିଥିବା କିଛି ସ୍ୱପ୍ନ ଭୁଲିଯାଇଥାଉ । ଆଉ କିଛି ସ୍ୱପ୍ନ ଏମିତି ଅଛି ଯାହାକୁ ଭୁଲି ହୁଏନି । ଆସନ୍ତୁ ଜାଣିବା ସ୍ୱପ୍ନରେ କେଉଁ ଜିନିଷ ଦେଖିବାକୁ ଶୁଭ ମନାଯାଇଥାଏ ।

ସ୍ୱପ୍ନରେ ଶୁଆ ଦେଖିବା:

ସ୍ୱପ୍ନଶାସ୍ତ୍ର ଅନୁଯାୟୀ ସ୍ୱପ୍ନରେ ଶୁୁଆ ଦେଖିବା ଖୁବ ଶୁଭ ହୋଇଥାଏ । ବିଶ୍ୱାସ ରହିଛି ଯେ ସ୍ପପ୍ନରେ ଶୁଆ ଦେଖିବା ଦ୍ୱାରା ଘରେ ଧନ ଲାଭ ହୁଏ ।

 ଝିଟିପିଟି ଦେଖିବା:

ସ୍ୱପ୍ନଶାସ୍ତ୍ର ଅନୁଯାୟୀ ଶୋଇଥିବା ବେଳେ ଝିଟିପିଟିର ସ୍ୱପ୍ନ ଦେଖିଲେ ଶୁଭ ହୋଇଥାଏ । ବିଶ୍ୱାସ ରହିଛି ଏହା ଦେଖିଲେ ବ୍ୟକ୍ତିର ସବୁ ଆଶା ପୂରଣ ହୋଇଥାଏ ।

ନିଜେ ଆତ୍ମହତ୍ୟା କରୁଥିବାର ଦେଖିଲେ:

ସ୍ୱପ୍ନରେ ନିଜକୁ ଆତ୍ମହତ୍ୟା କରୁଥିବାର ଦେଖିଲେ ବ୍ୟକ୍ତି ଜଣକ ଡରିବା ସ୍ୱଭାବିକ । ମାତ୍ର ସ୍ୱପ୍ନଶାସ୍ତ୍ର ଅନୁସାରେ ଏହାକୁ ଶୁଭ ମନାଯାଇଛି । ଏହା ଦେଖିଲେ ବ୍ୟକ୍ତିର ଆୟୂଷ ବଢ଼ିଥାଏ ।

ନିର୍ମାଣ କାର୍ଯ୍ୟ ଦେଖିବା:

ଏହାକୁ ସ୍ୱପ୍ନଶାସ୍ତ୍ରରେ ଶୁଭ ମନାଯାଇଛି । ଏହାର ଅର୍ଥ ଆପଣଙ୍କର ମଧ୍ୟ ଆଗକୁ ଉନ୍ନତି ହେବ ।

ସ୍ୱପ୍ନରେ ସାପ ଦେଖିବା:

ସାଧାରଣତଃ ଏପରି ସ୍ୱପ୍ନ ସମସ୍ତଙ୍କୁ ଡରାଇଦେଇଥାଏ । ମାତ୍ର ସ୍ୱପ୍ନଶାସ୍ତ୍ର ଅନୁଯାୟୀ ଏହା ଶୁଭ ମନାଯାଏ । ଏହାଦ୍ୱାରା ବ୍ୟକ୍ତିକୁ ସସଫଳତା ମିଳିଥାଏ।

ଗୋଲାପ ଫୁଲ ଦେଖିବା:

ସ୍ୱପ୍ନରେ ଗୋଲାପ ଫୁଲ ଦେଖିବାକୁ ଶୁଭ ମନାଯାଏ । ସ୍ୱପ୍ନଶାସ୍ତ୍ର ଅନୁଯାୟୀ ଏହା ଦେଖିବା ଦ୍ୱାରା ସବୁ ମନୋସ୍କାମନା ପୂର୍ଣ୍ଣ ହୋଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.