ଏହି ଦେଶର ଲୋକଙ୍କ ଠାରେ ପଡି ନଥାଏ ବୟସର ପ୍ରଭାବ, ୬୦ ବର୍ଷ ବୟସରେ ବି ଦେଖାଯାନ୍ତି ଯବାନ

ବୁଢା ହେବାକୁ କିଏ କେବେ ବି ଚାହେ ନାହିଁ । ଗୋଟେ ସମୟରେ ଛୋଟ ଛୁଆ ମାନଙ୍କର ସିନା ଶୀଘ୍ର ଶୀଘ୍ର ବଡ଼ ହେବାକୁ ଇଛା ଥାଏ । କିନ୍ତୁ ଥରେ ଯୁବାବସ୍ଥାରେ ପାଦ ଦେଲେ ଆଉ ବୁଢା ହବାକୁ କିଏ ବି ଚାହେନାହିଁ । ଖାଲି ମହିଳା ନୁହେଁ ପୁରୁଷ ମାନେ ବି ବୟସ୍କ ଦେଖାଯିବାକୁ ଚାହିଁନଥାନ୍ତି । ଅବଶ୍ୟ ମହିଳାଙ୍କ କ୍ଷେତ୍ରରେ ଯୁବା ଦେଖାଯିବାର ଇଛା କିଛିଟା ଅଧିକ ଥାଏ । ମହିଳା ହୁଅନ୍ତୁ କି ପୁରୁଷ ସମସ୍ତେ ନିଜ ଠାରୁ ଯବାନ ଦେଖାଯିବାକୁ ଚାହିଁଥାନ୍ତି । ଏଥିପାଇଁ ଅଧିକାଂଶ ଲୋକ ମୋଟା ଅଙ୍କର ଟଙ୍କା ବ୍ୟୟ କରିବାକୁ ମଧ୍ୟ ପଛାନ୍ତି ନାହିଁ । ହୁଏତ ଆପଣ ମାନେ ଜାଣି ନଥିବେ ବିଶ୍ୱରେ ଏମିତି ଏକ ଦେଶ ଅଛି ଯେଉଁଠି ମହିଳା ମାନଙ୍କ ଉପରେ ବୟସର ଛାପ ଜମା ବି ପଡିନଥାଏ । ବୃଦ୍ଧାବସ୍ଥାରେ ବି ସେମାନେ ଯବାନ ଦେଖାଯାନ୍ତି

taiwan

 

ଆଜି ଆମେ ଆପଣଙ୍କୁ ତାଇୱାନ ବିଷୟରେ ହିଁ କହିବାକୁ ଯାଉଛୁ । ଏହା ଏକ ଦ୍ବୀପ ହୋଇଥିବା ବେଳେ ନିଜ ଆଖପାଖର କେତେ ଗୁଡିଏ ଦ୍ବୀପକୁ ମିଶାଇ ଚୀନ ଗଣରାଜ୍ୟର ମିଶିଛି । ଏହି ଦ୍ବୀପଟି ନିଜ ଭିତରେ କେତେ ଗୁଡିଏ ସାମାଜିକ ସଂସ୍କୃତିକୁ ସାଇତି ରଖିଛି | ଏହି ଦେଶର ୭୦ ପ୍ରତିଶତରୁ ଉର୍ଦ୍ଦ୍ୱ ଲୋକ ବୌଦ୍ଧ ଧର୍ମକୁ ମାନିଥାନ୍ତି । ଏହାର ଆଉ ଏକ ବିଶେଷତ୍ୱ ହେଉଛି ଏଠାକାର ମହିଳା ମାନେ ସୁନ୍ଦର ଦେଖାଯିବା ସହ ଦୀର୍ଘ ସମୟ ଧରି ଯବାନ ଦେଖାଯାନ୍ତି । ଏହା ପଛରେ ବି ଏକ ରହସ୍ୟ ଲୁଚି ରହିଛି । ନିଜ, ରଙ୍ଗ, ରୂପ କୁ ନେଇ ଏଠିକା ମହିଳା ବେଶ ସଚେତନ | ଖରାରେ ବାହାରକୁ ବାହାରିବା ପାଇଁ ଏଠିକା ଲୋକେ ବେଶୀ ପସନ୍ଦ କରନ୍ତି ନାହିଁ । ତାଇୱାନ ବାସୀଙ୍କ ଧାରଣା ରହିଛି ଯେ ଖରାରେ ବାହାରକୁ ବାହାରିଲେ ସେମାନେ ଖୁବ ଶୀଘ୍ର ଅଧିକ ବୟସ୍କ ଦେଖାଯିବେ ।

taiwan

ତେଣୁ ଯେତେ ଜରୁରୀ କାମ ଥିଲେ ବି ଏଠିକା ବାସିନ୍ଦା ଜମା ବି ଖରାକୁ ବାହାରନ୍ତି ନାହିଁ । ଖାଲି ଖରା ନୁହେଁ ବର୍ଷାକୁ ଏମାନଙ୍କର ଖୁବ ଡର । ବର୍ଷା ଠାରୁ ଯଥା ସମ୍ଭବ ଦୁରେଇ ରହିଥାନ୍ତି । ଆଉ ଏକ ରାଜ ହେଉଛି ଏଅଞ୍ଚଳର ଲୋକେ ଖୁବ ପରିଶ୍ରମୀ । ଦିନ କୁ ୧୦ ଘଣ୍ଟା ଏମାନେ କାମ କରିଥାନ୍ତି । ଏହି କାରଣରୁ ଖୁବ ଅଳ୍ପ ବୟସରୁ ଏମାନେ ଧନବାନ ହୋଇଯାନ୍ତି । ଆହୁରି ମଧ୍ୟ ଏଠିକା ସ୍କୁଲ କଲେଜ ଗୁଡିକରେ ଗଣିତ, ବିଜ୍ଞାନ ବିଷୟ ପ୍ରତି ବେଶୀ ପ୍ରାଧାନ୍ୟ ଦିଆଯାଇଥାଏ । ଦେଶର ବିଭିନ୍ନ ସ୍ଥାନରେ ହାଇସ୍ପିଡ଼ ଟ୍ରେନ, ମେଟ୍ରୋ, ବସ ଆଦି ଚଳୁଥିଲେ ମଧ୍ୟ ସ୍କୁଟର ଚଳାଇବା ଏଠିକା ବାସିନ୍ଦାଙ୍କର ବେଶୀ ପସନ୍ଦ । ଅତିଥି ସତ୍କାର କ୍ଷେତ୍ରରେ ବି ବିଶ୍ୱ ସ୍ତରରେ ଏହି ଦେଶର ଖୁବ ନାଁ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.