Below header

ଜାଣନ୍ତୁ ଏହି ୮ଟି ବରଦାନ ବିଷୟରେ ଯାହା ହନୁମାନଙ୍କୁ ଅମର ଓ ଶକ୍ତିଶାଳୀ କରିଥିଲା

ବାଲ୍ମିକୀ ରାମାୟଣ ଅନୁସାରେ, ପିଲାଦିନେ ଯେତେବେଳେ ହନୁମାନ ସୂର୍ଯ୍ୟଦେବଙ୍କୁ ଫଳ ଭାବି ଖାଇବାକୁ ଦୌଡ଼ିଥିଲେ ସେତେବେଳେ ଦେବରାଜ ଇନ୍ଦ୍ର ତାଙ୍କୁ ବଜ୍ର ପ୍ରହାର କରି ବେହୋସ କରି ଦେଇଥିଲେ । ଏହା ଦେଖି ପବନ ଦେବ କ୍ରୋଧାନ୍ବିତ ହୋଇ ସଂସାରରେ ବାୟୁ ଚଳାଚଳ ବନ୍ଦ କରିଦେଇଥିଲେ । ବିଶ୍ୱ ବ୍ରହ୍ମାଣ୍ଡରେ ହା ହା’କାର ଖେଳିଗଲା । ଆଉ ସେତେବେଳେ ପରମପିତା ବ୍ରହ୍ମା ହନୁମାନଙ୍କୁ ହୋସରେ ଆଣିଥିଲେ । ଫଳରେ ସବୁ ଦେବତା ହନୁମାନଙ୍କୁ ଆଠଟି ବରଦାନ କରିଥିଲେ । ଯେଉଁ ବରଦାନରେ ହନୁମାନ ପରମ ଶକ୍ତିଶାଳୀ ହୋଇଥିଲେ । ଆସନ୍ତୁ ଜାଣିବା କେଉଁ ଆଠଟି ଶୁଭ ବରଦାନ ହନୁମାନଙ୍କୁ ଦିଆଯାଇଥିଲା ।

୧-ପ୍ରଭୁ ସୂର୍ଯ୍ୟ ଦେବ ତାଙ୍କ ତେଜର ଶହେ ଭାଗ ଦେଇ କହିଥିଲେ ଯେତେବେଳେ ହନୁମାନଙ୍କ ଦେହରେ ଶାସ୍ତ୍ର ଅଧ୍ୟୟନ କରିବାର ଶକ୍ତି ଆସିଯିବ ସେତେବେଳେ ମୁଁ ହିଁ ତାଙ୍କୁ ଜ୍ଞାନ ଦେବି । ଯେଉଁଥିରେ ସେ ଜଣେ ସୁବକ୍ତା ହେବେ ଓ ଶାସ୍ତ୍ରଜ୍ଞାନରେ ତାଙ୍କ ସମକକ୍ଷ କେହି ବି ହେବେ ନାହିଁ ।

୨-ଧର୍ମରାଜ ଯମ ଏହି ବରଦାନ ଦେଇଥିଲେ- ମୋର ଦଣ୍ଡରେ ହନୁମାନ ବଦ୍ଧ ହେବେ ନାହିଁ ଓ ସର୍ବଦା ନିରୋଗ ରହିବେ ।

୩ –କୁବେରଙ୍କ ବରଦାନ ଥିଲା-ଏହି ବାଳକକୁ ଯୁଦ୍ଧରେ କେବେ ବିଶାଦ ଆସିବ ନାହିଁ ଓ ମୋର ଗଦା ମଧ୍ୟ ସଂଗ୍ରାମରେ ହନୁମାନଙ୍କୁ ବଧ କରିପାରିବ ନାହିଁ ।

୪-ଭଗବାନ ଶଙ୍କର ଏହି ବରଦାନ ଦେଇଥିଲେ – ହନୁମାନ ମୋର କିମ୍ବା ମୋ ଶତ୍ରୁ ଦ୍ବାରା ବଧ ହେବ ନାହିଁ ।

୫- ଦେବ ଶିଲ୍ପୀ ବିଶ୍ବକର୍ମାଙ୍କ ବରଦାନ ଥିଲା–ମୋର ଦ୍ୱାରା ତିଆରି ଯେତେବି ଅସ୍ତ୍ରଶସ୍ତ୍ର ଅଛି ସେଥିରେ ଏହି ବାଳକର କିଛି ହେବ ନାହିଁ ସେ ଚିରଞ୍ଜୀବୀ ହେବ ।

୬-ଦେବାରାଜ ଇନ୍ଦ୍ର ଏହି ବରଦାନ ଦେଇଥିଲେ-ଏହି ବାଳକ ଆଜିଠାରୁ ମୋ ବଜ୍ରରେ ବଧ ହେବ ନାହିଁ ।

୭-ଜଳଦେବତା ବରୁଣ ଏହି ବରଦାନ ଥିଲା –ଦଶଲକ୍ଷ ବର୍ଷ ଆୟୁଷ ହେଇଯିବା ପରେବି ମୋ ହାତରେ କିମ୍ବା ଜଳରେ ଏ ବାଳକର ମୃତ୍ୟୁ ହେବ ନାହିଁ ।

୮- ପରମପିତା ବ୍ରହ୍ମା ଏହି ବରଦାନ ଦେଇଥିଲେ – ଏହି ବାଳକ ଦୀର୍ଘାୟୁ ଓ ମହାତ୍ମା ହେବ । କୌଣସି ପ୍ରକାରର ବ୍ରହ୍ମଦଣ୍ଡରେ ବଧ ହେବ ନାହିଁ । ଯୁଦ୍ଧରେ କେହିବି ୟାଙ୍କୁ ଜିତି ପାରିବେ ନାହିଁ । ବାଳକଟି ଇଚ୍ଛା ଅନୁସାରେ ରୂପ ଧାରଣ କରିପାରିବ, ଯୁଆଡେ ଚାହିଁବ ପବନ ବେଗରେ ଗତି କରି ପାରିବ । ତାଙ୍କର ଗତି ତାଙ୍କ ଇଚ୍ଛା ଅନୁସାରେ ତୀବ୍ର କିମ୍ବା ମନ୍ଥର ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.