Below header

ଦମଦାର ପ୍ଲାନ ଲଞ୍ଚ କଲା ଭୋଡାଫୋନ, ୯୯୯ ରିଚାର୍ଜରେ ଦେଲା ଏମିତି ଅଫର

ଭୋଡାଫୋନ ତାର କିଛି ନିର୍ଦ୍ଧିଷ୍ଟ ଗ୍ରାହାକଙ୍କ ପାଇଁ ଭାରତରେ ଲଞ୍ଚ କରିଛି ଏକ ନୂ୍ଆ ଲଙ୍ଗଟର୍ମ ରିଚାର୍ଜ ପ୍ଲାନ । ଯେଉଁଥିରେ ଗ୍ରାହାକଙ୍କୁ ୯୯୯ ରିଚାର୍ଜରେ ୩୬୫ ଦିନ ପାଇଁ ମାଗଣା ଭଏସ କଲିଂ(ହୋମ,ରୋମିଂ),ଦୈନିକ ୧୦୦ ଏସଏମଏସ ଓ ଦୈନିକ ଏକ ଜିବି ଡାଟାର ସୁବିଧା ମିଳି ପାରିବ। ଏହା ବ୍ୟତିତ ଏହି ପ୍ୟାକ ଉପରେ କମ୍ପାନି ଅଫରରେ ଦେଉଛି ୧୨ ଜିବିର (3G,4G) ଡାଟା । ଏଥିରେ କୈଣସି ପ୍ରକାର ଟକଟାଇମର ସୁବିଧା ଉପଲବ୍ଧ ହେବନାହିଁ ।କିନ୍ତୁ ଭୋଡାଫୋନ ପ୍ଲୋ ସବସ୍କ୍ରିପସନ ଏଥିରେ ଫ୍ରି ଅଟେ ।

 

ଏହି ପ୍ୟାକଟିକୁ ଏୟାରଟେଲର ୯୯୮ ପ୍ୟାକ ସହିତ ସମାନ୍ତରାଳ ଟକ୍କର ଦେବାକୁ କମ୍ପାନୀ କରିଛି ।ଏୟାରଟେଲର ୯୯୮ ରିଚାର୍ଜରେ ୩୩୬ ଦିନ ପାଇଁ ୧୨ ଜିବି ଡାଟା,ଅସୀମିତ ଭଏସ କଲିଂ,ପ୍ରତିଦିନ ୧୦୦ ଏସଏମଏସ,ଓ ଫ୍ରି ଏୟାର ଟେଲ ସବସ୍କ୍ରିପସନ ଆଦି ମଳୁଛି । ତେଣୁ ଏହି ଅଫର ସହିତ ଭୋଡାଫୋନ ସମାନ ରିଚାର୍ଜରେ ଏଭଳି ପ୍ୟାକ ଲଞ୍ଚ କରିଛି । ବର୍ତ୍ତମାନ ଭୋଡାଫୋନ ତାର ଏହି ନୂଆ ପ୍ଲାନ ଟିକୁ କେବଳ ପଞ୍ଜାବ ସର୍କଲରେ କାର୍ଯ୍ୟକାରୀ କରିଛି ।ରିପୋର୍ଟ ଅନୂସାରେ ଏହି ପ୍ଲାନଟି ଧିରେ ଧିରେ ଅନ୍ୟ ସର୍କଲର ଉପଲବ୍ଧ ହେବ ବୋଲି ଜଣା ପଡିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.