Below header

Video: ବାପଘରୁ ବିଦାୟ ନେଲା ବେଳେ ବଦଳିଗଲା କନ୍ୟାର ରୂପ, ଦେଖିକି ସ୍ତବ୍ଧ ହୋଇଗଲେ ପ୍ରିୟ-ପରିଜନ!

ଆଜିକାଲି ସୋସିଆଲ ମିଡିଆରେ େଓ୍ଵଡିଂ ଭିଡିଓଗୁଡ଼ିକ ଖୁବ୍‌ ଟ୍ରେଣ୍ଡ କରୁଛି। କିଛି ଭିଡିଓ ମୁହଁରେ ହସ ଆଣି ଦେଉଛି ତ ଆଉ କିଛି ଭିଡିଓ ମନରେ ଅନେକ ପ୍ରଶ୍ନ ସୃଷ୍ଟି କରୁଛି। ଏବେ ଏମିତି ହିଁ ଏକ ଭିଡିଓ ଇଣ୍ଟରନେଟରେ ଭାଇରାଲ ହେଉଛି। ଇନ୍‌ଷ୍ଟାଗ୍ରାମ ରିଲ୍ସରେ ଜଣେ ରାଗି କନ୍ୟାର ଭିଡିଓ ଦେଖିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ। ଏଥିରେ ଲୋକଙ୍କ କମେଣ୍ଟ ବି ବହୁତ ଅଜବ ଧରଣର ରହିଛି।

ଭାରତୀୟ ବିବାହରେ ଅନେକ ବିଧି ପାଳନ କରାଯାଇଥାଏ। ଭାଇରାଲ ହେଉଥିବା ଏହି ଭିଡିଓରେ ଯେଉଁ ବିଧି ପାଳନ କରାଯାଉଛି, ତାହାକୁ ଦେଖିଲେ ଲାଗୁଛି, କନ୍ୟାର ବିଦାୟୀ ପାଇଁ ପ୍ରସ୍ତୁତି ଚାଲିଛି। କିନ୍ତୁ ଏଠି କନ୍ୟା ବହୁତ ରାଗିକି ଥିବା ଦେଖିବାକୁ ମିଳିଛି। ବିଦାୟୀ ସମୟରେ କନ୍ୟା ଦ୍ୱାରା ଚାଉଳ ଓ ମଖାନେ ଭଳି ଜିନିଷକୁ ଆଞ୍ଜୁଳାରେ ଧରି ବାପଘର ପଟକୁ ଫିଙ୍ଗା ଯାଇଥାଏ। ଏଥିରେ କନ୍ୟା ଜଣକ ବାପଘର ପଟକୁ ପିଠି କରି ଛିଡ଼ା ହୋଇଥାଏ ଏବଂ ସେ ନିଜ ମୁଣ୍ଡ ଦେଇ ଚାଉଳକୁ ପଛପଟକୁ ଫିଙ୍ଗିଥାଏ। ବିଶ୍ୱାସ କରାଯାଏ, ଏହାଦ୍ୱାରା ଝିଅ ବାପଘରୁ ବିଦାୟ ନେଇଥିଲେ ବି ପୁଣି ଆସିଥାଏ।

ଭିଡିଓରେ ଦେଖାଯାଉଛି, ପ୍ରଥମେ କନ୍ୟା ଭଲ ଭାବେ ବିଧିକୁ ପାଳନ କରୁଛି। କିନ୍ତୁ ହଠାତ୍‌ କ’ଣ ହେଉଛି କେଜାଣି, ସବୁତକ ଚାଉଳକୁ ଆଞ୍ଜୁଳାରେ ଧରି ଜୋର୍‌ ଜୋର୍‌ରେ ପଛପଟକୁ ଫିଙ୍ଗିବାକୁ ଲାଗୁଛି। ଏଭଳି ହରକତ ଦେଖି କନ୍ୟା ଆଖପାଖରେ ଛିଡ଼ା ହୋଇଥିବା ମହିଳାମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି। କନ୍ୟାର ଉଗ୍ର ରୂପ ଦେଖି କିଛି ଲୋକ ମଜା ଉଡ଼ାଇଥିବା ବେଳେ ଆଉ କିଛି ଲୋକ କନ୍ୟା ଶରୀରରେ ଭୂତ ପ୍ରବେଶ କରିଥିବା କହିଛନ୍ତି।

 

View this post on Instagram

 

A post shared by Om Bishnoi (@ombishnoi229)

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.